ସତ ହେଲା କି ମାଳିକା ବଚନ ? ସମୁଦ୍ର କୂଳରେ ଲାଗିଲା ସୁନାର ରଥ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସମୁଦ୍ରରେ ଲାଗିଲା ମନ୍ଦିର ଚୁଡ଼ା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆସି ଲାଗିଛି । ଏହି ବିଶାଳ ଚୁଡ଼ା ଏକ ରଥ ସଦୃଶ୍ୟ । ସ୍ଥାନୀୟ ଲେକେଏହାକୁ ଦେଖି କୂଳକୁ ଆଣିଛନ୍ତି । ତେବେ ଏହି ଭଳି  ଚୁଡ଼ା ସାଧାରଣତଃ ମାଲେସିଆ, ଥାଇଲେଣ୍ଡ ସମେତ ଆଖପାଖ ଦେଶରେ ଥିବା ମନ୍ଦିରମାନଙ୍କରେ ଲାଗିଥାଏ ।


ତେଣୁ ଏହା ବି ସେପରି କୌଣସି ମନ୍ଦିରର ଚୁଡ଼ା ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସୂଚନା ଅନୁସାରେ, ଗତକାଲି ଏହା ଏମ୍ ସୁନାପାଲୀ ସମୁଦ୍ର କୂଳରୁ କିଛି ଦୂରରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ । କୂଳକୁ ଆଣିବା ପରେ ଏସମ୍ପର୍କରେ ପୋଲିସ୍‌କୁ ଅବଗତ କରାଯାଇଛି । ଗତ ଦୁଇ ମାସ ତଳେ ବି ଏକ ବୌଦ୍ଧ ପ୍ରତିମୂର୍ତ୍ତି କାକିନାଡ଼ା କୂଳରେ ଲାଗିଥିଲା ।

ତେଣୁ ବାରମ୍ବାର ଏପରି ଘଟଣା କାହିଁକି ଘଟୁଛି ତାକୁ ନେଇ ସନ୍ଦେହ ବଢ଼ୁଛି । ତେବେ ଶ୍ରୀକାକୁଲମ ଜିଲାର ନୌପଡା ସବ-ଇନ୍ସପେକ୍ଟର କହିଛନ୍ତି ଯେ ଘଟଣାଟି ଗୁପ୍ତଚର ବିଭାଗକୁ ଜଣାଇ ଦିଆଯାଇଛି । ଏହା ଅନ୍ୟ କେଉଁ ଦେଶରୁ ଆସିଥାଇପାରେ । ଆମେ ଗୁପ୍ତଚର ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ବୋଲି ଏସଆଇ କହିଛନ୍ତି । ଏହାର ତଦନ୍ତ ଜାରି ରହିଛି । ତେବେ ଅନ୍ୟପକ୍ଷେ, ବାତ୍ୟା ଅସାନି ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି ।

ଧିରେ ଧିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଯାହାକୁ ନେଇ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆନ୍ଧ୍ରର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ବାତ୍ୟା ବର୍ତ୍ତମାନ କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ଅବସ୍ଥିତ ।


ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି । ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୦୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି । ତେବେ ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *