କିଛି ବିରଳ ସମ୍ପର୍କ ! ସାତ ବର୍ଷ ପର୍ଯ୍ୟନ୍ତ ଚିତାର ଛୁଆକୁ ପାଳିଲା କୁକୁର…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସେ ପଶୁ ହେଉ କିମ୍ବା ମଣିଷ ମାଆ ର ମନ ରେ କେବଳ ମମତା ଏବଂ ସ୍ନେହ ଭରି ରହିଥାଏ । ତେବେ ପଶୁ ମାନେ କେବଳ ନିଜ ଛୁଆ କୁ ନୁହେଁ ବରଂ ଅନ୍ୟ ଜାତିର ଛୁଆ ଙ୍କୁ ମଧ୍ୟ ସେମାନେ ଆପଣାଇ ନେଇଥାନ୍ତି ଏବଂ ନିଜ ଛୁଆ ନ ହେଲେ ବି ସେମାନଙ୍କୁ ମାଆର ଭଲ ପାଇବା ଦେଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ପଶୁ ମାନଙ୍କ ବିଷୟ ରେ ।

୧- ପ୍ରଥମ ରେ ହେଉଛି ହେଜଅଗ ଏବଂ ବିଲେଇ । ତେବେ କେହି ଏହି ହେଜଅଗର ମାଆ କୁ ମାରି ଦେଇଥିଲା ତେବେ ମାଆ ର ମୃତ୍ୟୁ ପରେ ଏମାନେ କ୍ଷୀର ପିଇବା ବନ୍ଦ କରି ଦେଇଥିଲେ । ତେବେ ସେମାନଙ୍କୁ ବୋତଲ ଏବଂ ସିରିଞ୍ଜ ରେ କ୍ଷୀର ପିଇବାକୁ ଦିଆ ଯାଉଥିଲା କିନ୍ତୁ ସେମାନେ କ୍ଷୀର ପିଉ ନଥିଲେ ତେବେ ପରେ ତାକୁ ଏକ ବିଲେଇ ଯାହାର ନାମ ମୁସ୍କା ତା ପାଖକୁ ଏହି ଛୁଆ ଗୁଡିକୁ ପଠା ଗଲା ତେବେ ସେ ଏହି ଛୁଆ ମାନଂକୁ ନିଜର କ୍ଷୀର ପିଆଇଲା ଏବଂ ଦୁହିଁଙ୍କ ଭିତରେ ବହୁତ ଭଲ ବନ୍ଧୁତା ମଧ୍ୟ ହୋଇଗଲା ।


୨- ଦ୍ଵିତୀୟ ରେ ହେଉଛି ଗୋଟିଏ କାଉ ନିଜର ସାଙ୍ଗ ବିଲେଇ ଏବଂ କୁକୁର କୁ ଖାଇବା ଦେବାକୁ ପସନ୍ଦ କରେ । ତେବେ ଦିନେ ଜଣେ ଲୋକକୁ ରାସ୍ତା ରେ ଗୋଟିଏ କାଉ ଘାୟଲ ଅବସ୍ଥାରେ ମିଳିଲା ତେବେ ତାକୁ ସେ ଘରକୁ ଆଣି ତାର ଯତ୍ନ ନେଲେ ରେ କାଉର ପର ନଷ୍ଟ ହୋଇ ଯିବାରୁ ସେ ଉଡି ପାରୁନି ଏବଂ ଏହାର ନାମ ହେଉଛି ଚାଚା । ତେବେ ସେ ଘରେ ରହୁଥିବା ବିଲେଇ ଏବଂ କୁକୁର ସହ ସାଙ୍ଗ ହୋଇଗଲା ଏବଂ କାଉ ନିଜ ଥଂଟ ରେ ଖାଇବା ନେଇ ନେଇ ସେମାନଙ୍କୁ ଖାଇବାକୁ ଦିଏ ଏବଂ ସେମାନେ ମଧ୍ୟ ବହୁତ ମଜାରେ ଖାଆନ୍ତି ।


୩- ତୃତୀୟ ରେ ହେଉଛି ବତକ ଏବଂ କୁକୁର ଛୁଆ । ତେବେ ଗୋଟିଏ କୁକୁର ଛଅଟି ଛୁଆ କୁ ଜନ୍ମ ଦେଇଥିଲା ତେବେ ଛଅଟି ଛୁଆ କୁ ସମ୍ଭାଳିବା ବହୁତ ମୁସିକିଲ ଥିଲା କିନ୍ତୁ ସେଥିରେ ତାକୁ ସାହାର୍ୟ୍ଯ କରିଥିଲା ବତକ ଟି । ତେବେ ବତକ ଯେତେବେଳେ ମାଆ କୁକୁର ଶୋଇ ପଡେ ସେ ସେତେବେଳେ ଛୁଆ ମାନଂକୁ ବହୁତ ଯତ୍ନ ନିଏ ଏବଂ ଜଗି ରହିଥାଏ । ଯାହା ଦେଖିବା ଖୁବ ମଜାଦାରିଆ ।

୪- ଚତୁର୍ଥ ରେ ହେଉଛି ଗୋଟିଏ ଜୁ ରେ ଅଷ୍ଟ୍ରେଲିୟନ କୁକୁର ସେହି ଜୁ ରେ ଥିବା ଛୋଟ ଛୋଟ ବିଭିନ୍ନ ପ୍ରଜାତ ର ଛୁଆ ଯେପରି ବାଘ,ଚିତା, ଭାଲୁ ଆଦି ସମସ୍ତ ଙ୍କୁ ଖୁବ ଭଲ ପାଇବା ଦେବା ସହ ସେମାନଙ୍କୁ ଅନ୍ୟ ମାନଙ୍କ ସହ କିପରି ରହିବା ଖେଳିବା ଆଦି ବିଷୟରେ ଶିକ୍ଷା ଦେଉଛି । ତେବେ ଏହି କୁକୁର ର ଚାରି ପାଖରେ ସବୁ ଛୁଆ ମାନେ ଘୁରି ମଧ୍ୟ ବୁଲୁଥାଆନ୍ତି ।


୫- ପଞ୍ଚମ ରେ ହେଉଛି ବାଘ ଛୁଆ ଏବଂ ଶିମ୍ପାଞ୍ଜି । ତେବେ ଗୋଟିଏ ଦୁର୍ଘଟଣାରେ ଦୁଇଟି ଧଳା ବାଘ ର ମାଆ ର ମୃତ୍ୟୁ ଘଟି ଯାଇଥିଲା । ତେବେ ଦୁଇ ଧଳା ବାଘ ବହୁତ ଦୁଃଖ ରେ ଥିଲେ ତେବେ ଚାଇନା ନାମକ ଜଣେ ଲେଡି ଏହି ଦୁଇ ଛୁଆ କୁ ଘରକୁ ନେଇ ଆସିଥିଲେ ଏବଂ ସେଠାରେ ଶିମ୍ପାଞ୍ଜି ସହ ମିଶାଇଲେ ତେବେ ବାଘ ଛୁଆ ଏବଂ ଶିମ୍ପାଞ୍ଜି ଏଭଳି ମିଶିଗଲେ ଯେପରି ସତ ରେ ସେ ହିଁ ତାଙ୍କ ମାଆ ।

Leave a Reply

Your email address will not be published. Required fields are marked *