ମାଷ୍ଟର୍ ଶାଶ୍ଵତ୍ ଯୋଶୀଙ୍କ ରୋମାଣ୍ଟିକ ଡ୍ୟାନ୍ସ (Saswat joshi), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଶାର ଜଣେ ବଳିଷ୍ଠ ଯୁବ ପ୍ରତିଭା ଶାଶ୍ୱତ ଯୋଶୀ । ଓଡ଼ିଶାର ଟିଟିଲାଗଡ଼ରୁ ଆସି ପୃଥିବୀର ବିଭିନ୍ନ ମଞ୍ଚରେ ନୃତ୍ୟକଳା ପାଇଁ ଆଜି ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି । ଜୀବନ ଯାତ୍ରାରେ ଅନେକ ସଂଘର୍ଷକୁ ସାମ୍ନା କରି ନିଜ ସ୍ୱପ୍ନକୁ ପୂରା କରିବା ସହିତ ସଫଳତା ପାଇଛନ୍ତି । ଶାଶ୍ୱତ ଯୋଶୀ, ୧୮ ଡିସେମ୍ବର ୧୯୮୪ରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ।

ସେ ମାତ୍ର ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ପାଖରେ କେହି ଗୁରୁଜୀ ନଥିଲେ, ଟିଭିରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ସେ ନୃତ୍ୟ କରିବା ଆରମ୍ଭ କରିଥିଲେ । ତେବେ ସେ ୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ କେଲୁଚରଣ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ ।

ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ ।

ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ,ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡ଼ିଶୀ ଶିଖିଥାନ୍ତି । ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।

ତେବେ ଶାଶ୍ୱତ ଙ୍କ ସ୍ତ୍ରୀ ହେଉଛନ୍ତି ସୁଚରିତା ରଥ ଏବଂ ତାଙ୍କର ଗୋଟିଏ କୁନି ଝିଅଟିଏ ମଧ୍ୟ ଅଛି ତାଙ୍କ ନାମ ହେଉଛି ଶ୍ରେୟାନ୍ଭି ଯୋଶୀ ତେବେ ତାଙ୍କ ଝିଅ ମଧ୍ୟ ବହୁତ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି । ତେବେ ଶାଶ୍ୱତ ଅନେକ ଅଭିନେତ୍ରୀ ମାନଙ୍କ ସହ ଡାନ୍ସ ର ଭିଡିଓ କରୁଛନ୍ତି ରିଲସ ବନାଉଛନ୍ତି ତେବେ ବହୁତ ଜଣ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି କି ଘରେ ସ୍ତ୍ରୀ ଥାଇ ବାହାରେ ଏଭଳି କାହିଁକି ହେଉଛନ୍ତି ?


ତେବେ ସେ ହେଉଛନ୍ତି ଜଣେ କଳାକାର ତେବେ ସେ ଅନେକ ଲୋକଙ୍କ ସହ ମିଶିବେ ନିଜର କଳା କୁ ଆଗକୁ ନେବା ପାଇଁ ଚେଷ୍ଟା ମଧ୍ୟ କରିବେ ତେବେ ଏହା ସହ ତାଙ୍କୁ ଅନେକ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ କାମ କରିବାକୁ ପଡିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *