Exclusive: ଖୋଲୁଛି ସବୁ ଗୁମର ! ଷଷ୍ଠରୁ ହିଁ ନଷ୍ଟ ଥିଲେ ଅର୍ଚ୍ଚନା, ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଘଟି ଥିଲା ଏମିତି କାଣ୍ଡ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ଆଉ ଏକ ନୂଆ ଗୁମର ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଏହି ଘଟଣା ହେଉଛି ୨୦୦୬ ଏବଂ ୨୦୦୭ ମସିହାର ଘଟଣା, ଯେତେବେଳେ ସେ ୬ ଶ୍ରେଣୀରେ ପାଠ ପଢୁଥିଲେ ଅର୍ଚ୍ଚନା ନାଗ । ଆଉ ସେତିକି ବେଳେ ଅର୍ଚ୍ଚନା ଜଣେ ଯୁବକଙ୍କ ବିରୁଦ୍ଧରେ ବଳାତ୍କାର ର ଅଭିଯୋଗ କରିଥିଲେ । ଆଉ ଏହି ଘଟଣା ପରେ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାମ କରୁଥିବା ଅର୍ଚ୍ଚନା ଙ୍କ ମା’ କେଶିଙ୍ଗା କୁ ବଦଳି କରୁଥିଲେ ।

ଆଉ ସେବେ ଠାରୁ ସୁନ୍ଦରୀ ଅର୍ଚ୍ଚନା କେଶିଙ୍ଗା ରେ ରହି ଆସୁଥିଲେ । ଏହି ଘଟଣା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ଷଷ୍ଠ ଶ୍ରେଣୀରୁ ବଳତ୍କାର ର ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ । ଆଉ ଏହା ପରେ ସପ୍ତମ, ଅଷ୍ଟମ, ନବମ, ଦଶମ ପାଠ ପଢୀଥିଲେ ମା’ ଙ୍କ ପାଖରେ ରହି । ମାତ୍ର ଅର୍ଚ୍ଚନା ଙ୍କ ନିଶା ଏବଂ ମା’ ଙ୍କ ଆଶା ଉଭୟ ପୃଥକ ଥିଲା ।

ଦଶମରେ ପାଠ ପଢିବା ସମୟରେ ଗାଁରୁ ରାଗି ଭୁବନେଶ୍ଵର ଚାଲି ଆସିଲେ ଅର୍ଚ୍ଚନା ନାଗ । ଆଉ ଭୁବନେଶ୍ଵରରେ ଦୀର୍ଘ ଦିନ ଧରି ଏକ ବିଉଟି ପାର୍ଲରେ କାମ କରିବା ପରେ ରାଜଧାନୀ ର ଚାକଚକ୍ୟ ତାଙ୍କୁ ବାୟା କରିଲା । ରାଜଧାନୀ ର ଚିକମିକ ଆଲୁଅ ତାଙ୍କୁ ସୁନ୍ଦରୀ ହେବା ନିମନ୍ତେ ବାଧ୍ୟ କରିଲା । ଆଉ ସେ ଯେଉଁ ପାର୍ଲରେ କାମ କରୁଥିଲେ ସେହି ପାର୍ଲରକୁ ଆସୁଥିବା ସମ୍ଭ୍ରାନ୍ତ ଘରର ମହିଳା ତଥା ଯୁବତୀ ଙ୍କୁ ଦେଖି ସେହିଭଳି ଜୀବନ କିଭଳି ଭାବରେ ବଞ୍ଚିବେ ତାହା ସମ୍ବନ୍ଧରେ ଚିନ୍ତା କରୁଥିଲେ ।

ଆଉ ଏଭଳି ଏକ ଜୀବନ ବଞ୍ଚିବା ପାଇଁ ସେ ଯେଉଁ ପଥ ବାଛିଲେ ତାହା ତାଙ୍କୁ ବର୍ତ୍ତମାନ ଜେଲରେ ପହଞ୍ଚାଇ ଦେଇଛି । ମହିଳା ବ୍ଳ-ଆକ-ମେଲର ଅର୍ଚ୍ଚନା ଗିରଫ ହେବା ପରଠାରୁ ତାଙ୍କ କଳାକାରନାମା ର ଗୁମର ଗୋଟେ ପରେ ଗୋଟେ ଖୋଲିବାରେ ଲାଗିଛି । ଅର୍ଚ୍ଚନା ପ୍ରଥମେ ଶାବନୀରୁ ଗୋରୀ ହେବା ପାଇଁ ଚେଷ୍ଟା କରିଥିଲେ ଏବଂ ଏହାପରେ ସେହି ଚେହେରା ମାୟା ଜାଲରେ ଫସାଇ ବହୁ ବଡ ବଡିଆ ଲୋକଙ୍କୁ ବ୍ଳ-ଆକ-ମେଲିଂ କରି ଅମାପ ସମ୍ପତ୍ତି ର ମାଲିକାଣୀ ବନିଗଲେ ।

ସେ ଗୋଟିଏ ଗ୍ୟାଙ୍ଗ ଗଢି କିଛି ସୁନ୍ଦରୀ ମାନଙ୍କ ଦ୍ଵାରା ଏହିସବୁ କାମ କରାଉ ଥିଲେ । କେବଳ ୬ ରୁ ୭ ବର୍ଷ ଭିତରେ କରୋଡ ସମ୍ପତ୍ତି ର ମାଲିକାଣୀ ହେଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *