ଶରୀର ସହ ଜଡିତ କିଛି ରହସ୍ୟ ପୂର୍ଣ୍ଣ କଥା (Amazing Facts) ଆପଣଙ୍କ ହୋସ ଉଡାଇ ଦେବ !

ଗରମ ଦିନରେ ସମସ୍ତେ ସୁଇମିଂ ପୁଲରେ ଗାଧୋଇବାକୁ ଭଲ ପାଆନ୍ତି । ଲୋକମାନେ ଘଣ୍ଟା ଘଣ୍ଟା ସୁଇମିଂ ପୁଲରେ ଆରାମ ବି କରନ୍ତି । କିନ୍ତୁ ଯେମିତି ହିଁ ସୁଇମିଂ ପୁଲରୁ ସେମାନେ ବାହାରକୁ ଆସନ୍ତି ଆଖି ନାଲି ହୋଇଯାଏ । କହିବାକୁ ଗଲେ ଏହା ଏଥିପାଇଁ ହୁଏ ଯେତେବେଳେ ଲୋକମାନେ ଗାଧୋଇବା ପାଇଁ ସୁଇମିଂ ପୁଲରେ ଓଲହାନ୍ତି ତେବେ ତାଙ୍କ ଶରୀରର ଝାଳ ଓ ପରିସ୍ରା ପାଣିରେ ଥିବା କ୍ଳୋରିନ ସହ ମିଶି ଯାଏ ।

ୟୁରିନ ପାଣିରେ କ୍ଳୋରିନ ସହ ମିଶି ପ୍ରତିକ୍ରିୟା କରିଥାଏ ଓ ଏହା କ୍ଳୋରାମାଇନ୍ସର ରୂପ ନେଇଥାଏ । ଅର୍ଥାତ ଆଖିରେ ହେଉଥିବା ଯନ୍ତ୍ରଣା ଓ ନାଲି ହେବାର ମୁଖ୍ୟ କାରଣ ଝାଳ ଓ ପରିସ୍ରା ହୋଇଥାଏ । ଆପଣ ଫିଲ୍ମ ହଲରେ କୌଣସି ଭୁତ ଫିଲ୍ମ ଦେଖିବା ସମୟରେ ଆପଣଙ୍କ ଶରୀରର ରୁମ ଛିଡା ହୋଇଯାଏ । ସେହିଭଳି ଯେତେବେଳେ ଆପଣ ସୁଇମିଂ ପୁଲରୁ ସ୍ନାନ କରି ବାହାରକୁ ବାହାରନ୍ତି ଓ ଅଚାନକ ପବନ ହବ ତେବେ ସେହି ସମୟରେ ବି ଆପଣଙ୍କ ଶରୀରର ରୁମ ଛିଡା ହୋଇଯାଏ ।

କହିବାକୁ ଗଲେ ଏହା ଏକ ଶାରିରୀକ ପ୍ରତିକ୍ରିୟା ଅଟେ । ଏହାକୁ goose bumps କୁହାଯାଏ । ଡର କାରଣରୁ ରୁମ ଛିଡା ହୋଇଯାଏ । କାରଣ ଭୟଙ୍କର ସ୍ଥିତିରେ ଆମେ ନିଜର କେସକୁ ଛିଡା କରି ଆମ ଶରୀର ବଡ ଦେଖାଇବାକୁ ଚେଷ୍ଟା କରେ ।

ଆପଣମାନେ ପ୍ରାୟତଃ ଦେଖିଥିବେ କି ଯଦି ଆପଣ କିଛି ସମୟ ପର୍ଯ୍ୟନ୍ତ ପାଣିରେ କାମ କରୁଛନ୍ତି ତେବେ ଆପଣଙ୍କ ଗୋଡ ଓ ହାତର ଚର୍ମ ଏକ ଭିନ୍ନ ପ୍ରକାରର ହୋଇଯାଏ । ଏହା ଏମିତି ଦେଖାଯାଏ ଯେମିତି କି ସ୍କିନ ବୁଢା ହୋଇ ଯାଇଛି । ଏହା ପାଣିରୁ ବାହାରକୁ ଆସିବା ପରେ ବି କିଛି ସମୟ ପର୍ଯ୍ୟନ୍ତ ରହିଥାଏ । ଏକ ରିସର୍ଚ ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ହାତ କିମ୍ବା ଗୋଡ ପାଣିରେ ରହିଲେ ଆମ ଶରୀର ଭିତରେ ଥିବା କିଛି ଶିରା ସଙ୍କୁଚିତ ହୋଇଯାଏ । ଏହା ଜୀବିତ ରହିବା ପାଇଁ ଆମକୁ ବହୁତ ସାହାର୍ଯ୍ୟ କରିଥାଏ । ଏହା ପାଣିରେ କୌଣସି ଜିନିଷକୁ ଧରିବା ପାଇଁ ହାତର ଗ୍ରିପକୁ ମଜବୁତ କରିଥାଏ ।

ସମସ୍ତେ ବେଳେ ବେଳେ କୌଣସି ନା କୌଣସି କଥାକୁ ନେଇ ନିଶ୍ଚିତ କାନ୍ଦିଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ହୋଇଥାନ୍ତି କି ବିନା କାରଣରେ କାନ୍ଦିଥାନ୍ତି । କାନ୍ଦିବା ଏକ ସ୍ଵାଭାବିକ ପ୍ରତିକ୍ରିୟା ଅଟେ । କିନ୍ତୁ ଦୁଃଖୀ ହେଲେ ଆମେ କାହିଁକି କାନ୍ଦିଥାଉ । ଏହାର ଜବାବ କାହା ପାଖରେ ନାହିଁ । କିନ୍ତୁ କହିଦେଉଛୁ କି ଦୁଃଖୀ ହେବା ପରେ ଆମେ ଯେତେବେଳେ କାନ୍ଦି ଥାଉ ତେବେ ଆମ ଲୁହରେ ଏକ ପ୍ରକାରର ତତ୍ଵ ବାହାରିଥାଏ । ଯାହା ପରେ ଆମେ କାନ୍ଦିବା ପରେ ନିଜକୁ ସତେଜ ଅନୁଭବ କରିଥାଉ ।

Leave a Reply

Your email address will not be published. Required fields are marked *