ସାରଥୀ ସାଜିଲେ ଅପରାଜିତା (MP Aparajita Sarangi), କରୁଛନ୍ତି ଏମିତି କାମ…

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ଓ ଏବେ ପୌର ନିର୍ବାଚନ ଆରମ୍ଭ ହୋଇସାରିଛି । ତେବେ ଏହି ପୌର ନିର୍ବାଚନରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଭଳି ଓଡିଶାର ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାର ପ୍ରସାର କରୁଛନ୍ତି । ତେବେ ବନ୍ଧୁଗଣ ଏହି ପୌର ନିର୍ବାଚନରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବେ ଆକ୍ସନ ମୁଡରେ ଅଛନ୍ତି ।

ବନ୍ଧୁଗଣ ଅପରାଜିତା ଭୁବନେଶ୍ଵରରେ ନିଜ ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଜିତାଇବା ପାଇଁ ଲୋକଙ୍କ ପାଖରେ ହାତ ଯୋଡି ଅନୁରୋଧ କରିଛନ୍ତି । ବିଜେପି କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେପି ଉପଯୁକ୍ତ ପ୍ରାର୍ଥୀ ଦେଇଛି । ତୁମେ ମାନେ ତାଙ୍କର ସାହା ଭରସା ବୋଲି କହି ବସ୍ତି ବାସିନ୍ଧାଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ଅପରାଜିତା ।

ଏଭ ସହ ଅପରାଜିତା ଭୁବନେଶ୍ଵର ବସିନ୍ଧାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବସ୍ତି ବାସିନ୍ଧା ଜୀବନ ଶୈଳୀରେ ପରିବର୍ତ୍ତନ, ଡ୍ରେନଜ ସମସ୍ୟାର ସମାଧାନ, ଭେଣ୍ଡିଂ ଜୋନ ଓ ଉଠା ଦୋକାନୀଙ୍କୁ ଉଚ୍ଛେଦର ସମସ୍ୟାର ସମାଧାନ କରିବି, ଭୁବନେଶ୍ଵରକୁ ସ୍ମାର୍ଟ ସିଟି ରୂପେ ପରିବର୍ତ୍ତନ କରିବି, ଭୁବନେଶ୍ଵରକୁ ସୁରକ୍ଷିତ ସହରରେ ପରିଣତ କରିବି ଏଭଳି ପାଞ୍ଚଟି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଅପରାଜିତା ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘କାହିଁକି ୨୦ ବର୍ଷ ହେଲାଣି ବସ୍ତି ବସ୍ତି ହୋଇକି ରହିବ । ମୁଁ ସବୁବେଳେ କୁହେ ଯେ, ୨୦ ବର୍ଷ ଭିତରେ ସେ ବସ୍ତିଟା ସହର ସହ ମିଶି ଯାଇଥାନ୍ତା । ଅନ୍ୟ ମାନଙ୍କର ଯେମିତି ଜୀବନ ସ୍ତର ଅଛି ସେମିତି ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ସ୍ତର ହୋଇଥାନ୍ତା । ବସ୍ତିକୁ ସହରାଞ୍ଚଳ ସହ ମିସାଇବାର ଥିଲା । ଦ୍ଵିତୀୟ ସମସ୍ୟା ହେଲା ଡ୍ରେନେଜ ସିଷ୍ଟମ ବର୍ଷା ହେବ ମାନେ ଆପଣ ଇସ୍କନ ଏରିଆ ଦେଖନ୍ତୁ କଣ ହେଉଛି’ ।

ବିଜେପିର କଡା ଟକ୍କର ଏବେ ବିଜେଡି ସାଙ୍ଗରେ । ଅପରାଜିତା ମଙ୍ଗ ଧରିଛନ୍ତି ସୁନୀତିଙ୍କର । ଆଉ ତିନି ଭିଧାୟକ ମଙ୍ଗ ଧରିଛନ୍ତି ସୁଲଚନାଙ୍କର । ଦେଖିବା ଏହି କଡା ଟକ୍କରରେ ଅପରାଜିତା ନା ଆଉ ତିନି ବିଧାୟକଙ୍କୁ ଭୁବନେଶ୍ଵର ବାସୀ ଭରସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *