ସରକାରୀ କର୍ମଚାରୀଙ୍କ ଉପରେ ଭାରି ପଡିବ ଲକଡାଉନ, ଏବେ ଏମିତି ଖଜଣା ଭରିବେ କେନ୍ଦ୍ର ସରକାର

କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ ଲାଗୁ କରାଯାଇଥିବା ଲକଡାଉନ ୧.୦ ଓ ୨.୦ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଉପରେ ଭାରି ପଡିବାକୁ ଯାଉଛି । କହିବାକୁ ଗଲେ କେନ୍ଦ୍ର ସରକାର ନିଜର ମନ୍ତ୍ରାଳୟ ଓ ବିଭାଗ ଗୁଡିକର ଖର୍ଚରେ କମ କରିବା ସହିତ କର୍ମଚାରୀମାନଙ୍କ ସ୍ୟାଲେରୀର କିଛି ଅଂଶ ପିଏମ କେୟାର୍ସ ଫଣ୍ଡରେ ଜମା କରିବେ । କିନ୍ତୁ ଏହା ପୂର୍ବରୁ ପ୍ରାୟତଃ ସରକାରୀ କର୍ମଚାରୀମାନେ ନିଜର ଗୋଟିଏ ଦିନର ସ୍ୟାଲେରୀ ଏହି ଫଣ୍ଡରେ ଦେଇ ସାରିଛନ୍ତି, କିନ୍ତୁ ବର୍ତ୍ତମାନ ସବୁ ବିଭାଗକୁ କୁହାଯାଉଛି କି ଗୋଟିଏ ବର୍ଷ ପର୍ଯ୍ୟନ୍ତ ସବୁ ମାସର ଗୋଟିଏ ଦିନର ସ୍ୟାଲେରୀ ଦାନ କରନ୍ତୁ ।

Image courtesy: Google

କିଛି ବିଭାଗ ଏହି ବିଷୟକୁ ନେଇ ପଚରା ଉଚରା କିମ୍ବା ଆପତ୍ତି ଲିଖିତ ରୂପରେ ଦେଇ ପାରିବେ । ଜାନୁୟାରୀ ୨୦୨୦ରୁ ମିଳୁଥିବା ୪ ପ୍ରତିଶତ ମହଙ୍ଗା ଭତ୍ତା ବି ବର୍ତ୍ତମାନ ବନ୍ଦ ହୋଇଯିବାର ଦେଖା ଯାଉଛି । ଏହାର ପ୍ରଭାବ ୧.୧୩ କୋଟି ଲୋକମାନଙ୍କ ଉପରେ (ଯେଉଁଥିରେ ୪୮ ଲକ୍ଷ କର୍ମୀ ଓ ୬୫ ଲକ୍ଷ ପେନସନ) ପଡିବ । ପୋସ୍ଟ ରିଟାୟରମେଣ୍ଟ ପଦ ଉପରେ ହେବାକୁ ଥିବା ନିଯୁକ୍ତି ବି ବନ୍ଦ ହୋଇ ଯାଇଛି ।

ଏହି ବର୍ଷ ହେଉଥିବା ସ୍ଥାନାନ୍ତର – ପୋସ୍ଟିଙ୍ଗ ଉପରେ ବି ରୋକ ଲାଗିବାର ସମ୍ଭାବନା ଅଛି । ଆଲାହବାଦ ଉଚ୍ଚ ନ୍ୟାୟାଲୟ ଖର୍ଚରେ କମ ହେବା କାରଣରୁ ନ୍ୟାୟିକ ଅଧିକାରୀମାନଙ୍କ ବାର୍ଷିକ ସ୍ଥାନାନ୍ତରକୁ ବି ବନ୍ଦ କରି ଦେଇଛନ୍ତି ।

ପିଏମ କେୟାର୍ସ ଫଣ୍ଡକୁ କର୍ମୀମାନଙ୍କ କଲ୍ୟାଣର ଟଙ୍କା ପହଞ୍ଚିଲା

Image courtesy: Google

କେନ୍ଦ୍ର ସରକାରଙ୍କ କହିବା ଅଟେ କି କରୋନା ଭାଇରସର ଯୁଧ୍ୟ ସହିତ ଲକଡାଉନର ଯେଉଁ ସ୍ଥିତି ହେଉଛି, ତାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ସରକାରୀ ଖଜଣାରୁ ସବୁଦିନ ଟଙ୍କା ବାହାରୁଛି । ସର୍ବ ପ୍ରଥେମ କେନ୍ଦ୍ର ସରକାର ନିଜର ସମସ୍ତ ମନ୍ତ୍ରାଳୟ ଓ ବିଭାଗ ଗୁଡିକରେ କାର୍ଯ୍ୟରତ ସ୍ଟାଫଙ୍କ ଠାରୁ ପିଏମ କେୟାର୍ସ ଫଣ୍ଡ ପାଇଁ ଗୋଟିଏ ଦିନର ସ୍ୟାଲେରୀ ଜମା କରାଇ ଥିଲେ । କିଛି ବିଭାଗ, ଯେଉଁଥିରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ସାମିଲ ଥିଲେ, ତାଙ୍କୁ ନ ପଚାରି ସେମାନଙ୍କ ସ୍ୟାଲେରୀକୁ କାଟି ନିଆ ଯାଇଛି ।

Image courtesy: Google

କଲ୍ୟାଣ କୋଷ ତରଫରୁ ସେହି ଟଙ୍କାର ଚେକ ତିଆରି କରି ତାକୁ ସରକାରଙ୍କୁ ଦିଆ ଯାଇଛି । ପରେ କର୍ମୀମାନଙ୍କ ସ୍ୟାଲେରୀରୁ ସେହି ଟଙ୍କାକୁ ପୁଣିଥରେ କଲ୍ୟାଣ କୋଷରେ ଦେବା ପାଇଁ କଥା କୁହାଯାଉଛି । ଏହି ବିଷୟରେ କେତେକ ଅର୍ଦ୍ଧସୈନିକ ବଳର କର୍ମୀମାନେ କ୍ରୋଧ ପ୍ରକାଶ କରିଛନ୍ତି କି କଲ୍ୟାଣ ଫଣ୍ଡର ଟଙ୍କା ବାହାର କରିବା ପୂର୍ବରୁ ତାଙ୍କୁ ପଚାରିବାର ଥିଲା । ଆରୋପ ଏହା ବି ଲାଗିଲା କି ଅର୍ଦ୍ଧସୈନିକ ବଳର ଅଫିସରମାନେ ନିଜର ନମ୍ବର ବଢାଇବା ମାନେ ଛବି ସୁଧାରିବା ପାଇଁ ତୁରନ୍ତ ଚେକ ତିଆରି କରି ଦେଇଛନ୍ତି ।

ବର୍ତ୍ତମାନ ବର୍ଷସାରା ପିଏମ କେୟାର୍ସ ଫଣ୍ଡରେ ଦେବାକୁ ହେବ ଦାନ

Image courtesy: Google

କେନ୍ଦ୍ର ସରକାରଙ୍କ ଆଶା ଏହା ଅଟେ କି ବର୍ତ୍ତମାନ ସବୁ କର୍ମୀ ପ୍ରତ୍ୟେକ ମାସର ଗୋଟିଏ ଦିନର ସ୍ୟାଲେରୀ ପିଏମ କେୟାର୍ସ ଫଣ୍ଡରେ ଜମା କରିବେ । ଏହି ଆଦେଶ ବି ଅଲଗା ଅଲଗା ରୂପରେ ଜାରି କରାଯାଉଛି । ଅର୍ଥ ମନ୍ତ୍ରାଳୟ ସର୍ବ ପ୍ରଥେମ ଏହାର ସର୍କୁଲର ବାହାର କରିଥିଲେ କି ସବୁ କର୍ମୀମାନଙ୍କୁ ମାର୍ଚ ୨୦୨୧ ପର୍ଯ୍ୟନ୍ତ ସବୁ ମାସର ଗୋଟିଏ ଦିନର ସ୍ୟାଲେରୀ ପିଏମ କେୟାର୍ସ ଫଣ୍ଡରେ ଜମା କରିବାର ଅଛି ।

ଏହା ପରେ କେତେକ ଅନ୍ୟ ବିଭାଗକୁ ମୌଖିକ ରୂପରେ ଏହି କଥା କୁହାଯାଇଛି । କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳମାନଙ୍କୁ ଏହା ବି କୁହାଯାଇଛି କି ଯେଉଁ କର୍ମୀମାନେ ସ୍ୟାଲେରୀ ଛଡା ଅନ୍ୟ କିଛି ଟଙ୍କା ଦାନ କରିବାକୁ ପ୍ରସ୍ତୁତ ଅଛନ୍ତି, ତାଙ୍କର ସୂଚନା ତିଆରି କରାଯାଉ । ଏହିଭଳି କର୍ମୀମାନଙ୍କୁ ଟ୍ୟାକ୍ସରୁ ମୁକ୍ତି ମିଳିବ । ଯଦି କୌଣସି କର୍ମୀ ନିଷ୍ପତି ଉପରେ ପ୍ରଶ୍ନ କରୁଛି, ତେବେ ତାହାର ଲିଖିତ ସୂଚନା ଉପର ଅଫିସରକୁ ଦିଅନ୍ତୁ । ସୂତ୍ର ଅନୁସାରେ କୁହାଯାଉଛି କି ଲକଡାଉନ ୨.୦ ସମୟରେ ସମସ୍ତ ବିଭାଗକୁ ପତ୍ର ପଠାଇ କର୍ମୀମାନଙ୍କୁ କେନ୍ଦ୍ର ସରକାରଙ୍କ ଆଦେଶ ବିଷୟରେ ଅବଗତ କରି ଦିଆ ଯାଇଛି ।

କେନ୍ଦ୍ର ସ୍ରକରାଙ୍କ ଏହିଭଳି ନିଷ୍ପତି ନେବା ଦ୍ଵାରା କର୍ମୀମାନଙ୍କ ଉପରେ ଏହିଭଳି ଭାବରେ ପଡିବ ପ୍ରଭାବ

୨୦୧୯ରେ କେନ୍ଦ୍ର ନିଜର କର୍ମୀମାନଙ୍କୁ ୫ ପ୍ରତିଶତ ଦରରେ ମହଙ୍ଗା ଭତ୍ତା ଦେଇଥିଲେ । ମାନେ DA ୧୨ରୁ ୧୭ ପ୍ରତିଶତ ହୋଇ ଯାଇଥିଲା । ଏଥର ୧୩ ମାର୍ଚ୍ଚକୁ ସରକାର ୪ ପ୍ରତିଶତ DA ଦେବାର ଘୋଷଣା କରିଛନ୍ତି । ୧ ଜାନୁୟାରୀରୁ କର୍ମୀମାନଙ୍କୁ DAରେ ବଢିଥିବା ଟଙ୍କା ମିଳିବାର ଥିଲା । ବର୍ତ୍ତମାନ ଏହିଭଳି କିଛି ବି ହେବ ନାହିଁ । କାରଣ କରୋନା ସହ ଯୁଦ୍ଧରେ ସରକାରୀ ଖଜଣା ଉପରେ ବୋଝ ବଢିବାରେ ଲାଗିଛି ।

 

DA ଉପରେ ସବୁ ବର୍ଷ ଜାନୁୟାରୀ ଓ ଜୁଲାଇରେ ସମୀକ୍ଷା ହୋଇଥାଏ କି ତାହା କେତେ ବଢିବ କିମ୍ବା ନୁହେଁ । ସୂତ୍ର ଅନୁସାରେ ଏଥର ସରକାର ଜୁଲାଇରେ ମାର୍ଚ୍ଚର ଘୋଷଣା ଉପରେ ନଜର ପକାଇବେ । ଆଲଗା କିଛି ବଢିବ ନାହିଁ । ରେଲୱେ, ସଡ଼କ ପରିବହନ, ପାୱର ସେକ୍ଟର, ଶିକ୍ଷା ଓ କେନ୍ଦ୍ରୀୟ ସୁରକ୍ଷା ବଳ ଇତ୍ୟାଦିରେ ବି ସ୍ଥାନାନ୍ତର ଉପରେ ରୋକ ଲଗାଇ ଦିଆ ଯାଇଛି ।

କାରଣ ଅନ୍ୟ ସ୍ଥାନରେ ପୋସ୍ଟିଙ୍ଗରେ ଗୋଟିଏ କର୍ମୀ ପାଖାପାଖି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଂସପୋର୍ଟ ବିଲ ଦେଇଥାଏ । ଯଦି ୪୮ ଲକ୍ଷ କର୍ମୀମାନଙ୍କ ମଧ୍ୟରୁ ୧୦ ଲକ୍ଷ କର୍ମୀମାନଙ୍କ ସ୍ଥାନାନ୍ତର ହେଉଛି ତେବେ ସରକାରଙ୍କ ଖଜଣା ଉପରେ ଏହାର ପ୍ରଭାବ ପଡିବ । ରେଲୱେର ୧୩ ଲକ୍ଷ କର୍ମୀ ବି ସରକାରରଙ୍କ ଏହି ନିଷ୍ପତି ଉପରେ ପ୍ରଭାବିତ ହେବ  ।

Leave a Reply

Your email address will not be published. Required fields are marked *