ଭାରତର 6 ଜଣ କ୍ରିକେଟର ଯେଉଁମାନେ ଅଟନ୍ତି ସରକାରୀ ଅଫିସର, ଦେଖନ୍ତୁ କିଏ କଣ କରନ୍ତି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ସମସ୍ତ କ୍ଷେତ୍ର ରେ ଆଗୁଆ ରହିଛି । ସେ ଯେ କୌଣସି ବି ଵିଷୟ ହେଉ ନା କାହିଁକି ସବୁ କ୍ଷେତ୍ରରେ ଭାରତ ର ନାମ ପ୍ରଥମ ସ୍ଥାନ ରେ ରହୁଛି । ଠିକ ସେହିପରି ଭାରତ ର କ୍ରିକେଟ ଦଳ ମଧ୍ୟ ଦୁନିଆ ର ଶ୍ରେଷ୍ଠ କ୍ରିକେଟ ଦଳ ଭାବରେ ସମଗ୍ର ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଏହା କେବଳ ଭାରତୀୟ କ୍ରିକେଟ ଦଳ ର ସମସ୍ତ ଖେଳାଳି ଙ୍କ ପାଇଁ ସମ୍ଭବ ହୋଇପାରିଛି । କ୍ରିକେଟ ଖେଳ ଭାରତ ରେ ବହୁତ ଖେଳା ଯାଇଥାଏ । କ୍ରିକେଟ ଖେଳ ର ସବୁଠାରୁ ଅଧିକ ଫ୍ୟାନ ଭାରତ ରେ ହିଁ ଅଛନ୍ତି । କ୍ରିକେଟ ଖେଳାଳି ମାନେ ବହୁତ ପରିଶ୍ରମ କରିବା ପରେ ହିଁ ଭାରତ ତରଫ ରୁ ଖେଳି ପାରିଥାନ୍ତି । ତେଣୁ ଏମାନଙ୍କୁ ମଧ୍ୟ ସେଲିବ୍ରିଟି ଭାବରେ ଗ୍ରହଣ କରାଯାଇଛି ।

ଏମାନେ ଏତେ ପରିଶ୍ରମ କରି ଏହି ସ୍ଥାନ ରେ ପହଁଚି ଥିବାରୁ ସରକାର ମଧ୍ୟ ଏହି ଖେଳାଳି ମାନଙ୍କୁ ନିଜ ତରଫ ରୁ କିଛି ନା କିଛି ବଡ଼ ଚାକିରୀ ଦେଇ ସମ୍ମାନିତ କରାଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କ୍ରିକେଟର ମାନଙ୍କୁ ଯାହାଙ୍କୁ ଏହିପରି ଭାବରେ ସମ୍ମାନିତ କରାଯାଇଛି ।

୧.କପିଲ ଦେବ-ଭାରତ ର ପୂର୍ବତନ ଅଧିନାୟକ କପିଲ ଦେବ ଙ୍କୁ ଭାରତ ସରକାର ଙ୍କ ତରଫ ରୁ ସମ୍ମାନ ଉଦ୍ଧେଶ୍ୟରେ ଏକ ଚାକିରୀ ଦିଆଯାଇଛି । କପିଲ ଦେବ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଭାରତ କୁ ପ୍ରଥମ କରି ବିଶ୍ୱ କପ ରେ ଜିତାଇ ଥିଲେ । ତାଙ୍କ ନାମ ଅନେକ ଭଲ ଭଲ ଖେଳାଳି ଙ୍କ ମଧ୍ୟରେ ସ୍ଥାନ ପାଇଥାଏ । ଏମିତି ରେ ତ ତାଙ୍କୁ ବହୁତ ଗୁଡିଏ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଛି । କିନ୍ତୁ ତାଙ୍କୁ ୨୦୦୮ ମସିହା ରେ ଭାରତୀୟ ସ୍ଥଳ ସେନା ପକ୍ଷରୁ ଲେଫ୍ଟନାଣ୍ଟ କର୍ନେଲ ର ପଦ ଦିଆ ଯାଇଥିଲା ।

୨.ଯୋଗେନ୍ଦ୍ର ଶର୍ମା-ଯୋଗେନ୍ଦ୍ର ଶର୍ମା କ୍ରିକେଟ ଜଗତ ରେ ବହୁତ କମ ମ୍ୟାଚ ଖେଳିଥିଲେ । କିନ୍ତୁ ନିଜର କମ ମ୍ୟାଚ ମଧ୍ୟରେ ସେ ଅନେକ କିଛି କୀର୍ତ୍ତି କରି ଯାଇଥିଲେ । ଯାହା ଭାରତ ର କ୍ରିକେଟ ଇତିହାସ ରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । କ୍ରିକେଟ ରେ ନିଜର ବହୁତ ଦକ୍ଷତା ଦେଖାଇଥିବାରୁ ହରିୟାଣା ସରକାର ଯୋଗେନ୍ଦ୍ର ଙ୍କୁ ପୋଲିସ ବିଭାଗ ରେ ଏକ ଉଚ୍ଚ ପଦବୀ ଦ୍ୱାରା ସମ୍ମାନିତ କରିଥିଲେ । ବର୍ତ୍ତମାନ ସମୟ ରେ ସେ କ୍ରିକେଟ ରୁ ଅବସର ନେଇ ହରିୟାଣା ପୋଲିସ ରେ ଡ଼ି ଏସ ପି ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

ଲୋକେଶ ରାହୁଲ- ଏହା ପରେ ଅଛନ୍ତି ଭାରତୀୟ କ୍ରିକେଟର ଓ ବ୍ୟାଟ୍ସ ମ୍ୟାନ ଲୋକେଶ ରାହୁଲ । ଯାହାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ରୂପରେ ନିଯୁକ୍ତି ଦେଇ ସମ୍ମାନିତ କରାଯାଇଛି । ଏହା ଛଡା ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଇନିସ୍ପେକ୍ଟର ରୂପରେ ନିଯୁକ୍ତି କରାଯାଇଛି ।

୩.ସଚିନ ଟେନ୍ଦୁଲକର-କ୍ରିକେଟ ଜଗତ ର ଭଗବାନ ଭାବେ ସଚିନ ଟେନ୍ଦୁଲକର ଙ୍କୁ ଜଣା ଯାଇଥାଏ । ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଦର୍ଶକ ମାନଙ୍କ ମନ କୁ ଜିତି ପାରିଥିଲେ । ସଚିନ ବର୍ତ୍ତମାନ ମଧ୍ୟ ଅନେକ ଲୋକଙ୍କ ହୃଦୟ ରେ ସାଇତି ହୋଇ ରହିଛନ୍ତି । ଏହି ପରି ଜଣେ ମହାନ ବ୍ୟକ୍ତି ଙ୍କୁ ଭାରତୀୟ ବାୟୁ ସେନା ପକ୍ଷରୁ ୨୦୦୮ ମସିହା ରେ ଗ୍ରୁପ କ୍ୟାପ୍ଟନ ପଦ ଦେଇ ସମ୍ମାନିତ କରାଯାଇଥିଲା । ଏହା ପରେ ସଚିନ ଙ୍କୁ ୨୦୧୦ ମସିହା ରେ ରାଜ୍ୟ ସଭା ପାଇଁ ମଧ୍ୟ ମନୋନୀତ କରା ଯାଇଥିଲା ।

ହରଭଜନ ସିଂହ- ଏହା ପରେ ଆସୁଛନ୍ତି ପଞ୍ଜାଵର ମାହାନ ସ୍ପୀନ ବୋଲର ହରଭଜନ ସିଂହ । ତାଙ୍କୁ ପଞ୍ଜାଵ ସରକାର ୨୦୦୧ରେ ଡେପୁଟି ସୁପ୍ରିଟେଣ୍ଡେଣ୍ଟ ଅଫ ପୋଲିସ ଭାବେ ନିଯୁକ୍ତି ଦେଇ ସମ୍ମାନ କରିଛନ୍ତି ।

୪.ମହେନ୍ଦ୍ର ସିଂହ ଧୋନି-ମହେନ୍ଦ୍ର ସିଂହ ଧୋନି ଙ୍କୁ ଲୋକମାନେ କେବଳ ଜଣେ ସଫଳ ବ୍ୟାଟ୍ସମ୍ୟାନ ଭାବେ ନୁହେଁ ବରଂ ଜଣେ ସଫଳ ଅଧିନାୟକ ଓ ସଫଳ ୱିକେଟ କିପର ଭାବରେ ମଧ୍ୟ ଜାଣିଛନ୍ତି । ସେ ଅଧିନାୟକ ଥିବା ସମୟ ରେ ଭାରତ ପାଇଁ ୩ ଟି ଆଇ ସି ସି ଟୁର୍ଣ୍ଣଆମେଣ୍ଟ ଟ୍ରଫି ଜିତି ପାରିଛନ୍ତି । ଏଥିପାଇଁ ତାଙ୍କୁ ଭାରତୀୟ ସ୍ଥଳ ସେନା ପକ୍ଷରୁ ଲେଫ୍ଟନାଣ୍ଟ କର୍ନେଲ ପଦ ଦେଇ ସମ୍ମାନିତ କରାଯାଇଛି । ସେ ଏହି ପଦବୀ କୁ ପାଇ ବହୁତ ଖୁସି ମଧ୍ୟ ହୋଇଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *