ସରକାରୀ ଚାକିରୀ ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଆସିଛି ସବୁଠୁ ବଡ ସୁଯୋଗ, ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ରାଜ୍ୟ ସରକାର ଙ୍କ ଅଧିନ ରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ତେବେ ଲୋକସଭା ଭବନ ରେ ଯେତେବେଳେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀମହାପାତ୍ର ମଧ୍ୟ ଏଥିପାଇଁ ବର୍ତ୍ତମାନ ନିର୍ଦେଶ ଦେଇ ସାରିଛନ୍ତି ।

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଷ୍ଟାଫ ସିଲେକ୍ସନ କମିଶନ, ସବ୍ ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଆଦିକୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନିମନ୍ତେ ମଧ୍ୟ ବର୍ତ୍ତମାନ ସମୟ ରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସମୀକ୍ଷା କରାଯିବା ପରେ ଯାହା କୁହାଯାଇଛି ଯେ ୨୦୨୧,୨୨ ଏବଂ ଚଳିତ ଆର୍ଥିକ ବର୍ଷ ରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ମାଧ୍ୟମରେ ୨୮୪୮ ପଦବୀ,

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ୍ ଆର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ୧୦,୩୫୫ ପଦବୀ ପୂରଣ ଲାଗି ପ୍ରାର୍ଥୀ ଚୟନ କରାଯାଇଛି ଏବଂ ସେମାନଙ୍କୁ ବିଭିନ୍ନ ବିଭାଗରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ମଧ୍ୟ ଦିଆ ଯାଉଛି । ଏହା ବ୍ୟତୀତ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ୫୮୯୨ ଗ୍ରୁପ ଏ ଏବଂ ଗ୍ରୁପ ବି ପଦବୀ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ।

ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋଗ୍ରାଫର, ଅବକାରୀ ଏବଂ ଡାଟା ଏଣ୍ଟ୍ରି ଅପଡେଟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅଡିଟର, ଆର ଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ ଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି । ମେଡ଼ିକାଲ କଲେଜ ପାଇଁ ମଧ୍ୟ ଅତିରିକ୍ତ ପ୍ରଫେସର, ସ୍ନାତକୋତ୍ତର ଶିକ୍ଷକ, ଭୂ-ତତ୍ତ୍ୱବିତ ଆଦି ପଦବୀ ପାଇଁ ଚୟନ ଏବଂ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି ।

୨୦୨୧ ରୁ ୨୦୧୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରୀ ର ପ୍ରବେଶ ବୟସ ସୀମା ୩୨ ରୁ ୩୮ ବର୍ଷ କୁ ବୃଦ୍ଧି କରାଯାଇଛି । ଯଦି ଏମିତି ନିୟମ ହୋଇଛି ତେବେ ଏହା ଅନୁଯାୟୀ ନିୟମ ଅନୁସାରେ ବୟସ ସୀମା କୋହଳ କରାଯାଇଥିବା ରାଜ୍ୟ ସରକାର ଙ୍କ ପକ୍ଷ ରୁ ସୂଚନା ପ୍ରାପ୍ତ ହୋଇଛି ।

ତେବେ ଯେଉଁମାନେ ଚାକିରୀ ଆଶାୟୀ ଅଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ଏହାକୁ ଆମେ ସୁବର୍ଣ୍ଣ ସୁଯୋଗ ବୋଲି କହି ପାରିବା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *