‘ସନ୍ତୋଷ ହିଁ ମୋ ଝିଅକୁ ମାରିଛି, ସେ ତା ଆଖିକୁ..’ ଅଭିନେତ୍ରୀ Rashmirekha ଙ୍କ ବାପାଙ୍କର ଭୟଙ୍କର ଖୁଲାସା, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରଶ୍ମିରେଖା ଙ୍କ ବାପା କହିଛନ୍ତି ଯେ ସନ୍ତୋଷ ପାତ୍ର ମତେ ଫୋନ କରି କହିଲା ଯେ “ଅଙ୍କଲ ତୁମ୍ଭ ରଶ୍ମି ଆଉ ନାହିଁ । କ’ଣ ହୋଇଛି ? ନା ବେକରେ ରସି ଦେଇ ସେ ଆତ୍ମହତ୍ୟା କରିଛି” । ଅପର ପାର୍ଶ୍ଵ ରେ ରଶ୍ମି ଙ୍କ ମା’ କହିଛନ୍ତି ଯେ ଆମପିଲା ଏଭଳି ବୋଲି ଆମ୍ଭେ ଜାଣିନାହୁଁ । କାରଣ ଆମ୍ଭ ଝିଅ ଟି ଷ୍ଟ୍ରଙ୍ଗ । ରଶ୍ମି ଙ୍କ ବାପା ଙ୍କ କହିବା ଅନୁଯାୟୀ ରଶ୍ମି ୪ ବର୍ଷ ହେବ ଭୁବନେଶ୍ଵରରେ ରହୁଥିଲେ ।

ସିରିୟଲ ରେ ଅଭିନୟ କରିବା ଦିନଠୁ ସେ ରହୁଥିଲେ ଭୁବନେଶ୍ଵରରେ । ସିରିୟଲ ସରିଗଲା ପରେ ସେ ଗୋଟିଏ ଫାଇନାନ୍ସ ରେ କାମ କରୁଥିଲେ । ସବୁ ଭଲ ଥିଲା ମାତ୍ର ରଶ୍ମି ଙ୍କ ବାପା ଙ୍କୁ ୧୧ ତାରିଖ ଦିନ ସନ୍ତୋଷ ଫୋନ କରି କହିଥିଲେ ଯେ ରଶ୍ମି ସାଙ୍ଗରେ ଏଭଳି ଝଗଡା ହୋଇଛି ତା ଆଖିରେ ମାଡ ହୋଇଛି ତୁମେ ଆସ । ଏହା ପରେ ତାଙ୍କ ବାପା ବୁଝା ବୁଝି କରି ଆସିଲେ ।

ଝିଅ ଘରକୁ ତା ପରଦିନ ଆସିଥିଲା । ରଜ ଦିନ ପୁଣି ପଳାଇଲା । ଶୁକ୍ରବାର ଦିନ ୧୧ ଟା ରାତି ପର୍ଯ୍ୟନ୍ତ କଥା ହୋଇଥିଲେ ଏବଂ ଶନିବାର ଦିନ ଆଉ ଯେତେ ଫୋନ କଲୁ ସେ ଆଉ ଉଠାଇଲା ନାହିଁ । ସନ୍ଧ୍ୟାବେଳେ ଶନିବାର ଦିନ ସନ୍ତୋଷ ପାତ୍ର ଫୋନ କରି କହିଲା ଯେ ତମ ରଶ୍ମି ଆଉ ନାହିଁ । ଏହାପରେ ରଶ୍ମି ଙ୍କ ବାପା ସନ୍ତୋଷକୁ ପଚାରିଥିଲେ ଯେ ତୁ କେମିତି ଜାଣିଲୁ ସନ୍ତୋଷ କହିଲା ଯେ ମୁଁ ଗୋଟେ ପିଲାକୁ ପଠାଇଥିଲି ସେ ଦେଖିକି କହିଲା ।

ଏହାପରେ ରଶ୍ମି ଙ୍କ ବାପା ସଙ୍ଗେ ସଙ୍ଗେ ଆସି ଦେଖିଲା ବେଳାକୁ ପୋଲିସ ଛିଡା ହୋଇଛନ୍ତି ଏବଂ ଝିଅ ରଶ୍ମି ଝୁଲୁଛି ରସିରେ । ଲଗେଜ ବ୍ୟାଗ ଉପରେ ବସିଥିଲେ ରଶ୍ମି ଏବଂ ବେକରେ ଲୁଗା ଲାଗିଥିଲା । ଏହାପରେ ପୋଲିସ ବାଲା ରାତାରାତି ସବୁ କାମ ସାରି ୪ ଟା ରାତିରେ ପୋଷ୍ଟମର୍ଟନ ନିମନ୍ତେ ପଠାଇଦେଲେ ।

ତାଙ୍କ ବାପା କହିଛନ୍ତି ଯେ ସୁଇସାଇଡ ନୋଟ ଲେଖା ଆମ୍ଭେ କହି ପାରିବୁନି ଯେ ସେ ଲେଖା ରଶ୍ମି ଙ୍କ ର କି ଆଉ କାହାର ତାଙ୍କ ଅକ୍ଷର ମିଶାଇଲେ ଜଣାପଡିବ । ଏବଂ ରଶ୍ମି ଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ସେ ବାହା ତାଙ୍କ ଝିଅ ବାହା ହୋଇଛି ବୋଲି ସେ ଜାଣି ନଥିଲେ । ଯଦି ସନ୍ତୋଷ ସହିତ ମିଶି ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିଲେ ତେବେ ସନ୍ତୋଷ ହିଁ ରଶ୍ମି ଙ୍କୁ ମାରିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *