Sanjay Dutt ଙ୍କ ଦୁଇ ଭଉଣୀ ସୁନ୍ଦରତାରେ କୌଣସି Bollywood ହିରୋଇନଙ୍କ ଠାରୁ ବି କମ ନୁହଁନ୍ତି, ଦେଖିଲେ ଆଖି ଲାଖିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କୁ ନିଶ୍ଚୟ ଜାଣିଥିବେ । ସଞ୍ଜୟ ଦତ୍ତ ୯୦ ଦଶକରୁ ଫିଲ୍ମରେ ଅଭିନୟ କରି ଆସୁଛନ୍ତି । ସଞ୍ଜୟ ଦତ୍ତଙ୍କ ଷ୍ଟାଇଲ ଏବଂ ଅଭିନୟକୁ ଦେଖିବା ପାଇଁ ଲୋକମାନେ ଆଜି ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ଏହି ଅଭିନେତା ଜଣକ ଷ୍ଟାର କିଡ ହେଲେ ମଧ୍ୟ ନିଜ ଟ୍ୟାଲେଣ୍ଟରେ ବଲିଉଡରେ ସଫଳତା ପାଇଛନ୍ତି । ସଞ୍ଜୟ ଦତ୍ତ ବଲିଉଡରେ ବହୁତ ସାରା ଫିଲ୍ମ କରିଛନ୍ତି ଏବଂ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସଞ୍ଜୟ ଦତ୍ତ ବଲିଉଡରେ ସବୁ ପ୍ରକାରର ଫିଲ୍ମରେ କାମ କରି ସାରିଛନ୍ତି ।

ସଞ୍ଜୟ ଦତ୍ତଙ୍କ ପିତା ହେଉଛନ୍ତି ସୁନୀଲ ଦତ୍ତ ଏବଂ ମାତା ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନର୍ଗିସ ଦତ୍ତ । ସଞ୍ଜୟ ଦତ୍ତ ନିଜ ସମୟରେ ବହୁତ ବଲିଉଡ ଅଭିନେତ୍ରୀଙ୍କ ସହ ଲଭ ରିଲେସନରେ ରହିଥିଲେ ହେଲେ ତାଙ୍କୁ ନିଜ ଜୀବନର ପ୍ରକୃତ ପ୍ରେମ ମାନ୍ୟତାଙ୍କ ଠାରୁ ମିଳିଥିଲା । ତେଣୁ ସେ ୨୦୦୮ରେ ଗୋଆରେ ମାନ୍ୟତାଙ୍କ ସହ ପ୍ରେମ ବିବାହ କରିଥିଲେ ।

ସଞ୍ଜୟ ଦତ୍ତଙ୍କ ପ୍ରଥମ ଫିଲ୍ମ ଥିଲା ‘ରକି’ । ସେହି ସମୟରେ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଏହା ପରେ ସଞ୍ଜୟ ବହୁତ ସୁପର ହିଟ ଫିଲ୍ମରେ କମ କରିଥିଲେ ଏବଂ ବଲିଉଡର ଦିଗ୍ଗଜ ଅଭିନେତା ମାନଙ୍କ ସହ ମଧ୍ୟ ସଞ୍ଜୟ ଦତ୍ତ କାମ କରିଛନ୍ତି । ଫିଲ୍ମ ‘ଖଳନାୟକ’ ଏବଂ ‘ବାସ୍ତବ’ ରେ ସଞ୍ଜୟ ବହୁତ ଭଲ ଅଭିନୟ କରିଥିଲେ, ଏହି ଫିଲ୍ମ ପାଇଁ ତାଙ୍କୁ କେତେକ ପୁରସ୍କାର ମଧ୍ୟ ମିଳିଛି ।

ଆଜି ଆମେ ଆପଣ ମାନଙ୍କୁ ସଞ୍ଜୟ ଦତ୍ତଙ୍କ ଦୁଇଜଣ ଛୋଟ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଦେଖିବା ପାଇଁ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସଞ୍ଜୟ ଦତ୍ତଙ୍କ ଭଉଣୀ ମାନଙ୍କ ବିଷୟରେ ।

ସଞ୍ଜୟଙ୍କ ସାନ ଭଉଣୀଙ୍କର ନାମ ହେଉଛି ନମ୍ରତା ଦତ୍ତ । ନମ୍ରତା ଦେଖିବା ପାଇଁ ବହୁତ ସୁନ୍ଦର ଏବଂ ଆକର୍ଷିତ ଅଟନ୍ତି । ସଞ୍ଜୟ ଦତ୍ତ ନମ୍ରତାଙ୍କୁ ବହୁତ ଭଲ ପାନ୍ତି । ନମ୍ରତାଙ୍କ ବିବାହ ଅଭିନେତା କୁମାର ଗୌରବଙ୍କ ସହ ହୋଇଥିଲା । କୁମାର ଗୌରବ ହେଉଛନ୍ତି ରାଜେନ୍ଦ୍ର କୁମାରଙ୍କ ପୁଅ ।


ସଞ୍ଜୟ ଦତ୍ତଙ୍କ ବଡ ଭଉଣୀଙ୍କର ନାମ ହେଉଛି ପ୍ରିୟା ଦତ୍ତ । ପ୍ରିୟା ଦତ୍ତ ହେଉଛନ୍ତି ଜଣେ ରାଜନୀତିଜ୍ଞ । ପ୍ରିୟା ସାଂସଦର ସଦସ୍ୟ ମଧ୍ୟ ଅଟନ୍ତି । ଦେଶର ବଡ ବଡ ଦିଗଜ ମାନଙ୍କ ମଧ୍ୟରେ ପ୍ରିୟାଙ୍କ ନାମ ରହିଛି । ସଞ୍ଜୟ ପ୍ରିୟାଙ୍କୁ ମଧ୍ୟ ବହୁତ ଭଲ ପାନ୍ତି । ପ୍ରିୟାଙ୍କ ପିତା ସୁନୀଲ ଦତ୍ତ ମଧ୍ୟ ସାଂସଦର ସଦସ୍ୟ ଥିଲେ । ସଞ୍ଜୟଙ୍କ ଦୁଇଟି ଭଉଣୀ ଫିଲ୍ମରେ କାମ ନ କରିଥିଲେ ମଧ୍ୟ କୌଣସି ଷ୍ଟାର ଠାରୁ ସେମାନେ କମ ନୁହନ୍ତି । ସେମାନଙ୍କ ଲୋକପ୍ରିୟତା ମଧ୍ୟ କୌଣସି ଷ୍ଟାର ଠାରୁ କମ ନୁହେଁ । ତେବେ ଆପଣଙ୍କୁ ସଞ୍ଜୟ ଦତ୍ତ ଙ୍କ ଦୁଇ ଭଉଣୀ କିପରି ଲାଗିଲେ ଆମକୁ ଜଣାନ୍ତୁ ଓ ବଲିଉଡ ର ସବୁ ଟିକିନିକି ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *