ସଞ୍ଜୟଙ୍କ ପରିବାର ଦୁଃଖ ଦେଖି ରାଣୀ ପଣ୍ଡାଙ୍କ ଆଖିରେ ଧାର ଧାର ଲୁହ, କହିଲେ କିଛି ଏମିତି ଶୁଣି ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ, ଆପଣ ମାନେ ବହୁ ଚର୍ଚ୍ଚିତ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଜାଣିଥିବେ । ଯାତ୍ରା ଜଗତରେ ରାଣୀ ନିଜ ଅଭିନୟରେ ଯେତେ ଚର୍ଚ୍ଚାର ମୁଖପାତ୍ର ହୋଇ ନଥିବେ ସେ ସମାଜସେବା କରି ସବୁବେଳେ ପ୍ରଶଂସାର ମୁଖପାତ୍ର ହୋଇଆସିଛନ୍ତି । ତେବେ ନିକଟରେ ପୁଅ ସଞ୍ଜୟ ଙ୍କ ଦେହ ଅସୁସ୍ଥ ଥିବାବେଳେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ଏବଂ ରାନୀପଣ୍ଡା ସେଠାରେ ଉପସ୍ଥିତ ରହି କିଭଳି ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇଛନ୍ତି ଆଜି ଆମ୍ଭେ ଆପଣଙ୍କୁ ତାଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯାତ୍ରା ଅଭିନେତ୍ରୀ ତଥା ସମାଜସେବୀ ରାଣୀ ପଣ୍ଡା କହିଥିଲେ ଯେ ଯେବେଠାରୁ ଓଡିଶାରେ ବିପଦ ଆସିଛି ସେବେଠାରୁ ସେ ଚେଷ୍ଟା କରିଛନ୍ତି ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ । ଏହି ଚିନ୍ତାଧାରା ତାଙ୍କର ବର୍ତ୍ତମାନ ଅଛି ଏବଂ ଆଗକୁ ମଧ୍ୟ ନିୟମିତ ଭାବରେ ରହିବ । ଏଣୁ ସଞ୍ଜୟ ଙ୍କ ସମ୍ବନ୍ଧରେ ଶୁଣି ରାଣୀ ଙ୍କୁ ବହୁତ ଦୁଃଖ ଲାଗିଲା ।

ସଞ୍ଜୟ ଙ୍କ ବାପା ଙ୍କ ଦେହ ଭଲ ନାହିଁ ତଥା ସେମାନେ ବହୁତ କଷ୍ଟରେ ଜୀବନଯାପନ କରୁଛନ୍ତି । ସଞ୍ଜୟ ଙ୍କ ବାପା ମା’ ଙ୍କ ଆଖିର ଲୁହ ରାଣୀ ଙ୍କୁ ତାଙ୍କ ନିକଟକୁ ସାହାର୍ଯ୍ୟର ହାତ ବଢାଇଦେବା ନିମନ୍ତେ ବାଧ୍ୟ କରିଛି । ସେ ସୁଖର ସାଥି ନହେଲେ ମଧ୍ୟ ତାଙ୍କ ଦୁଃଖ ସମୟରେ ତାଙ୍କ ନିକଟରେ ସେ ଛିଡା ହୋଇଛନ୍ତି ବୋଲି କହିଛନ୍ତି ।

ଏଣୁ ସେ ମଧ୍ୟ ବହୁତ ଦୁଃଖିତ ଏବଂ ମର୍ମାହତ ଅଟନ୍ତି । ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିବେ ଯେ ତାଙ୍କ ପୁଅଟି ଯଥା ଶୀଘ୍ର ଭଲ ହୋଇଯାଉ । ରାଣୀ ସରକାର ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସଞ୍ଜୟ ଙ୍କର ସହାୟତା କରନ୍ତୁ ଯେପରିକି ତାଙ୍କ ପରିବାର ତାଙ୍କୁ ପୁନ୍ନ ଫେରି ପାଇବେ ।

ଗାଁ ର ସରପଞ୍ଚ ମଧ୍ୟ ସଞ୍ଜୟ ଙ୍କ ପାଇଁ ଭିକ୍ଷା କରିଛନ୍ତି ଏହାକୁ ନେଇ ରାଣୀ କହିଥିଲେ ଯେ ପ୍ରଥମ ଥର ପାଇଁ ସେ ଏଭଳି ସରପଞ୍ଚ ଦେଖିଛନ୍ତି ଯିଏକି ଗରିବ ଙ୍କ ପାଇଁ ନିଜେ ଭିକ୍ଷା ମାଗୁଛନ୍ତି । ଏହାଠାରୁ ବଡ କଥା ଆଉ କିଛି ହୋଇପାରିବ ନାହିଁ । ତେବେ ରାଣୀ ପଣ୍ଡା କହିଥିଲେ ସେ କୋଟିପତି ନୁହଁନ୍ତି କିନ୍ତୁ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ ସବୁ ପ୍ରକାର ସାହାର୍ଯ୍ୟ କରିବାକୁ ଚେଷ୍ଟା କରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *