ସନ୍ଧ୍ୟା ହେଲେ ଚିଲିକାରୁ ଶୁଭୁଛି ବିକଳ କାନ୍ଦ…ଦେଖନ୍ତୁ Video

ବନ୍ଧୁଗଣ, ଝିପି ଝିପି ବର୍ଷା ରାତି, ତୁହାକୁ ତୁହା ବର୍ଷା ହେବା ସହିତ ଘଡ ଘଡି ସାଙ୍ଗକୁ ବିଜୁଳି ମଧ୍ୟ ମାରୁଥାଏ । ଚାରିଆଡେ ବହୁତ ଅନ୍ଧାର ଥିଲା । ଚିଲିକାରେ ଶାନ୍ତ ପଣି ଧୀରେ ଧୀରେ ଅଶାନ୍ତ ହେବାକୁ ଲାଗିଲା । ମାତ୍ର କେଉଁ ଗୋଟିଏ ଅଜଣା ଭୟ ମନକୁ ବିଚଳିତ କରିଦେଲା । ବିଜୁଳି ର ଚକମକ ଆଲୁଅରେ ଦୂର ପାହାଡର ଦୃଶ୍ୟ ମନରେ ଭୟ ସୃଷ୍ଟି କରିଥିଲା । ଦୂର ଦୂର ପର୍ଯ୍ୟନ୍ତ ଗୋଟିଏ ମାତ୍ର ନଉକା ଦେଖା ଯାଉନଥିଲା ।

ସେଦିନ ମା’ କାଳିଜାଇ ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନେ ଯାଇଥାନ୍ତି । ଫେରିବା ସମୟରେ ଏହିଭଳି ବର୍ଷା ଝଡ ରେ ଡଙ୍ଗା ଦୋହଲିବାକୁ ଲାଗିଲା । ଡଙ୍ଗାଟି ସେତେବେଳେ ଯାଇ ମଝି ଦରିଆରେ ପହଞ୍ଚିଥିଲା । ଏହାପରେ ମଝି ଦରିଆରେ ସମସ୍ତେ ମା’ କାଳିଜାଇ ଙ୍କୁ ଡାକିବାରୁ ହଠାତ ବର୍ଷା ଝଡ ତଥା ପବନ ଧୀରେ ଧୀରେ କମିବାକୁ ଲାଗିଲା ।

ମା’ କାଳିଜାଇ ଙ୍କୁ ଜପିଜପି ଶ୍ରଦ୍ଧାଳୁ ମାନେ ଅଳ୍ପ ଆଶ୍ବସ୍ଥି ହେଲେ । କିନ୍ତୁ ହଠାତ କିଛି ବାଟ ଆଗକୁ ଗଲା ବେଳକୁ ମା’ କାଳିଜାଇ ଙ୍କ ମନ୍ଦିର ପାଖରୁ ହଠାତ ଶବ୍ଦ ଶୁଭିଲା ମତେ ବଞ୍ଚାଅ ବଞ୍ଚାଅ ।ମୁଁ ପାଣିରେ ବୁଡି ଯାଉଛି । ବାପା, ବୋଊ କେଉଁଠି ଅଛ ? ମତେ ଏଠାରୁ ତମେ ନେଇଜାଅ । ମତେ ଏଠାରେ ବହୁତ ଡର ଲାଗୁଛି । ଏହାପରେ କେହି ଜଣେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

ଏହି କଥା ଶୁଣି ଶ୍ରଦ୍ଧାଳୁ ମାନେ ଆଶ୍ଚର୍ଯ୍ୟ ହେବା ସହିତ ନାଭିକ କୁ ପଚାରିବାରୁ ସେ ତାହାର ପ୍ରକୃତ ରହସ୍ୟ କହିଥିଲା । କିମ୍ବଦନ୍ତୀ ଅନୁସାର କାଳୀ ଏବଂ ଜାଇ ମା’ ଙ୍କର ହେଉଛନ୍ତି ପୃଥକ ଅଂସ । କାଳୀ ହିନ୍ଦୁ ଧର୍ମର ଦେବୀ ହୋଇଥିବା ବେଳେ ଜାଇ ହେଉଛନ୍ତି ମାଡପୁର ଅଞ୍ଚଳର ଜଣେ ସାଧାରଣ ଝିଅ ।

ଯେ କି ବିବାହ କରି ପାରିକୁଦ କୁ ବାପା ଙ୍କ ସହିତ ଯାଉଥିବା ବେଳେ ଝଡ ହେବାରୁ ଜାଇ ବସିଥିବା ଡଙ୍ଗା ଟି ବୁଡିଯାଇଥିଲା । ନାଭିକ ଏବଂ ବାପା ସିନା ବଞ୍ଚି ଯାଇଥିଲେ ମାତ୍ର ଜାଇ ସେହି ଗଭୀର ପାଣି ରେ ବୁଡି ଯାଇଥିଲା । ଯାହାଡ କିଛି ସମୟ ପରେ ଶାନ୍ତ ହୋଇଯାଇଥିଲା କିନ୍ତୁ ଜାଇ କୁ ସବୁଦିନ ପାଇଁ ହରାଇ ବସିଥିଲେ ତାଙ୍କ ବାପା ।

ଝିଅ କୁ ନ ପାଇ ଜାଇ ର ବାପା ଖାଲି ହାତରେ ଘରକୁ ଫେରିଥିଲେ । ସେହି ଦିନଠାରୁ କୁହାଯାଇଅଛି ଯେ ଚିଲିକା ର ଗଭୀର ପାଣି ଦେଇ ଯାଉଥିବା ସମୟରେ ନାଭିକ ମାନେ ଜାଇ ର କାନ୍ଦ ଶୁଣିଥାନ୍ତି । ତେବେ ବନ୍ଧୁଗଣ ଏହି ଐତିହାସିକ ଘଟଣା ସମ୍ବନ୍ଧରେ ଜାଣି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *