ସମୁଦ୍ର ତଳେ କଣ ଅଛି ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମୁଦ୍ରର ଗଭୀରତାର ଶୀର୍ଷରେ ରହିଛି ଗୁମର ! ଯାହାକୁ ବୈଜ୍ଞାନିକ ମାନେ ସଠିକ ଭାବରେ ପ୍ରମାଣ କରିବା ପାଇଁ ବର୍ଷ ବର୍ଷ ସମୟ ବିତାଇଦେଇଛନ୍ତି । ତେବେ ଚାଲନ୍ତୁ ସମୁଦ୍ରକୁ ନେଇ କିଛି ବିବରଣୀ ଆଲୋଚନା କରିବା । ତେବେ ପାଣିର ଉତ୍ସ କହିଲେ, ଆମେ ସମୁଦ୍ର ନଦୀ, ନାଳ ପୋଖରୀ ଓ ହ୍ରଦ ଆଦିକୁ ବୁଝିଥାଉ । ହେଲେ ସେଥିମଧ୍ୟରୁ ସମୁଦ୍ର ହେଉଛି ସବୁଠାରୁ ବିଶାଳ ଓ ଅନ୍ୟତମ । କାରଣ ସମୁଦ୍ରର ପାଣି ଖାରିଆ ହୋଇପାରେ ସତ ।

ହେଲେ ସମୁଦ୍ରର ଗଭୀରତାକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ କେବେବି କଳନା କରି କହିପାରିନାହାନ୍ତି । ତେବେ ସମୁଦ୍ର ମଧ୍ୟରେ କଣ ସବୁ ମହଜୁଦ ରହିଛି । ତାହା କେଏନ ଆପଣ ଜାଣନ୍ତି । ତେବେ ହଁ ସମୁଦ୍ର ମଧ୍ୟରେ କଣ କଣ ରହିଥିବ, ସେଥିମଧ୍ୟରୁ ଅଳ୍ପ ବହୁତ ଆପଣଙ୍କର ମଧ୍ୟ ଜ୍ଞାନ ରହିଥିବ । ହେଲେ ସମୁଦ୍ରର ସର୍ବ ଶେଷ ଗଭୀରରେ କଣ ରହିଛି । ତାହା ବିଷୟରେ ବହୁ ଲୋକ ଅବଗତ ନୁହନ୍ତି । ସୂଚନା ମୁତାବିକ ସମୁଦ୍ରରେ ମାଛ, କଇଞ୍ଛ ଭଳି ଅନେକ ପ୍ରକାର ତଥା ଭିନ୍ନ ଭିନ୍ନ ଜଳଜାତୀୟ ଜୀବମାନ ରହିଅଛନ୍ତି ।

ଯାହାକୁ ସାଧାରଣତଃ ଭାବରେ ସମୁଦ୍ର ଜଳଚର କୁହାଯାଇଥାଏ । ଯାହାଙ୍କର ଆକାର ଅତି କ୍ଷୁଦ୍ରରୁ ଆରମ୍ଭ ହୋଇ ଆପଣ କଳ୍ପନା ମଧ୍ୟ କରିପାରୁନଥିବା ବିଶାଳକାୟ ଜୀବ ସମୁଦ୍ର ମାନଙ୍କରେ ରହିଥାନ୍ତି । ଏହା ଛଡା ସମୁଦ୍ର ମଧ୍ୟରେ ମାସ ମାସ କାଳ ଧରି ନୌସେନା ମାନେ ନିଜ ମିସନରେ ସମୁଦ୍ରର ମଧ୍ୟ ଭାଗରେ ବୁଡା ଜାହାଜ ମଧ୍ୟରେ ବୁଡି ରହି ଦେଶକୁ ସୁରକ୍ଷା ଦେଇଥାନ୍ତି । ତେବେ ଆମେ ଆଲୋଚନା କରିଥିବା ଜଳଚର ହୁଅନ୍ତୁ ବା ଜାହାଜ ହେଉ ।

ଏମାନେ ସମୁଦ୍ରର ଅଳ୍ପରୁ ଅଳ୍ପ ଗଭୀରତାରେ ହିଁ ରହିପାରିବେ । କାରଣ ସମୁଦ୍ରର ବହୁ ତଳ ଗଭୀରକୁ ଯିବା ପାଇଁ ଜଳଚର ଜୀବ ମାନଙ୍କର ମଧ୍ୟ ସାହସ ହୋଇନଥାଏ । କାରଣ ସେଠାରେ ସୂର୍ଯ୍ୟକିରଣର ଅଳ୍ପ ମାତ୍ରାରେ ବି ପ୍ରଭାବ ରହିନଥାଏ । ଯାହା ଦ୍ଵାରା ସମୁଦ୍ରର ଯେତେ ଭିତରକୁ ଭିତର ଜୀବ । ତାହା ପ୍ରାଣୀ ଜୀବନ ପ୍ରତି ସେତେ ଅଧିକରୁ ଅଧିକ କ୍ଷତିକାରକ ହୋଇଯିବ ।

ତେବେ ସମୁଦ୍ରର ସର୍ବଶେଷ ଗଭୀରତାରେ ବର୍ଷ ବର୍ଷ ଧରି ବର୍ଷା ଜଳ ହିଁ ଜମା ହୋଇ ରହିଥାଏ । ଯାହା କି ଜଳଚକ୍ର ଦ୍ଵାରା ବୁଲିକି ପୁଣି ଥରେ ବର୍ଷା ହୋଇ ଆକାଶକୁ ଯାଏ । ସେଠାରୁ ବର୍ଷ ହୋଇ ପୁଣି ପୃଥିବୀର ଗଭୀର ତଳ ସ୍ତରକୁ ଖସିଆସିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *