ସମୁଦ୍ରରୁ Petrol ଓ Diesel କିପରି ବାହାର କରାଯାଏ ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଣ ଜାଣିଛନ୍ତି କି ଭୂମିତଳେ ଗଚ୍ଛିତ ଆକାରରେ ଥିବା ପେଟ୍ରୋଲିୟମରୁ ପେଟ୍ରୋଲ ଓ ଡିଜେଲ ତିଆରି ହୁଏ । ଏବେ ଆପଣ ଭାବୁଥିବେ ଏହି ପେଟ୍ରୋଲିୟମ କଣ । ଏହା ଭୂପୃଷ୍ଠରେ ଥିବା ଏକ ଖଣିଜ ପଦାର୍ଥ । ବର୍ଷ ବର୍ଷ ପୂର୍ବରୁ ଭୂମିତଳେ ଅନେକ ଜୀବ ଜନ୍ତୁ ପୋତି ହୋଇରହିଛନ୍ତି । ତେବେ ଏହି କାରଣରୁ ମାଟି ଭିତରେ ସୋମନଙ୍କ ଶରୀର ହାଇପ୍ରେସର ଓ ଅକ୍ସିଜେନର ପ୍ରଭାବରେ ଆସି ତାହା ଡିକମ୍ପୋଜ୍ଟ ହୋଇଯାଏ ।


ଏହାପରେ ପେଟ୍ରୋଲିୟମ ଭଳି ଦ୍ରବ୍ୟ ତିଆରି ହୁଏ । ଏହାକୁ ଆମେ କଞ୍ଚା ତେଲ ବା କ୍ରୁଡ ଅୟଲ ମଧ୍ୟ କହିପାରିବା । କିନ୍ତୁ ଏହି ପେଟ୍ରୋଲିୟମ ପେଟ୍ରୋଲ ନୁହେଁ । ବରଂ ଏହାରି ଭିତରୁ ପେଟ୍ରୋଲ ,କିରୋସିନ, ଡିଜେଲ ଭଳି ତୈଳପଦାର୍ଥ ପ୍ରସ୍ତୁତ କରାଯାଏ । ତେବେ ଏହା ଭୂମି ତଳେ ଅଥବା ସମୁଦ୍ର ଗର୍ଭର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ହୋଇ ରହିଥାଏ । ବିଶେଷ କରି ସୁମଦ୍ର ଗର୍ଭରୁ ଏହି ତେଲକୁ ବାହାର କରିବା ପାଇଁ ଫ୍ଲୋଟିଂ ପ୍ଲାଟଫର୍ମର ବ୍ୟବହାର କରାଯାଏ ।

ପରେ ଏହାକୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ପେଟ୍ରୋଲ ବାହାର କରାଯାଏ । ଏହା କରିବା ପାଇଁ ପ୍ଲେଟର ତଳଭାଗରୁ ଷ୍ଟିଲ ସମୁଦ୍ର ଚଟାଣରେ ପୋତାଯାଏ । ଏହାଦ୍ୱାରା ପ୍ଲାଟଫର୍ମ ମୁଭ କରିପାରିବ ନାହିଁ । ଏହି ପ୍ଲାଟଫର୍ମରେ ବୋରିଂ ମେସିନ ଲଗାଯାଇଥାଏ । ଏହା ସାହାଯ୍ୟରେ ସମୁଦ୍ର ଗର୍ଭରେ ବୋରିଂ ବା ଡ୍ରିଲିଂ କରି ପେଟ୍ରୋଲିୟମ ସଂଗୃହିତ କରାଯାଏ । ଏହି ପ୍ରୋସେସ ସବୁଠି ସମାନ ହୋଇଥାଏ ।

ଏହାକୁ ରିଫାଇନ୍ଡ କରାଯାଇ ଦିଷ୍ଟିଲେସନ ପ୍ରୋସେସରେ ଏଥିରୁ ପେଟ୍ରୋଲ, ଡିଜେଲ ଓ କିରୋସିନ ବାହାର କରାଯାଏ । ତେବେ ଏହି ଡିଷ୍ଟିଲେସନ ପ୍ରୋସେସ କଣ ? ଏହାକୁ ଜାଣିବା ପାଇଁ ଆପଣ ଏକ ନିଜେ ମଧ୍ୟ ଟେଷ୍ଟ କରିପାରିବେ । ଏଥିପାଇଁ ଆପଣ ଏକ ଗ୍ଲାସ ପାଣିରେ ଲୁଣ ମିଶାନ୍ତୁ । ଏହାପରେ ଲୁଣ ଓ ପାଣିକୁ ଅଲଗା କରନ୍ତୁ । ଏବେ ଭାବୁଥିବେ ଲୁଣ ପାଣିରେ ମିଶିଲା ପରେ ଲୁଣକୁ କେମିତି ଅଲଗା କରିହେବ ? ଏଥିପାଇଁ ଆପଣ ଏହି ମିଶ୍ରଣକୁ ପ୍ରଥମେ ଗ୍ୟାସରେ ରଖିଦିଅନ୍ତୁ ।

ସାଧାରଣ ଭାବେ ପାଣି ୧୦୦ଡିଗ୍ରୀ ସେଲସିୟସରେ ଗରମ ହେଉଥିବା ବେଳେ ଲୁଣ ୧୫୦୦ ଡିଗ୍ରୀ ସେଲସିୟସରେ ଫୁଟିଥାଏ । ଏହି ସମୟରେ ବାହାରୁଥିବା ବାଷ୍ପ ପାଣିରେ ପରିବର୍ତ୍ତନ ହୋଇଥାଏ । ଏହି ପାଣିକୁ ଗୋଟିଏ ଗ୍ଲାସରେ ରଖନ୍ତୁ । ଶେଷରେ ପାତ୍ରରେ ଆପଣ କେବଳ ଲୁଣ ଥିବାର ଦେଖିପାରିବେ । ଏହାକୁ ହିଁ ଦିଷ୍ଟିଲେସନ ପ୍ରକ୍ରିୟା କୁହାଯାଏ । ଏହି ପ୍ରକ୍ରିୟାରେ ହିଁ କିରୋସିନ, ପେଟ୍ରୋଲ ଏବଂ ଡିଜେଲ ପ୍ରସ୍ତୁତ କରାଯାଏ ।


ଏହି ପ୍ରକ୍ରିୟାରେ ପେଟ୍ରୋଲ ପ୍ରଥମେ ବାହାରି ଥାଏ । ଏହାପରେ ଡିଜେଲ ଓ କିରୋସିନ ଆଦି ବାହାର କରାଯାଏ । ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଫ୍ରାକ୍ସନାଲ ଦିଷ୍ଟିଲେସନ ପ୍ରୋସେସ କୁହାଯାଏ । ଏହାପରେ ପେଟ୍ରୋଲ ଡିଜେଲର ସପ୍ଲ୍‌ଏ ପାଇଁ ଅଲଗା ଅଲଗା ଟ୍ୟାଙ୍କରରେ ଭର୍ତ୍ତି କରାଯାଏ । ତେବେ ଏଭଳି ଭାବେ ପ୍ରସ୍ତୁତ ହୋଇଥାଏ ଏହି ମୂଲ୍ୟବାନ ତେଲ ।

ବାୟୁମଣ୍ଡଳ ଦୂଷିତ ହେବା ସହ ପ୍ରକୃତି ଉପରେ ପଡୁଥିବା ହାନିକାରକ ପ୍ରଭାବ କାରଣରୁ ଏବେ ଭୂଗର୍ଭରୁ ଧିରେ ଧିରେ ମୂଲ୍ୟବାନ ଖଣିଜ ଦ୍ରବ୍ୟର ମଧ୍ୟ ସରିବାରେ ଲାଗିଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି । ଏହାର ବର୍ଦ୍ଧିତ ତେଲ ଦର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଉଛି । ଏବଂ ସମସ୍ତେ ଗାଡି ଧରିବା ପାଇଁ ବ୍ୟବହାର କରିବା ପାଇଁ ଶହେ ଥର ଭାବୁଛନ୍ତି ମଧ୍ୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *