ସମୁଦ୍ରରେ କିପରି ତିଆରି ହୁଏ ଲୁଣ ? ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସମୁଦ୍ରରୁ ଲୁଣ ଉତ୍ପାଦନ କରାଯାଇଥାଏ, ଯାହାକୁ ଟେବୁଲ ଲୁଣ ବା ଖାଇବା ଲୁଣ ବୋଲି କୁହାଯାଇଥାଏ । ଏହାର ରାସାୟନିକ ନାମ ସୋଡିୟମ କ୍ଲୋରାଇଡ । ଗୋଟିଏ ସୋଡିୟମ ଓ କ୍ଲୋରିନ୍‌ ପରମାଣୁକୁ ନେଇ ଏହି ଅଣୁ ଗଠିତ ହୋଇଥାଏ, ଯାହାକୁ ଖାଇବା ଲୁଣ ଭାବେ ବ୍ୟବହାର କରାଯାଇଥାଏ । ଆମେରିକାନ୍‌ ହାର୍ଟ ଆସୋସିଏଶନର ତଥ୍ୟ ଅନୁଯାୟୀ ଜଣେ ଦିନକୁ ୧୫୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ ।


ତେବେ ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ ।  ଉଦ୍ଭିଦ ତନ୍ତୁ ମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବ ପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣ କାରୀ ପଦାର୍ଥ । ତେବେ ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ ।

କଷ୍ଟିକ ସୋଡ଼ା, କ୍ଲୋରିନ ପ୍ରସ୍ତୁତିରେ ଏହା ଲାଗେ ଓ ପ୍ଲାସ୍ଟିକ, କାଗଜ ପଲ୍ପ ଓ ପଲିଭିନାଇଲ କ୍ଲୋରାଇଡ ଇତ୍ୟାଦି କେତେକ କାରଖାନା ମାନଙ୍କରେ ଏହା ବ୍ୟ‌ବ‌ହାର କରାଯାଏ । ପୃଥିବୀରେ ପ୍ରସ୍ତୁତ କରାଯାଉଥିବା ୨୦୦ ନିୟୁତ ଟନ୍‌ ଲୁଣରୁ ମାତ୍ର ୬% ମାନବ ଖାଦ୍ୟ ନିମନ୍ତେ ବ୍ୟବ‌ହାର କରାଯାଏ । ଖାଦ୍ୟ ଯୋଗ୍ୟ ଲୁଣ ତିନି ପ୍ରକାର ମିଳେ ।


ସାମୁଦ୍ରିକ ଲୁଣ, ଖାଇବା ଲୁଣ ଯେଉଁଥିରେ ମୁଣ୍ଡା ନ ହେବା ପଦାର୍ଥ ମିଶ୍ରିତ ଥାଏ ଓ ଆୟୋଡିନ ମିଶ୍ରିତ ଲୁଣ । ରାନ୍ଧିବାରେ ଲୁଣ ମିଶାଯାଏ, ଟେବୁଲରେ ଆବଶ୍ୟକତା ଅନୁଯାୟୀ ଖାଇବାକୁ ରଖାଯାଏ ଓ ଏହା ବ୍ୟତୀତ ଅନେକ ପ୍ରସ୍ତୁତ ଖାଦ୍ୟରେ ଏହି ଥାଏ । ତେବେ ସମୁଦ୍ରରୁ ପାଣି ଆଣି ତାକୁ ବାଷ୍ପୀଭୁତ କରି ସେଥିରୁ ଲୁଣ ବାହାରେ ଏବଂ ପରେ ଏକ ମେସିନ ସାହାର୍ଯ୍ୟ ରେ ସେଥିରୁ ଗୋଡି ପଥର ଏବଂ ପାଣି କୁ ଅଲଗା କରାଯାଇ ଥାଏ ।

ଏହା ସହ ପରେ ଏହି ଲୁଣ ରେ କେମିକାଲ ମିଶା ଯାଇ ବଜାରରେ ବିକ୍ରି ପାଇଁ ପଠା ଯାଇଥାଏ । ତେବେ ମାନବ ସ୍ୱାସ୍ଥ୍ୟ ନିମନ୍ତେ ସୋଡ଼ିଅମ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଇଲେକ୍ଟ୍ରୋଲାଇଟ ଓ ଅସମୋସିସ୍‌ ପ୍ରକ୍ରିୟାରେ ଭୂମିକା ନିର୍ବାହ କରେ । ଅତ୍ୟଧିକ ଲୁଣ ଖାଇଲେ ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଉଚ୍ଚ ରକ୍ତଚାପ ଯାହା ଉଭୟ ପିଲା ଓ ଯୁବକ ମାନଙ୍କୁ ହୋଇପାରେ ।

ଦୀର୍ଘକାଳ ଧରି ଲୁଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବର ଅନୁଶୀଳନ ଚାଲିଛି । ଲୋକପ୍ରିୟ ଲୁଣିଆ ଖାଦ୍ୟ କମ୍ ଖାଇବାକୁ ଅନେକ ସ୍ୱାସ୍ଥ୍ୟ ଆସୋସିଏସନ ଓ ବିଶାରଦ ମାନେ ସୁପାରିସ କରୁଛନ୍ତି ଦୈନିକ ୬ଗ୍ରାମ ଲୁଣ ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *