ସମୁଦ୍ରରେ ଷ୍ଟଣ୍ଟ ମାରିବା ହେଲା କାଳ ! ଦେଖନ୍ତୁ ସମୁଦ୍ରରେ ଭାସିଯିବା ପୂର୍ବର ଛାତି ଥରା ଦୃଶ୍ୟ ! ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପୁଣିଥରେ ଏକ ଦୁଃଖଦ ଘଟଣା ଘଟିଛି ପୁରୀ ରେ । ପୁରୀ ବୁଲିବାକୁ ଆସି ହସ ଖୁସିରେ ସମୁଦ୍ରରେ ଖେଳୁଥିଲେ ବାପପୁଅ । ପୁଅ ଆଗରେ ବାପା ଦେଖାଉଥିଲେ ଷ୍ଟଣ୍ଟ ସିନ୍‌ । ପୁଅ ଖୁସି ବି ବନ୍ଧ ବାଡ଼ ମାନୁ ନଥିଲା । ହେଲେ ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ । ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା ।

ଏମିତି ଏକ ହୃଦୟ ବିଦାରକ ଘଟଣା ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଆଜି ଘଟିଛି । ନିଖୋଜ ବ୍ୟକ୍ତିଜଣକ ହେଲେ ବାଲେଶ୍ୱରର ବଂଶୀଧର ବେହେରା । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି । ସମୁଦ୍ର ରେ ଭାସିଯିବା ପୂର୍ବ ରୁ ସେହି ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ସମୁଦ୍ର ରେ ଭାସି ଯାଇଥିବା ବଂଶୀଧର ବେହେରା ନିଜ ପରିବାର ସଦସ୍ୟ ଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ ।

ସମୁଦ୍ରରେ ଗାଧୋଇବା ବେଳେ ବଂଶୀଧର ଓ ତାଙ୍କ ପୁଅ ବେଶ୍‌ ମସ୍ତି କରୁଥିଲେ । କେତେବେଳେ ସମୁଦ୍ର ବାଲିରେ ଲୋଟି ଫଟୋ ପୋଜ୍ ଦେଉଥିଲେ ତ କେତେବେଳେ ସମୁଦ୍ର ଆଡ଼କୁ ଦୌଡ଼ି ପଳାଉଥିଲେ । କିନ୍ତୁ ନିଜ ପୁଅ କୁ ସମୁଦ୍ର ରେ ଷ୍ଟଣ୍ଟ ଦେଖାଇବାକୁ ଯାଇ ଯେତେବେଳେ ବଂଶୀଧର ସମୁଦ୍ର ପାଣି ଆଡ଼କୁ ଦୌଡ଼ି ଯାଉଥିଲେ ସେତେବେଳେ ହଠାତ ପାଣି ସୁଅ ରେ ସେ ଭାସିଗଲେ ଏବଂ ତାଙ୍କର କୌଣସି ଖୋଜ ମିଳିଲା ନାହିଁ ।

ପରିବାର ସଦସ୍ୟ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇଲେ ନାହିଁ । ସମୁଦ୍ର ର ଷ୍ଟଣ୍ଟ ତାଙ୍କ ପାଇଁ ହେଲା କାଳ । ବାପା ଓ ପୁଅ କୁ ଅଲଗା କରିଦେଲା ସମୁଦ୍ର । କ୍ଷଣିକ ରେ ମିଳେଇ ଗଲା ପରିବାର ର ଖୁସି । ବର୍ତ୍ତମାନ ବଂଶୀଧର ବେହେରା ଙ୍କୁ ଖୋଜୁଛି ଲାଇଫ ଗାର୍ଡ । ନିଖୋଜ ପୂର୍ବରୁ ଉକ୍ତ ଭିଡିଓ ଟି ଥିଲା ତାଙ୍କ ଶେଷ ଭିଡିଓ । ଯେଉଁଥିରେ ସେ ବେଶ ଖୁସି ରେ ନିଜ ପୁଅ ଙ୍କ ସହିତ ସମୟ ବିତାଉଛନ୍ତି ।

କିନ୍ତୁ ମାତ୍ର କିଛି ସମୟ ଭିତରେ ସବୁ ଖୁସି ସମୁଦ୍ର ର ଢେଉ ରେ ଭାସିଗଲା । ତେବେ ଏହି ଘଟଣା ରୁ ଆପଣ ମାନେ ଜାଣି ପାରୁଥିବେ ଯେ, ମନୁଷ୍ୟ ର ଜୀବନ ପାଣି ଫୋଟକା ଭଳି । ଯାହା ଆଜି ଅଛି ତାହା କାଲି ନଥିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *