ଭାରତ ସମୁଦ୍ରରୁ କିପରି ବାହାର କରେ ପେଟ୍ରୋଲ ଓ ଡିଜେଲ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଯେଉଁ ଭଳି ଭାବରେ ଆମେ ପେଟ୍ରୋଲ-ଡିଜେଲର ଭରପୁର ମାତ୍ରାରେ ବ୍ୟବହାର କରୁଛୁ ଆସୁଥିବା 40-50 ବର୍ଷ ମଧ୍ୟରେ ଦୁନିଆରେ ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ । ବର୍ତ୍ତମାନ ସମୟରେ ଇରାନ ଓ ସାଉଦି ଆରବ ଦେଶ ଧନୀ ଅଛନ୍ତି କାରଣ ଦୁନିଆରେ ସବୁଠାରୁ ଅଧିକ ତେଲ ଏହି ଦୁଇଟି ଦେଶ ପାଖରେ ଅଛି । ଏହି ଦେଶ ଗୁଡିକର ଏକ ସଂଗଠନ ଅଛି ଯାହାକୁ OPEC କୁହାଯାଏ ।

ଏହି ଦେଶ ଗୁଡିକ ତୈଳର ଦରକୁ ନିର୍ଧାରଣ କରିଥାନ୍ତି । ଯେଉଁ ତେଲ 2010 ମସିହାରେ 52 ଟଙ୍କାରେ ମିଳୁଥିଲା ଆଜି ସେହି ତେଲ 100 ଟଙ୍କାରୁ ଅଧିକରେ ମିଳୁଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ପେଟ୍ରୋଲ କେଉଁଠୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପେଟ୍ରୋଲ ଓ ଡିଜେଲ ମାଟିରୁ ବାହାର କରାଯାଇଥାଏ ଏବଂ ଏହି ପ୍ରୋସେସ ପାଇଁ ତୈଳ ମହଙ୍ଗା ହୋଇଥାଏ । ପେଟ୍ରୋଲ-ଡିଜେଲ ଆମକୁ ମାଟି ତଳରୁ ଗାଢା ଓ କଳା ପଦାର୍ଥ ରୂପେ ମିଳିଥାଏ । ଏହାକୁ ପେଟ୍ରୋଲିୟମ କୁହାଯାଇଥାଏ । ଚଟାଣ ଦ୍ଵାରା ପ୍ରସ୍ତୁତ ହେଉଥିବା ତୈଳକୁ ପେଟ୍ରୋଲିୟମ କୁହାଯାଏ । ପୂର୍ବରୁ ପୃଥିବୀରେ ଅନେକ ନାଚୁରାଲ ଡିସାଷ୍ଟର ହୋଇଥିଲା ।

ଏହାଦ୍ବାରା ଅନେକ ଗଛ ଓ ଜୀବ ଜନ୍ତୁ ମାଟି ଭିତରେ ପୋତି ହୋଇ ମରିଗଲେ । ଏଗୁଡିକ ଡିକମ୍ପୋଜ ହୋଇ ପ୍ରେସର ପାଇଁ ପେଟ୍ରୋଲିୟମରେ ପରିବର୍ତ୍ତନ ହୋଇଗଲେ । ଏହା ପରେ ମଣିଷ ଅନେକ ବଡ ବଡ ଡ୍ରିଲିଙ୍ଗ ମେସିନ ଦ୍ଵାରା ପେଟ୍ରୋଲିୟମକୁ ବାହାର କଲା । ପେଟ୍ରୋଲିୟମରେ କଞ୍ଚା ତୈଳ ଥାଏ । ପେଟ୍ରୋଲିୟମକୁ ବାହାର କରିବା ପରେ କଞ୍ଚା ତୈଳକୁ କାରଖାନା ପଠାଯାଏ । କଞ୍ଚା ତୈଳ ମାଟି ଓ ସମୁଦ୍ରରେ ମିଳିଥାଏ । ଯେଉଁ ତୈଳ ସମୁଦ୍ର ମଧ୍ୟରେ ଥାଏ ତାକୁ ବାହାର କରିବା ପାଇଁ ଫ୍ଲୋଟିଙ୍ଗ ରିଫାଇନେରି ବନା ଯାଇଥାଏ ।

ଆଉ ଯେଉଁ ତୈଳ ମାଟି ଭିତରେ ଥାଏ ତାକୁ ବାହାର କରିବା ପାଇଁ କୂପ ବନା ଯାଇଥାଏ । ବନ୍ଧୁଗଣ ତୈଳକୁ ଖୋଜିବା ପାଇଁ ଅନେକ ବର୍ଷ ଲାଗିଯାଇଥାଏ । ଏହା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ । ଯେଉଁ ତୈଳ ଆମ ମାନଙ୍କ ପାଖକୁ ପହଞ୍ଚାଇ ଦିଆଯାଏ ସେହି ତେଲକୁ ବାହାର କରିବା ପାଇଁ ଅନେକ ବଡ ବଡ ମେସିନ ବ୍ୟବହାର କରାଯାଇଥାଏ ।

ସମୁଦ୍ରରେ ତେଲ ବାହାର କରିବା ସମୟରେ ୧୦୦୦ ଫୁଟ ତଳେ ଡ୍ରିଲିଙ୍ଗ କରାଯାଇଥାଏ । ତେଲ ମିଳିବା ପରେ ତାକୁ ରିଫାଇନେରିରେ ଦିଆଯାଇଥାଏ । ଏହା ପରେ କଞ୍ଚା ତେଲକୁ ବଡ ବଡ ସିଲିଣ୍ଡରରେ ଗରମ କରାଯାଇଥାଏ । ଅଲଗା ଅଲଗା ଟେମ୍ରେଚରରେ ପେଟ୍ରୋଲ ଡିଜେଲକୁ ବାହାର କରାଯାଇଥାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *