ସମ୍ପତିରେ ଭାଗ ନେବାକୁ ଆସିଲା ପୁଅ ତ ମା’ ଦେଲା 74 ଟଙ୍କା, କିନ୍ତୁ ଅନ୍ୟ ଜଣଙ୍କୁ ଦେଇଦେଲେ କୋଟି କୋଟି ଟଙ୍କାର ସମ୍ପତ୍ତି, କାରଣ ଜାଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ଆଜିକାଲିର ଦୁନିଆରେ ଛୁଆ ମାନେ ନିଜ ଜୀବିତ ମା ବାପାଙ୍କର କୌଣସି ଚିନ୍ତା କରୁ ନାହାନ୍ତି । ହେଲେ ବାପା ମା ମରିବା ପରେ ସମ୍ପତ୍ତି ନେବା ଉଦ୍ଦେଶ୍ୟରେ ସବୁକିଛି କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏହି ପରି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଆପଣ ମାନେ ସମସ୍ତେ ଏହି ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । ଗତ କିଛି ଦିନ ତଳେ ଜଣେ ମହିଳା ଖୁଲାସା କରି କହିଥିଲେ, ତାଙ୍କ ଜେଜେ ମା ଦୁନିଆ ଛାଡିବା ପୂର୍ବରୁ ସମସ୍ତ ସମ୍ପତ୍ତି ତାଙ୍କ ନାମରେ କରି ଦେଇଛନ୍ତି । ଯେତେବେଳେ ଏହି କଥା ମହିଳାଙ୍କ ବାପାକୁ ଜଣା ପଡିଲା ସେତେବେଳେ ସେ ନିଜ ଭାଗ ନେବା ପାଇଁ ଜେଜେ ମାଙ୍କୁ ବାଧ୍ୟ କରିବାକୁ ଲାଗିଲେ । 

ମିଡିଆ ରିପୋର୍ଟସ ଅନୁସାରେ ମହିଳାଙ୍କ ବାପା ଯେତେବେଳେ ମହିଳାଙ୍କୁ ୧୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଛାଡି ଚାଲିଯାଇଥିଲେ । ମହିଳା ନିଜର ଏହି କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମହିଳା ନିଜ ନାମର ଖୁଲାସା ନକରି ସୋସିଆଲ ମିଡିଆରେ କହିଥିଲେ-‘ଜେଜେ ମାଙ୍କ ନିଧନ ପୂର୍ବରୁ ସେ ସମସ୍ତ ସମ୍ପତ୍ତି ମୋ ନାମରେ କରିଦେଲେ ।

ଆଗକୁ ମହିଳା କହିଛନ୍ତି-‘ସେହି ସମ୍ପତ୍ତିରେ ଗୋଟେ ଘର ଓ ଦେଢ କୋଟି ତାଙ୍କର ଟଙ୍କା ଥିଲା । ଜେଜେ ମା ତାଙ୍କ ପୁଅ ତଥା ମୋ ବାପାଙ୍କ ପାଇଁ ଏକ ଡଲାର ତଥା ୭୪ ଟଙ୍କା ବ୍ୟତୀତ ଆଉ କିଛି ବି ଛାଡି ନଥିଲେ’ । ମହିଳାଙ୍କ ମୁତାବକ, ତାଙ୍କ ବାପା ଅନ୍ୟ ମହିଳା ଜଣଙ୍କ ପାଇଁ ନିଜ ପରିବାର ଛାଡି ଦେଇଥିଲେ । ସେତେବେଳେ ମହିଳା ୧୩ ବର୍ଷର ଥିଲେ ।

ସେହି ସମୟରେ ମହିଳାଙ୍କ ମାଙ୍କୁ ଜଣା ପଡିଲା ତାଙ୍କ ବାପାର ଅନ୍ୟ ମହିଳାଙ୍କ ସହ ଅଫେୟାର ଅଛି । ଅନ୍ୟ ମହିଳାଙ୍କୁ ତାଙ୍କ ବାପା ଗର୍ଭବତୀ କରିଦେଇଥିଲେ । ନିଜ ସ୍ତ୍ରୀକୁ ଛାଡି ମହିଳାଙ୍କ ବାପା ଅନ୍ୟ ମହିଳାଙ୍କ ସହ ରହିଲେ । ଜେଜେ ବାପା ଓ ଜେଜେ ମାଙ୍କ ସହ ମହିଳା ଏବଂ ତାଙ୍କ ମା ରହୁଥିଲେ । ଜେଜେ ମା ମହିଳାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ।

ହେଲେ ଦୁର୍ଭାଗ୍ୟ ବଶତଃ ଗତ ବର୍ଷ ତାଙ୍କର କ୍ୟାନ୍ସର ବାହାରିଲା ଓ ସେ ଦୁନିଆ ଛାଡି ଚାଲିଗଲେ । ମୃତ୍ୟୁ ପୂର୍ବରୁ ସେ ନିଜର ସମସ୍ତ ସମ୍ପତ୍ତି ନିଜ ନାତୁଣୀ ନାମରେ କରି ଚାଲିଗଲେ । ଯେତେବେଳେ ଏହି କଥା ମହିଳାଙ୍କ ବାପାଙ୍କୁ ଜଣା ପଡିଲା ସେତେବେଳେ ସେ ମହିଳାଙ୍କ ସହ ସମ୍ପର୍କ କରି ସମ୍ପତ୍ତିକୁ ନେବା ପାଇଁ ବାଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *