ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଚକ୍ରାନ୍ତ ? ବାଲେଶ୍ୱର ରେମୁଣାର ଝିଅ ସୁଭଦ୍ରା ପଣ୍ଡାଙ୍କ ବାସନ୍ଦ ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ନମସ୍କାର, ବାଲେଶ୍ଵର ଜିଲ୍ଲା ରେମୁଣା ର ଝିଅ ସୁଭଦ୍ରା ପଣ୍ଡା । ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ରେ ଯେଉଁ ସୁଭଦ୍ରା ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ ଘଟଣା ନେଇ ଖବର ପ୍ରସାରଣ ପରେ ସୁଭଦ୍ରା ଙ୍କୁ ସହାୟତା ର ହାତ ତ ବଢ଼ାଇଛନ୍ତି । ସେପଟେ ସୁଭଦ୍ରା ଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ରେ ସତ୍ୟତା ଥିବାର ମଧ୍ୟ ସ୍ପଷ୍ଟତା ଲାଗିଛି । କଣ ଅଛି ସମ୍ପୂର୍ଣ୍ଣ ଘଂଟା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ସୁଭଦ୍ରା ଥିଲେ ବ୍ରାହ୍ମଣ ଘରର ଝିଅ ବ୍ରାହ୍ମଣ ବସ୍ତି ରେ ରହୁଛନ୍ତି । ପରିବାର କହିଲେ ସେ ଆଉ ତାଙ୍କ ମାଆ । ମାଆ ଙ୍କ ମାନସିକ ସ୍ଥିତି ଭଲ ନାହିଁ । ବାପା ଆଠ ବର୍ଷ ହେଲା ଆରପାରି କୁ ଚାଲି ଯାଇଛନ୍ତି । ଏଭଳି ପରିସ୍ଥିତି ରେ ଦୟନୀୟ ସ୍ଥିତି ରେ ଦିନ କାଟୁଥିଲେ । କିନ୍ତୁ ବର୍ତ୍ତମାନ କଥା ଉଠୁଛି କି ସୁଭଦ୍ରା କୁଆଡେ ପାଳିତା କନ୍ୟା ।

ତାଙ୍କୁ ୧୧ ଦିନରୁ ଆଣି ଏଠାରେ ରଖା ଯାଇଛି । ଏମିତିକି ସେ ନୀଚ ଜାତି ର । ତେଣୁ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ଗାଁ ର କିଛି ବ୍ୟକ୍ତି । କିପରି ଉଦ୍ଦେଶ୍ୟ ମୂଳକ ଭାବରେ ତାଙ୍କର ଆଧାର କାର୍ଡ ରେ ବାପା ଙ୍କ ନାଁ ନଥିବା ମଧ୍ୟ ଜଣା ପଡ଼ିଛି । ସୁଭଦ୍ରା ଙ୍କ ବାପା ଙ୍କ ମୃତ୍ୟୁ ପରେ ତାଙ୍କୁ ପୈତୃକ ସମ୍ପତ୍ତି ରୁ ବଞ୍ଚିତ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି ।

ଗାଁ ରେ ସାମାଜିକ ବାସନ୍ଦ କରାଯାଇ ମଧ୍ୟ ସତ୍ୟତା ରହିଛି । ତେବେ କେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି । ତାଙ୍କ ଆଧାର କାର୍ଡ ରେ ବାପା ଙ୍କ ନାଁ ନାହିଁ କାହିଁକି ତାହାର ତଦନ୍ତ ହେଲେ ଜଣା ପଡ଼ିବ । ତେବେ ସୁଭଦ୍ରାଙ୍କ ମାଆ ଙ୍କ ମୃତ୍ୟୁ ପରେ ସମ୍ପତ୍ତି ହଡ଼ପ କରିବା ପାଇଁ ଏବେଠାରୁ ମଧ୍ୟ ଯୋଜନା ଆରମ୍ଭ ହୋଇଛି ।

ଏକଥା ଆମେ କହୁ ନାହୁଁ ଏକଥା କହୁଛି ସୁଭଦ୍ରାଙ୍କ ଆଧାର କାର୍ଡ । କାହିଁକି ନା ଏଥିରେ ତା’ର ବାପା ଙ୍କ ନାଁ ନାହିଁ । ନିଶ୍ଚିତ ଭାବରେ ସ୍ପଷ୍ଟ ହୋଇ ଯାଉଛି କି ସୁଭଦ୍ରା ଙ୍କୁ ମେଣ୍ଟାଲି ଟର୍ଚ୍ଚର କରାଯାଉଥିଲା ଯେଉଁଥିପାଇଁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଥିଲେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *