ସାମ୍ନାକୁ ଆସିଲା ପ୍ରକୃତ କାରଣ କାହିଁକି ଘଟିଲା ଏତେବଡ ଦୁର୍ଘଟଣା, କରମଣ୍ଡଳ ଏକ୍ସପ୍ରେସ୍

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବିଗତ ଚବିଶି ବର୍ଷ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା । ଆଖି ପିଛୁଳାକେ ଚାଲିଯାଇଥିଲା 300 ଶହ ଲୋକମାନଙ୍କ ଜୀବନ ଏବଂ ଭୂମିରେ ଏବେ ବି ଶୁଖିନି ରକ୍ତର ଦାଗ  । ଅତି  ଭୟଙ୍କର ଭାବରେ କରମଣ୍ଡଳରେ ଯାତ୍ରା କରୁଥିବା ଯାତ୍ରୀ ମୃତ୍ୟୁ ମୁଖକୁ ପଳେଇଯିବେ ଏହା କେହି ବି ଭାବିନଥିଲା ।

କରମଣ୍ଡଳରେ ଥିବା ଯାତ୍ରୀବୃନ୍ଦ ଘରକୁ ଯିବାର ସ୍ଵପ୍ନ ଦେଖିଥିଲେ ମାତ୍ର ବିଧାତାର ନିର୍ଣ୍ଣୟ କିଛି ଅଲଗା ଥିଲା । ତେବେ ଏବେ ସାମନା କୁ ଆସିଛି ଦୁର୍ଘଟଣା ପଛରେ ଥିବା ଅସଲି କାରଣ କଣ ପାଇଁ ଏଭଳି ଭୟାନକ ଛାତିଥରା ଦୃଶ୍ୟ ଘଟିଛି । ଏହି ଘଟଣା ପାଇଁ କିଏ ହେଇଛି କାରଣ ଏଭଳି ପ୍ରଶ୍ନର ଆଜି ମିଳିଛି ଉତ୍ତର । ଗତଦିନରେ ତିନୋଟି ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ।

ପ୍ରାଥମିକ ରିପୋର୍ଟ ରୁ ଜଣାପଡିଛି ଅସଲି କାରଣ ଯାହା ପାଇଁ ଚାଲି ଯାଇଛି ଶହେ ଶହେ ଲୋକମାନଙ୍କ ଜୀବନ । ସାଧାରଣ ଭାବରେ କରମଣ୍ଡଳ ଏକ୍ସପ୍ରେସ୍ ଅପର ଟ୍ରେନ୍ ଅପେକ୍ଷା ଅଧିକ ବେଗରେ ଯାଇଥାଏ ଏବଂ ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ଦ୍ରୁତ ବେଗରେ ପହଞ୍ଚାଇଥାଏ । ତେଣୁ କରମଣ୍ଡଳ ଯାତ୍ରୀମାନେ ଅଧିକାଂଶ ସମୟ ଖୁସି ହୁଅନ୍ତି ।

ତେବେ ଏଥର ମଧ୍ୟ ଠିକ ସେୟା ଆଶା କରି ଟ୍ରେନ୍ନ ଛଡିଥିଲେ ଯାତ୍ରୀମାନେ ଟ୍ରେନ୍ ମଧ୍ୟ ଖୁବ୍ ତୀବ୍ର ବେଗରେ ଯାଉଥିବା ମାତ୍ର କରମଣ୍ଡଳ ଟ୍ରେନ୍ କୁ ମିଳିନଥିବା ସିଗନାଲ । ସିଗନାଲ ପାଇନଥିବା କରମଣ୍ଡଳ ଏକ୍ସପ୍ରେସ୍ ରେ ଅଫଲାଇନ କୁ ପଶିଆସି ମାଲଗାଡି ସହ ପିଟିହୋଇଗଲା ଏସବୁ ନ ଜାଣିଥିବା ଯଶୱନ୍ତ ହାଉଡା ଏକ୍ସପ୍ରେସ୍ ଆସି ଦୁଇ ଗାଡି ସାଙ୍ଗେ ଧକା ହୋଇ ଗୁରୁତ୍ଵର ଭାବେ ଆଘାତ ହୋଇ 261 ଶହ ଲୋକ ମୃତ  ଓ 900 ଶହ ଭୟଙ୍କର ଭାବରେ ଆହତ ହୋଇଥିବା ସୂଚନା ରେଳ ସରକାରୀ ସୂତ୍ରରୁ ମିଳିଛି ।

ତେବେ ସୂଚନା ଅନୁଯାୟୀ  ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ସହ ଦୁଇଜଣ ଗରିଷ୍ଟ ନେତା ଘଟଣା ସ୍ଥଳ ଯାଇ ସମୀକ୍ଷା କରିଛନ୍ତି । ଗୁରୁତ୍ଵର ହୋଇଥିବା ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଏବେ ବି ଜାରି ରହିଛି ଶବ ଅନୁସନ୍ଧାନ ।

Leave a Reply

Your email address will not be published. Required fields are marked *