ପୋଲିସ, ସାମ୍ବାଦିକ ବଞ୍ଚାଇ ଦେଲେ ଜୀବନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ଓ ସାମ୍ବାଦିକ ଉଭୟ ମିଶି ଲୋକଙ୍କ ଜୀବନ ବଞ୍ଚାଇଲେ । ତେବେ ଏପରି କିଛି ଖବର ଆସି ପହଞ୍ଚିଛି । ଯେଉଁଠାରେ କି କିଛି ପୋଲିସଙ୍କ ସମେତ 2 ସାମ୍ବାଦିକ ଭାଇ ମିଶି ରାସ୍ତାରେ ବାଲି ପକାଉଛନ୍ତି । ତେବେ ରାସ୍ତାରେ ବାଲି ପକାଉଛନ୍ତି ଏହା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ମଧ୍ୟ କଥା ନହିଁ ।

ତେବେ ସୂଚନା ମୁତାବକ ରାଜଧାନୀ ଦେଇ ଯାଉଥିବା ରସୁଲଗଡ ଓଭର ବ୍ରିଜ ଉପରେ ବହୁ ଗାଡିର ଯାତାୟତ ହୋଇଥାଏ । ତେବେ ସେହି ରାସ୍ତାରେ ଯାଉଥିବା ସମୟରେ  ୨ ସାମ୍ବାଦିକଙ୍କ ନଜରରେ  ଏକ ଘଟଣା ନଜର ଆସିଥିଲା । ତେବେ ସାମ୍ବାଦିକ ଭାଇ ଏପରି ରାସ୍ତାରେ ମୋବିଲ ପଡିଥିବା ଦେଖି PCR ଭ୍ୟାନକୁ ଫୋନ କରିଥିଲେ । ତାପରେ ପୋଲିସ ଓ ସାମ୍ବାଦିକ ମିଶି ଏପରି ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ଅନେକ ଲୋକଙ୍କର ଜୀବନ ରକ୍ଷା କରିଥିଲେ ।

ଯେ ରାସ୍ତା ଉପରେ ମୋବିଲ ଭଳି ତୈଳାକ୍ତ ଜିନିଷ ପଡିଥିଲା । ତେବେ ସେଠାରେ ଯାଉଥିବା ଅନେକ ଗାଡି ସେଠାରେ ସ୍ଲିପ ଖାଉଥିଲେ । ଏହା ସହିତ ୨ ସାମ୍ବାଦିକ ଭାଇ ମଧ୍ୟ ସେଠାରେ ଯିବା ସମୟରେ ସେହି ସମସ୍ଯାର ସମ୍ମୁଖୀନ ହୋଇଥିଲେ । ତେବେ ପୋଲିସ ଏପରି ଘଟଣା ରାସ୍ତା ଉପରେ ଦେଖି ସଙ୍ଗେ ସଙ୍ଗେ ରାସ୍ତା ଉପରେ ବାଲି ପକାଇବା ଆରମ୍ଭ କରିଦେଇଥିଲେ ।

ଏହା ଦେଖି ସାମ୍ବାଦିକ ଭାଇ ମଧ୍ୟ ପୋଲିସ ଭାଇଙ୍କ ସହିତ ମିଶି ତାଙ୍କୁ ସାହାଜ୍ଯ କରିବା ଆରମ୍ଭ କରିଦେଇଥିଲେ । ତାପରେ ତୁରନ୍ତ ପାଖ ଜାଗରୁ ବାଲି ଆଣି ରସୁଲଗଡର ଓଭର ବ୍ରିଜ ଉପରେ ପଡିଥିବା ତେଲ ଉପରେ ବାଲି ଆଣି ପକାଇ ଥିଲେ । ତେବେ ପୋଲିସ ଓ ସାମ୍ବାଦିକ ଭାଇଙ୍କର ଏପରି ପଦକ୍ଷେପକୁ ଅନେକ ଲୋକ ପ୍ରଶଂଷା କରିଛନ୍ତି । କାରଣ ତାଙ୍କର ଏଭଳି ଉଦ୍ୟମ ଫଳରେ ଅନେକ ଲୋକଙ୍କର ଜୀବନ ଆଜି ସୁରକ୍ଷିତ ହୋଇପାରିଛି ।

ବହୁ ଲୋକଙ୍କର ଗାଡି ସ୍ଲିପ ହୋଇ ଦୁର୍ଘଟଣାରୁ ବଞ୍ଚି ଯାଇପାରିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଟି ଭାଇରାଲ ହେବା ପରେ ଏହାକୁ ବହୁ ଲୋକପ୍ରିୟତା ମଧ୍ୟ ମିଳିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ  ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *