ଜାନୁୟାରୀ 23, ପବିତ୍ର ସାମ୍ବ ଦଶମୀ ରେ କରନ୍ତୁ ଏହି ୩ଟି କାମ, ପୂରଣ ହେବ ଆପଣଙ୍କ ସବୁ ମନୋସ୍କାମନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହା ପବିତ୍ର ଶାମ୍ବ ଦଶମୀ ଦିନ କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ମନୋସ୍କାମନା ପୂର୍ଣ ହେବ । ବନ୍ଧୁଗଣ ଶାମ୍ବ ଦଶମୀ ଓଡ଼ିଶା ର ପ୍ରତ୍ୟେକ ଘରେ ଘରେ ପାଳନ କରାଯାଏ।ପବିତ୍ର ଶାମ୍ବ ଦଶମୀ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରେ ପଡ଼ିଥାଏ।ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଦେବ ଙ୍କ ପର୍ବ। ଯେପରି କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ର ପୂଜା କରାଯାଏ। ସେହିପରି ଏହି ଦିନ ସୂର୍ଯ୍ୟ ଦେବ ଙ୍କୁ ପୂଜା କରାଯାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହା ଏହି ପବିତ୍ର ଶାମ୍ବ ଦଶମୀ ଦିନ କରିବା ଦ୍ୱାରା ଆପଣଙ୍କ ସବୁ ଇଚ୍ଛା ଏବଂ ମନୋସ୍କାମନା ପୂର୍ଣ ହେବ।ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ କାର୍ଯ୍ୟ ଟି ହେଉଛି ସକାଳ ପୂଜା। ବନ୍ଧୁଗଣ ଏହି ପବିତ୍ର ଶାମ୍ବ ଦଶମୀ ଦିନ ପ୍ରତ୍ୟେକ ଘରେ ସକାଳୁ ମାଆ ମାନେ ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କ ପୂଜା କରିଥାନ୍ତି। ଏହି ସମୟରେ ବହୁତ ପରିମାଣ ରେ ପନିପରିବା ମିଳିଥାଏ ଏବଂ ଏହି ପର୍ବରେ ପନିପରିବା ର ବହୁତ ଆବଶ୍ୟକତା ରହିଥାଏ। ପ୍ରାୟତଃ ଘରେ ଏହି ପୂଜା ୩ପହର ହୋଇଥାଏ ଏବଂ କିଛି ଘରେ ଏହି ପୂଜା କେବଳ ସକାଳ ପହର ହୋଇଥାଏ।। ଏହି ପୂଜା ମାଆ ମାନେ ନିଜ ସନ୍ତାନ ର ମଙ୍ଗଳ କାମନା ପାଇଁ କରିଥାନ୍ତି।

ସକାଳ ସମୟରେ ଯେଉଁ ପୂଜା ହୋଇଥାଏ ସେତେବେଳେ ପ୍ରଥମେ ସକାଳୁ ସ୍ନାନ କରି ଯେଉଁ ସ୍ଥାନରେ ପୂଜା ହେବ ସେହି ସ୍ଥାନ କୁ ଭଲ ଭାବରେ ଧୋଇ ସେଠାରେ ଗଙ୍ଗା ପାଣି ବା ଗୋବର ପାଣି ଛିଞ୍ଚି ଦିଅନ୍ତୁ।ତାପରେ ସେଠାରେ ଝୋଟି ଚିତା ପକାନ୍ତୁ। ଏହାପରେ ସେଠାରେ କଳସ ସ୍ଥାପନ କରିବେ। ଯେଉଁ ସ୍ଥାନରେ ଚିତା ପକାଇ ଛନ୍ତି ସେଠାରେ ଛୋଟ ଛୋଟ କଦଳୀ ପତ୍ର ରଖନ୍ତୁ ଏବଂ ସେହି କଦଳୀ ପତ୍ର ରେ ସକାଳ ର ଭୋଗ ପରସନ୍ତୁ । ଫଳ ମୂଳ,ପିଠା, ମିଠା ଆଦି ଭୋଗ କରନ୍ତୁ।

ଏହି ଭୋଗ କୁ ୭ ଟି ବାଇଗଣ ପତ୍ର ରେ ଅଲଗା ଅଲଗା କରି ରଖନ୍ତୁ। ପ୍ରଥମେ କଳସ ଏବଂ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ଏବଂ ନିଜ ସନ୍ତାନ ଙ୍କ ନାମରେ ଭୋଗ ଲଗାନ୍ତୁ। ଏହାପରେ ଛୋଟ ଛୋଟ ପିଲା ଙ୍କୁ ଭୋଗ ଦିଅନ୍ତୁ। ସର୍ବ ଶେଷରେ ପାଣି ଛଡାନ୍ତୁ ଏବଂ ମଝି ରେ ଥିବା ପତ୍ରର ଭୋଗକୁ ଘରର ସଦସ୍ୟ ଙ୍କୁ ଖାଇବାକୁ ଦିଅନ୍ତୁ।ତେବେ ବନ୍ଧୁଗଣ ଏହିପରି ଭାବରେ ସକାଳର ପୂଜା ସମ୍ପନ୍ନ କରନ୍ତୁ।

୨. ବନ୍ଧୁଗଣ ଦ୍ଵିତୀୟ କାର୍ଯ୍ୟ ଟି ହେଉଛି, ମଧ୍ୟାହ୍ନ ପୂଜା। ବନ୍ଧୁଗଣ ଏହି ପୂଜା ନିମନ୍ତେ ଆପଣ ଅନ୍ୟ ଏକ ସ୍ଥାନ ରେ ଚିତା ପକାନ୍ତୁ ଏବଂ ସେଠାରେ କଦଳୀ ପତ୍ର ପକାନ୍ତୁ। ଏହାପରେ ସେଥିରେ ବାଇଗଣ ପତ୍ର ପକାନ୍ତୁ ଏବଂ ଘରେ ବିଭିନ୍ନ ପ୍ରକାର ପିଠା ଏବଂ ଖେଚୁଡ଼ି ତିଆରି କରି ଭୋଗ ଲଗାନ୍ତୁ।ବନ୍ଧୁଗଣ ଏହାପରେ ଧୂପ ଲଗାନ୍ତୁ ୭ଥର ପାଣି ଛଡ଼ାଇ ଦିଅନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଘରର ସମସ୍ତ ସଦସ୍ୟ ହଳଦୀ ପାଣି ଅର୍ପଣ କରନ୍ତୁ। ଏହିପରି ଭାବରେ ମଧ୍ୟାହ୍ନ ପୂଜାକୁ ସମ୍ପନ୍ନ କରନ୍ତୁ।

୩. ବନ୍ଧୁଗଣ ତୃତୀୟ କାର୍ଯ୍ୟ ଟି ହେଉଛି, ସନ୍ଧ୍ୟା ପୂଜା। ବନ୍ଧୁଗଣ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଙ୍କ ଅସ୍ତକୁ ଅନାଇ ପୂଜା କରାଯାଇଥାଏ।ଏହି ସମୟରେ ମଧ୍ୟ ଆପଣ ଚିତା ପକାଇ ସେଠାରେ କଦଳୀ ପତ୍ର ରଖନ୍ତୁ ଏବଂ ସେଥିରେ ବାଇଗଣ ପତ୍ର ମଧ୍ୟ ରଖନ୍ତୁ। ଏହାପରେ ଘରେ ହୋଇଥିବା ବିଭିନ୍ନ ପ୍ରକାର ପିଠା ମିଠା ଭୋଗ ଲଗାନ୍ତୁ। ସନ୍ଧ୍ୟ ପୂଜା ରେ ବୁଢ଼ା ଚକୁଳି ପୂଜା ଭୋଗ ଲଗାଯାଇଥାଏ । ତେବେ ଆପଣ ଭୋଗ ଲଗାଇ କେବଳ ମଝି ପତ୍ରକୁ ଛାଡି ଦେଇ ଅନ୍ୟ ପତ୍ରର ଭୋଗକୁ ବାଣ୍ଟି ଦିଅନ୍ତୁ । ତେବେ ବନ୍ଧୁଗଣ ଏହିପରି ଭାବରେ ସନ୍ଧ୍ୟା ପୂଜା ସମ୍ପନ୍ନ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *