ସମସ୍ତଙ୍କୁ ଘାରିଛି ପୁଷ୍ପା ଜ୍ବର ! ଦେଖନ୍ତୁ କେମିତି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ଗୋଡ଼ ଘସି ଘସି, ଶ୍ରୀବଲ୍ଲି ଗୀତରେ ଝୁମୁଛନ୍ତି Bollywood ଷ୍ଟାର ଙ୍କ ଠାରୁ ନେଇ Cricketer ଙ୍କ ପର୍ଯ୍ୟନ୍ତ ! ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଅନେକ ମନୋରଞ୍ଜନ ଭରା ଦୃଶ୍ୟ ସାମ୍ନାକୁ ଆସୁଛି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିବା ସହ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ତେବେ ଗତ କିଛି ଦିନ ହେବ ସୋସିଆଲ ମିଡିଆ ଆପ୍ଲିକେସନ ତଥା ୟୁଟ୍ୟୁବ, ଫେସବୁକ୍ ଓ ଇନ୍ସ୍ଟାଗ୍ରାମ ଆଦିରେ କେବଳ ଗୋଟିଏ ଫିଲ୍ମ ଗୀତର ଝଲକ ଦେଖିବାକୁ ମିଳୁଛି ।

ବନ୍ଧୁଗଣ ସେହି ଫିଲ୍ମଟି ହେଉଛି ପୁଷ୍ପା । ସାଉଥ ଫିଲ୍ମ ପୁଷ୍ପାଟି ଭାରତରେ ବିଭିନ୍ନ ପ୍ରକାରର ଭାଷାରେ ରିଲିଜ ହୋଇଥିଲା ଓ ଏହି ଫିଲ୍ମଟି ରିଲିଜ ହେବା ପରେ ସମସ୍ତଙ୍କ ଘାରିଛି ପୁଷ୍ପା ଜ୍ଵର । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅଲ୍ଲୁ ଅର୍ଜୁନ ନଜର ଆସିଛନ୍ତି । ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ଏହି ଫିଲ୍ମର କାହାଣୀ ଭଲ ହେବା ସହ ଗୀତ, ଆକ୍ସନ ଓ କଳାକାର ମାନଙ୍କ ସୁନ୍ଦର ଅଭିନୟ ଦର୍ଶକ ମାନଙ୍କ ମନ ଜିତି ନେଇଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ପୁଷ୍ପାର ଝଲକ ଦେଖିବାକୁ ମିଳୁଛି । ସମସ୍ତ ଲୋକ ପୁଷ୍ପା ଫିଲ୍ମର ଲୋକପ୍ରିୟ ଗୀତ ‘ଶ୍ରୀଭଲି’ର ତାଳେ ତାଳେ ଝୁମୁ ଛନ୍ତି । କେବଳ ସାଧାରଣ ଲୋକ ନୁହେଁ ଅନେକ କ୍ରିକେଟ ତାରକା ଏବଂ ଫିଲ୍ମ କଳାକାର ମାନେ ଏହି ଗୀତର ତାଳେ ତାଳେ ନାଚୁ ଥିବାର ନଜର ଆସୁଛନ୍ତି ।

ଅଷ୍ଟ୍ରେଲିଆର ଦିଗଜ ବୋଲର ଡେଭିଡ ୱାର୍ନର ଫିଲ୍ମ ଗୀତର ତାଳରେ ତାଳ ମିଶାଇ ନାଚୁଥିବାର ଦେଖିବାକୁ ମିଳୁଛି । ପୁଷ୍ପା ଫିଲ୍ମର ଝଲକ ବାଂଲାଦେଶ ପ୍ରିମିୟମ ଲିଗରେ ବି ଦେଖିବାକୁ ମିଳିଛି । ମ୍ୟାଚରେ ଜଣେ ବୋଲର ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ଅନୁକରଣ କରୁଥିବାର ଦେଖିବାକୁ ମିଳିଛି । ଏମିତିକି ଛୋଟ ପରଦାର ଲୋକପ୍ରିୟ ଚେହେରା ଜନ୍ନତ ଯୁବେର ମଧ୍ୟ ଏହି ଗୀତରେ ନାଚୁ ଥିବାର ନଜର ଆସିଛନ୍ତି ।


ଏହି ଗୀତଟି ବର୍ତ୍ତମାନ ସମସ୍ତ ଲୋକଙ୍କୁ ଘାରିଛି । ସମସ୍ତେ ଏହି ଗୀତରେ ନିଜର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଓ ଡ୍ୟାନ୍ସକୁ ଏହି ଫିଲ୍ମରେ ବେସ ପସନ୍ଦ କରିଛନ୍ତି ଲୋକମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫିଲ୍ମଟି କେମିତି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *