ଯୁଦ୍ଧ ମଧ୍ୟରେ 39 ଦେଶର ଯୁଦ୍ଧ ଜାହାଜ ପହଞ୍ଚି ସାରିଲେଣି ଭାରତ ! କିନ୍ତୁ କାହିଁକି ? ଦେଖନ୍ତୁ….

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ରହିଥିଲେ ୟୁରୋପର ଅନେକ ଦେଶ ଏବଂ ଆମେରିକା ହେଲେ ବର୍ତ୍ତମାନ ୟୁକ୍ରେନର ହାତ ଛାଡି ଦେଇଛନ୍ତି ପୁରା ବିଶ୍ଵ । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଋଷିଆ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ସମୟରେ ଭାରତ ପାଖକୁ ୩୯ ଦେଶର ଯୁଦ୍ଧ ଜାହାଜ ପହଞ୍ଚି ଛନ୍ତି । ସେଥିରୁ ୧୩ଟି ଦେଶ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଥିବା ଜାହାଜ ନେଇ ପହଞ୍ଚି ଛନ୍ତି । ଏହି ୩୯ ଦେଶରେ ଋଷ ଓ ଆମେରିକା ବି ସାମିଲ ଅଛନ୍ତି ।ବନ୍ଧୁଗଣ ଭାରତର ନାଭାଲ ବେସରେ ଏକ ବଡ ଅନ୍ତରାଷ୍ଟ୍ରୀୟ ନୌସେନା ଯୁଦ୍ଧ ଅଭ୍ୟାସ ଆରମ୍ଭ ହୋଇଯାଇଛି ।

ଏହି ଯୁଦ୍ଧ ଅଭ୍ୟାସରେ ଭାଗ ନେବା ପାଇଁ ୩୯ ଦେଶର ନୌସେନା ଜାହାଜ ବିଶାକାପଟ୍ଟନମ ତଟରେ ପହଞ୍ଚି ଛନ୍ତି । ସବୁଠାରୁ ବଡ କଥା ହେଉଛି ଭାରତରେ ହେଉଥିବା ଏହି ଯୁଦ୍ଧ ଅଭ୍ୟାସରେ ଚୀନ ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ । ବନ୍ଧୁଗଣ ୨୦୦୦ ଦଶକରେ ଏହି ଯୁଦ୍ଧ ଅଭ୍ୟାସ ଭାରତରେ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ଅଭ୍ୟାସର ନାମ ହେଉଛି ‘ମିଲନ’ ।

ତେବେ ମିଲନ ୨୦୨୨ ବହୁତ ଖାସ ଅଟେ । ଏହି ଯୁଦ୍ଧ ଅଭ୍ୟାସରେ ଭାରତ ସମେତ ୪୦ ଦେଶର ନୌସେନା ସାମିଲ ହେଉଛନ୍ତି । ଭାରତ ସମେତ ୧୪ଟି ଦେଶ ଯୁଦ୍ଧ ଜାହାଜ ଆଣି ଛନ୍ତି । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନର ସମୟରେ ଋଷ ଓ ଆମେରିକା ମଧ୍ୟରେ ଯୁଦ୍ଧ ହେବାର ବହୁତ ସମ୍ଭାବନା ଅଛି ହେଲେ ଏହି ଦୁଇଟି ଦେଶର ଜାହାଜ ଏକା ସହ ଯୁଦ୍ଧ ଅଭ୍ୟାସ କରୁଛନ୍ତି ।

ମିଲନ ୨୦୨୨ର ଅଭ୍ୟାସ ଫେବୃୟାରି ୨୬ ତାରିଖରେ ହୋଇଥିଲା । ଏହି ଅଭ୍ୟାସରେ ସମସ୍ତ ଦେଶର ଜାହାଜ ଏକଜୁଟ ହୋଇ ଅଭ୍ୟାସ କରିବେ । ଏହି ଅଭ୍ୟାସରେ ସମୁଦ୍ର ମଧ୍ୟରେ ଆଡଭାନ୍ସ କାମ କରିବା ପାଇଁ ଚେଷ୍ଟା କରାଯିବ । ତେବେ ବର୍ତ୍ତମାନ ଏହି ଅଭ୍ୟାସ ଜାରି ଅଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *