ସାମ୍ନା କୁ ଆସିଲା କରୋନା ଭାଇରସର ସାଂଘାତିକ ଚିତ୍ର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦେଶରେ ସଂକ୍ରମିତ କୋରୋନା ମହାମାରୀ ଲୋକ ମାନଙ୍କ ମନରେ ଏକ ଡର ସୃଷ୍ଟି କରିଥିଲା । ଲୋକମାନେ ଏହି ଭୟଙ୍କର ମହାମାରୀ ଠାରୁ ଦୂରରେ ରହିବା ନିମନ୍ତେ ସମସ୍ତ ଗାଇଡ଼ ଲାଇନ ର ପାଳନ ମଧ୍ୟ କରିଥିଲେ । ଏହି ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହୋଇଥିଲେ ଏବଂ ଅନେକ ନିଜର ପ୍ରାଣ ହରାଇଥିଲେ । ଏହି ମହାମାରୀ ରୁ ବଞ୍ଚିବା ନିମନ୍ତେ ଲୋକମାନେ ନିୟମିତ ମାସ୍କ ଓ ସାନିଟାଇଜର ର ବ୍ୟବହାର କରୁଥିଲେ ।

ଏହି ମହାମାରୀ ର ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଥିଲା । ପୁଣିଥରେ ଦେଶ ନିଜର ପୂର୍ବାବସ୍ଥା ଫେରିଥିଲା । କିନ୍ତୁ ଲୋକ ମାନଙ୍କ ଅଵମାନନା କାରଣରୁ ପୁଣିଥରେ ଏହି ମହାମାରୀ ଦେଶରେ ବ୍ୟାପିବାକୁ ଲାଗିଛି ।

ବର୍ତ୍ତମାନ ଏହି ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହୋଇ ମୃ-ତ-ୟୁ ବରଣ ମଧ୍ୟ କରିଛନ୍ତି । କୋରୋନା ମହାମାରୀ ର ଏହି ଦ୍ଵିତୀୟ ଲହର ରେ ଏକ ଆତଙ୍କିତ ଖବର ସାମ୍ନା କୁ ଆସିଛି । ଯାହା ଜାଣିଲେ ଆପଣ ମାନେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ।

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀ ର ଦ୍ଵିତୀୟ ଲହର ଆତଙ୍କ ଖେଳାଇ ଦେଇଛି । ଦୈନିକ ଦୁଇ ଲକ୍ଷ ରୁ ଅଧିକ ଲୋକ ଏହି ଭୟଙ୍କର ମହାମାରୀ ରେ ସଂକ୍ରମିତ ହେଉଛନ୍ତି । ଏହା ମଧ୍ୟରେ ରାଜସ୍ଥାନ ର କୋଟା ସହର ରୁ ଏକ ଭୟଙ୍କର ମାମଲା ସାମ୍ନା କୁ ଆସିଛି । ରାଜସ୍ଥାନ ର କୋଟା ସହର ରେ ବାସ କରୁଥିବା ଏକ ୩୨ ବର୍ଷୀୟ ମହିଳା ଙ୍କ ଦୁଇଟି ଫୁସଫୁସ ଖରାପ ହୋଇଯାଇଛି ।

ସୂଚନା ଅନୁସାରେ ମହିଳା ଜଣକ ଗତ ୯ ତାରିଖ ଦିନ ନିଜର ଫୁସଫୁସ ର ଏକ୍ସ ରେ କରିଥିଲେ ଏବଂ ରିପୋର୍ଟ ଭଲ ଆସିଥିଲା । ୧୨ ତାରିଖ ପର୍ଯ୍ୟନ୍ତ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । କିନ୍ତୁ ୧୨ ତାରିଖ ଦିନ ରାତିରେ ହଠାତ ମହିଳା ଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଲା । ଏମିତିକି ୧୩ ତାରିଖ ଦିନ ସେ ଠିକ ରେ ଛିଡ଼ା ମଧ୍ୟ ହୋଇପାରିଲେ ନାହିଁ । ମହିଳା ଜଣକ ନିଜର ଅକ୍ସିଜେନ ଲେବଲ ଚେକ୍ କରିଥିଲେ ଓ ସିଟି ସ୍କାନ କରିଥିଲେ ।

ଏଥିରେ ତାଙ୍କ ଫୁସଫୁସ ୮୦% ସଂକ୍ରମିତ ହୋଇଥିଲା । ତାଙ୍କର ଏକ୍ସ ରେ ରିପୋର୍ଟ କୁ ଦେଖି ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର କେକେ ଡଙ୍ଗ କହିଛନ୍ତି, ସେ ଏହି ରିପୋର୍ଟ ଦେଖି ଚକିତ ହୋଇଯାଇଛନ୍ତି । ସେ ଇନ୍ଦୋର ର ଡାକ୍ତର ଙ୍କ ସହିତ ପରାମର୍ଶ କରିଥିଲେ ଏବଂ ସେ ଏହା ଜାଣିବାକୁ ପାଇଛନ୍ତି ଯେ କୋରୋନା ମହାମାରୀ ର ଏହି ଦ୍ଵିତୀୟ ଲହର ବହୁତ ଶୀଘ୍ର ଶରୀରରେ ସଂକ୍ରମିତ ହେଉଛି ।

ଏହା ଯୁବ ପୀଢ଼ି ଙ୍କ ଫୁସଫୁସ ରେ ମଧ୍ୟ ପ୍ରଭାବ ପକାଉଛି । ଅକ୍ସିଜେନ ଲେବଲ ଓ ବିପି ଠିକ ଥିଲେ ମଧ୍ୟ ଏହା ଫୁସଫୁସ କୁ ସଂକ୍ରମିତ କରୁଛି । ଏହା ଲକ୍ଷଣ ଦେଖାଇବା ପୂର୍ବରୁ ସଂକ୍ରମଣ ହେଉଛି । ତେବେ ବର୍ତ୍ତମାନ କୋରୋନା ଭାଇରସ ର ଦ୍ଵିତୀୟ ଲହର ର ଏହି ସାଂଘାତିକ ଚିତ୍ର ସାମ୍ନା କୁ ଆସିଛି ।  ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସୂଚନା ବିଷୟରେ ଅନ୍ୟ ମାନଙ୍କୁ ଜଣାନ୍ତୁ ଓ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *