‘ସାକ୍ଷାତ ସରସ୍ଵତୀ ଆମକୁ ଛାଡି ଚାଲିଗଲେ…’ କହୁ କହୁ କାନ୍ଦି ପକେଇଲେ Bollywood ସିଙ୍ଗର Udit Narayan, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କିଛି ସମୟ ତଳେ ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି ।


ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା ।

କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଦେଶର ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ ଉଦିତ ନାରାୟଣ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଲତା ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଉଦିତ । ତେବେ ଉଦିତ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ଉଦିତ ଗଣମାଧ୍ୟମକୁ କହିଛନ୍ତି-‘ମୋତେ ବିଶ୍ଵାସ ହେଉ ନାହିଁ ଆମର ଦିଦି ଆମ ସମସ୍ତଙ୍କ ପ୍ରିୟ ଦିଦି ଦେଶର ପ୍ରିୟ ଦିଦି ସଙ୍ଗୀତର ଦେବୀ ସାକ୍ଷାତ ସରସ୍ଵତୀ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଆଗକୁ ସେ କହିଛନ୍ତି-‘ମୋ ମନରେ ପ୍ରଶ୍ନ ଉଠୁଛି ଯେ, ଏହା ସତ ନା ମିଛ ହେଲେ ସମସ୍ତେ ଫୋନ କରି କହୁଛନ୍ତି ଏମିତି ହୋଇ ସାରିଛି ।

ତେବେ ଏହା ଠାରୁ ଦୁଃଖର ଖବର ଆଉ କଣ ହେବ । ମୁ ବୟାନ କରିପାରିବ ନାହିଁ କି ଭାରତ ରତ୍ନ ଲତା ମଙ୍ଗେସ୍କର ଆମ ମାନଙ୍କ ମଧ୍ୟରେ ଆଉ ନାହାନ୍ତି । ମୋତେ ବିଶ୍ଵାସ ହେଉ ନାହିଁ ଲତା ଦିଦି ଆଉ ନାହାନ୍ତି । ଆମର ବହୁତ କିଛି ମେମୋରି ଯୋଡି ହୋଇ ରହିଛି ।

ଆଗକୁ ସେ କହିଛନ୍ତି-‘ପିଲା ଦିନରୁ ରେଡିଓରେ ତାଙ୍କୁ ଶୁଣି ଆସିଛି ତା ପରେ ମୁ ମୁମ୍ବାଇ ଆସିଲି ସଂଘର୍ଷ କରିଲି ଓ ସଂଘର୍ଷ ସମୟରେ ବି ଅନେକ ଥର ଦେଖା କରିଛି । ଭଗବାନଙ୍କ କୃପା ହେତୁ ମୁ ତାଙ୍କ ସହ ଅନେକ ଗୀତ ଗାଇଛି । ମୁ ବହୁତ ଭାଗ୍ୟଶାଳୀ ତାଙ୍କ ସହ ଗୋଟେ ପରେ ଗୋଟେ ଅନେକ ଗୀତ ଗାଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଉଦିତ ନିଜ ମନର କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *