ନମସ୍କାର ବନ୍ଧୁଗଣ ଆପଣ ସକାଳୁ ଉଠି ଭୁଲ ରେ ବି ରୋଷେଇ ଘରର ଏହି ଜିନିଷ ଗୁଡିକ କୁ ଦେଖନ୍ତୁ ନାହିଁ ନଚେତ ରାହୁ ଏବଂ କେତୁ ଙ୍କ ପ୍ରଭାବ ଯୋଗୁଁ ଅନିଷ୍ଠ ହୋଇ ଯାଇଥାଏ ଏବଂ ଘର ପରିବାରରେ ଗରିବି ଏବଂ ଦାରିଦ୍ର୍ୟତା ଆସିଥାଏ । ରୋଷେଇ ଘରକୁ ଘରର ମୁଖ୍ୟ କୁହାଯାଏ । ଯଦି ଘର ଶରୀର ତେବେ ରୋଷେଇ ଘର ତାର ଆତ୍ମା । ରୋଷେଇ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ତାହାର ପ୍ରଭାବ ପୁରା ଘରେ ଏବଂ ପରିବାର ଉପରେ ପଡ଼ିଥାଏ । ସେଥିପାଇଁ ବାସ୍ତୁ ଶାସ୍ତ୍ର ରେ ରୋଷେଇ ଘର କୁ ଅଧିକ ମହତ୍ତ୍ୱ ଦିଆ ଯାଇଛି ।
ସକାଳେ ରୋଷେଇ ଘରେ ପ୍ରବେଶ କଲା ମାତ୍ରେ କିଛି ଜିନିଷ ବିଲକୁଲ ଦେଖିବା ଉଚିତ ନୁହେଁ ଏବଂ କିଛି ଏଭଳି କାମ ଅଛି ଯାହାକୁ ରୋଷେଇ ଘରେ କରିବା ଉଚିତ ନୁହେଁ ଏଭଳି କଲେ ମାତା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି । ତେବେ ଆସ୍ତନ୍ତୁ ଜାଣିନେବା କି ସେ କେଉଁ କେଉଁ କାମ ଏବଂ କେଉଁ ଜିନିଷ ରୋଷେଇ ଘରେ ଦେଖିବା ଏବଂ କରିବା ଉଚିତ ନୁହେଁ ।
୧- ପ୍ରଥମ ରେ ହେଉଛି ରୋଷେଇ ଘର ସର୍ଵଦା ଦକ୍ଷିଣ ପୂର୍ବ ଦିଗରେ ହେବା ଉଚିତ । ଏହି ଦିଗ କୁ ଅଗ୍ନି ଦିଗ କୁହାଯାଏ । ଏହି ଦିଗକୁ ବହୁତ ଶୁଭ ବୋଲି କୁହାଯାଏ ।
୨- ଦ୍ଵିତୀୟ ହେଉଛି ରୋଷେଇ ଘରେ ସର୍ଵଦା ମାତା ଅନ୍ନପୂର୍ଣ୍ଣା ଙ୍କ ଫୋଟୋ ରଖିବା ଉଚିତ ଏବଂ ବିନା ଗାଧୁଆ ରେ ରୋଷେଇ ଘରେ ପଶିବା ବାରଣ । ତେଣୁ ସର୍ଵଦା ଗାଧୋଇ ସାରି ରୋଷେଇ ଘରେ ପଶିବା ଉଚିତ । ଏବଂ ବିନା ଗାଧେଇ ରୋଷେଇ ଘରେ ପଶି ରୋଷେଇ କରିବା ଏକ ଅଶୁଭ ଏବଂ ଦାରିଦ୍ର୍ୟ ମଧ୍ୟ ବଢିଥାଏ ।
୩- ତୃତୀୟ ରେ ହେଉଛି ସକାଳୁ ଉଠି ପ୍ରଥମେ ରୋଷେଇ ଘର କୁ ଗଲେ ଛୁରୀ ପନିକି ଆଦି ଭଳି ଜିନିଷ ଦେଖିବା ଉଚିତ ନୁହେଁ । ସକାଳୁ ସକାଳୁ ଏହି ଜିନିଷ ଗୁଡିକ ଦେଖିଲେ ବ୍ୟକ୍ତି ଉପରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଏବଂ ଘରେ କଳହ ମଧ୍ୟ ହୋଇପାରେ । ବାସ୍ତୁ ଦୋଷ ରୁ ମୁକ୍ତ କରିବା ପାଇଁ ସକାଳେ ପ୍ରଥମ ରୁଟି ଗାଈ କୁ ଦେବା ଏବଂ ଶେଷ ରୁଟିଟି କୁକୁର କୁ ଦେବା ଉଚିତ ଏହା ଦ୍ୱାରା ବାସ୍ତୁ ଦୋଷ କଟିଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ । ରାହୁ କେତୁ ଙ୍କ ପ୍ରଭାବ କମି ଥାଏ ଏବଂ ଶନିଦେବଙ୍କ ଆରାଧନା କରିବା ଉଚିତ ।
୪- ଚତୁର୍ଥ ରେ ହେଉଛି ଶାସ୍ତ୍ର ଅନୁସାରେ ରୋଷେଇ ଘରର ପୂର୍ବ ଦିଗରେ ମାତା ଅନ୍ନପୂର୍ଣ୍ଣା ଙ୍କ ଫୋଟୋ ରଖିବା ଆବଶ୍ୟକ । ଫୋଟୋ ନଥିଲେ ମାତା ଅସନ୍ତୋଷ ହୁଅନ୍ତି ରୋଷେଇ ଘରେ ଥିବା ସମସ୍ତ ବାସନ କୁ ସଫା କରି ରଖିବା ଉଚିତ ଯେଉଁଠି ଅଳିଆ ଏବଂ ଅପରିଷ୍କାର ଥାଏ ସେଠାରେ ମାତା ବାସ କରନ୍ତି ନାହିଁ ଏବଂ ସେହି ଘରେ ଦରିଦ୍ରତା ଛାଡ଼ ଦେଖିଥିଲି ।
୫- ପଞ୍ଚମ ହେଉଛି ମାଂସ ରାନ୍ଧିବା । ଯେଉଁ ରୋଷେଇ ଘରେ ମାଛ ମାଂସ ହେଉଥାଏ ତେବେ ସେଠାରେ ମଧ୍ୟ ମାତା ନଙ୍କ ବାସ ରୁହେ ନାହିଁ । ଏବଂ ଦରିଦ୍ର ଏବଂ ଅସୁବିଧା ସମସ୍ୟା ମାନ ଦେଖା ଦେଇଥାଏ ।
ସର୍ଵଦା ରୋଷେଇ ଘରକୁ ସଫା ସୁତୁରା ରଖିବା ଉଚିତ ଏବଂ ବାସ୍ତୁ ଅନୁସାରେ ରୋଷେଇ ଘରକୁ ଘରର ମୁଖ୍ୟ ତେଣୁ ତାହାକୁ ସଫା ରଖିବା ଜରୁରୀ ଏବଂ ଏହା ଦ୍ୱାରା ଘରେ ସମୃଦ୍ଧି ଆସିବା ସହ ସକରାତ୍ମକ ଉର୍ଜା ମଧ୍ୟ ସୃଷ୍ଟି ହୋଇ ଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ