ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଗଜବ ଫାଇଦା, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରସୁଣ କୁ ଆମେ ଆମ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ ।

ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ । ଏହା ସହିତ ଅନେକ ପ୍ରକାର ରୋଗ ଯେପରି କି ଅର୍ସ,କବ୍ଜ ଆଦି ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ । ଭୋକ ବଢାଇବା, ମଧୁମେହ, ରକ୍ତ ଚାପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ । ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ । ଏହିପରି ଭାବରେ ରସୁଣ ଖାଇବା ଦ୍ବାରା ଆମ ଶରୀର କୁ ଅନେକ ଫାଇଦା ମିଳିଥାଏ । ତେବେ ଅସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ପ୍ରତିଦିନ ସକାଳେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

୨. ଦ୍ବିତୀୟତଃ, ଫୁସଫୁସ ଜନିତ ରୋଗକୁ ମଧ୍ୟ ରସୁଣ ସେବନ କରିବା ଦ୍ୱାରା ତାହା ଦୂର ହୋଇଥାଏ । ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ । ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ ।

୩. ତୃତୀୟତଃ, ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ଯୌନଗତ ସମସ୍ୟା ଦୂର ହୋଇଥାଏ । ମହିଳା ମାନଙ୍କ ମାସିକ ଧର୍ମ ସଠିକ ସମୟରେ ହୋଇଥାଏ ଏବଂ ପୁରୁଷ ମାନଙ୍କ ନାଇଟ ଫଲ ସମସ୍ୟା ମଧ୍ୟ ଦୁର ହୋଇଥାଏ ।

୪. ଚତୁର୍ଥତଃ, ଏହା ଉଚ୍ଚ ରକ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ । ଏବଂ ଆମ ଶରୀର ରେ ରକ୍ତ ମଧ୍ୟ ଶୁଦ୍ଧ କରିଥାଏ ।

୫. ପଞ୍ଚମତଃ, ପେଟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯେମିତିକି ଡାଇରେଇଆ । ଏବଂ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । କିମ୍ବା ଗ୍ୟାସ ଓ କବ୍ଜ ଆଦି କୁ ମଧ୍ୟ ଦୂର କରିଥାଏ । ଏକ କଞ୍ଚା ରସୁଣ କୁ ଚୋବାଇ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଏହାକୁ ଖାଇବା ପରେ ଯଦି ଆପଣ ଗରମ ପାଣି ପିଇବେ ତେବେ ରସୁଣ ର ଲାଭ ଆହୁରି ଦୁଇ ଗୁଣ ହୋଇଯାଏ ।

୬. ଷଷ୍ଠତଃ, ଆସ୍ଥମା ପାଇଁ ମଧ୍ୟ ଏହା ଲାଭଦାୟକ । ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ । ଦାନ୍ତ ବିନ୍ଧା ଭଳି ସମସ୍ୟା ରୁ ଏହା ମୁକ୍ତି ଦେଇଥାଏ । ଏହା ସହିତ ଯଦି ଆପଣଙ୍କୁ କେଶ ଜନିତ କୌଣସି ସମସ୍ୟା ଦେଖା ଯାଉଛି ତେବେ ଆପଣ ରସୁଣ ର ତେଲ କୁ ନିଜ କେଶ ରେ ଲଗାନ୍ତୁ । ଏହାଦ୍ବାରା ଡାନଡ୍ରଫ୍ ଦୂର ହେବ, କେଶ ମଜବୁତ ରହିବ ଏବଂ କେଶ ଝଡ଼ିବା ସବୁଦିନ ପାଇଁ ବନ୍ଦ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *