ଆପଣ ଖାଉଛନ୍ତି କି ସଜନା ଶାଗ ? ତେବେ ନିଶ୍ଚୟ ପଢନ୍ତୁ ଏହି ଖବର – Health Tips

ବନ୍ଧୁଗଣ ଆପଣ ମାନେ ସମସ୍ତେ ସଜନା ଶାଗ ନିଶ୍ଚୟ ଖାଇଥିବେ । ସମସ୍ତ ଶାଗ ମଧ୍ୟରୁ ସଜନା ଶାଗ ଆମ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ସଜନା ଶାଗକୁ ବହୁ ଜାଗାରେ ବହୁ ନାମରେ ଜଣା ଯାଇଥାଏ । ଏହାର ବ୍ୟବହାର ତରକାରୀ ବନେଇବାରେ କରାଯାଇଥାଏ । ଏହାର ଭଜା ଅଧିକ ସ୍ଵାଦିଷ୍ଟ ଅଟେ । ଏହାର ଫଳ ଏବଂ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ମିଳିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସଜନା ଶାଗର ଚମତ୍କାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସଜନା ଶାଗର ଫାଇଦା ବିଷୟରେ । ବନ୍ଧୁଗଣ ୧୦୦ ଗ୍ରାମ ସଜନା ପତ୍ରରେ ପାଞ୍ଚ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ଏହା ସହିତ ଏକ ଲେମ୍ବୁ ତୁଳନାରେ ଏଥିରେ ପାଞ୍ଚ ଗୁଣା ଅଧିକ ଭିଟାମିନ C ରହିଥାଏ ।

ଏହାର ପତ୍ରରେ କ୍ୟାଲସିୟମ ଓ ଭିଟାମିନ C ସହିତ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ B କମ୍ପ୍ଲେକ୍ସ ପ୍ରଚୁର ମାତ୍ରାରେ ରହିଥାଏ । ହଇଜା, ଝାଡା ବାନ୍ତି ଓ ଜଣ୍ଡିସ ପରି ରୋଗୀ ମାନଙ୍କ ପାଇଁ ସଜନା ଶାଗ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବହୁତ ଅଧିକ ଥଣ୍ଡା ହୋଇଯାଇଥିଲେ ଏହାର ପତ୍ର ଏବଂ ଫଳକୁ ପାଣିରେ ଫୁଟାଇ ଏହାର ବାମ୍ଫ ନେବା ଦ୍ଵାରା ଆପଣଙ୍କ ବନ୍ଦ ହୋଇଯାଇଥିବା ନାକ ଖୋଲିଯାଇଥାଏ ।

ଏହାକୁ ନିୟମିତ ଭାବେ ଖାଇବା ଦ୍ଵାରା ଏନିମିଆ ତଥା ଆମ ଶରୀରର ରକ୍ତ ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁ-ପୋ-ଷ-ଣକୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ଵ ଦେଇଥାଏ । ଏହାର ସେବନ ଦ୍ଵାରା ଗ-ର୍ଭ-ବତୀ ମହିଳା ଓ ସ୍ତ-ନ୍ୟ-ପାନ କରାଉଥିବା ମା ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହା ଆମ ସମଗ୍ର ସ୍ୱାସ୍ଥ୍ୟର ସୁଧାର କରିଥାଏ ତଥା ପୋଷଣ ଏବଂ ଊର୍ଜା ଦେଇଥାଏ ।

ଏହା ପ୍ରୋଟିନ ଏବଂ ଭିଟାମିନରେ ଭରପୁର ଅଟେ । ଏହା କୋଷ୍ଟ କାଠିନ୍ୟକୁ ଦୂର କରିବାରେ କାମ କରିଥାଏ । ଏଥିରେ ଫାଇବାର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମ ପଚନ ତନ୍ତ୍ରକୁ ଠିକ ରଖିଥାଏ । ଏହା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଉଚ୍ଚ କ୍ୟାଲସିୟମ ମାତ୍ରା ହେବାରୁ ଏହା ଆମ ହାଡକୁ ମଧ୍ୟ ମଝବୁତ ରଖିଥାଏ । ଏହା ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରର ରୋଗ ପ୍ରତିରେଧକ କ୍ଷମତାକୁ ବଢାଇଥାଏ ।

ଏହା ଆମ ଆଖି ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିଥାଏ । ବନ୍ଧୁଗଣ ସଜନା ଶାଗ ଆମ ମାନଙ୍କୁ ଅତି ସହଜରେ ମିଳି ଥାଏ । ଏହା ଆପଣ ମାନଙ୍କ ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ଲାଭଦାୟକ ହୋଇଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନେ ମଧ୍ୟ ସଜନା ଶାଗର ସେବନ କରନ୍ତୁ ଓ ଏହାର ପରାମର୍ଶ ଅନ୍ୟ ମାନଙ୍କୁ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *