ସହିଦ ହେଲେ 11 ଯବାନ ! ପୁଣି ଇତିହାସ ଦୋହରାଇଲା ନକ୍ସଲବାଦି, ଏମିତି ଥିଲା ସେମାନଙ୍କ ଚକ୍ରବ୍ୟୁହ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଏକ କାଣ୍ଡ ଘଟାଇଲ୍ଲେ ନକ୍ସଲବାଦୀ ! ଯାହା ଯୋଗୁ ସାରା ଦେଶ ପୁରା ସ୍ତବ୍ଧ ପାଲଟି ଯାଇଛି । ୧୧ ଜଣ ଯବାନ ହେଲେ ସହିଦ ! ତେବେ ସୂଚନା ମୁତାବିକ ଛତିଶଗଡର କାନ୍ତିବାଡା ଅନ୍ତର୍ଗତ ଆରୟନପୁରା ଠାରେ ଡିଆର୍ଜି ଯବାନଙ୍କ ଗାଡି ଉପରେ ବିଷ୍ପୋରକ ହାମଲା କରାଯାଇଛି । ତେବେ ନକ୍ସଲମାନେ ଏପରି ବିଶ୍ଫୋରକ କାଣ୍ଡ ଘଟାଇବା ଯୋଗୁ ଏଥିରେ ୧୦ ଜଣ ଯବାନଙ୍କ ସହିତ ଗାଡି ଚଳଉଥିବା ଡ୍ରାଇଭର ଜଣଙ୍କର ମଧ୍ୟ ଦେହାନ୍ତ ଘଟିଛି ।

ନକ୍ସଲମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ପୁଣି ଥରେ ଯବାନ ମାନଙ୍କ ଉପରେ ଏପରି କିଛି ଦୁର୍ବିସହ ଚକ୍ରବ୍ୟୁହ ଦୋହରାଇଛନ୍ତି । ଛତିଶଗଡ ଠାରେ ନକ୍ସଲ ମାନଙ୍କ ଉତ୍ପାତ ଦେଖି ଅତିରିକ୍ତ ଟିମ ମୁତୟନ କରାଯାଇଛି । ତେବେ ପ୍ରତ୍ଯେକ ଦିନ ପରି ଗତ କାଲି ମଧ୍ୟ ଯବାନ ମାନେ ତାଙ୍କର ଅପେରସନ ଜାରୀ ରଖିଥିଲେ । ହେଲେ ନକ୍ସଲ ମାନେ ନିଜର ଉଗ୍ର ରୂପ ଦେଖାଇବା ପାଇଁ ବହୁ ଦିନ ଧରି ସୁଯୋଗର ଅପେକ୍ଷାରେ ରହିଥିଲେ ।

ତେବେ ସମୟ ଓ ସୁଯୋଗକୁ ଦେଖି ଏପରି ଏକ ଚକ୍ରବ୍ୟୁହ ରଚନା କରିଯାଇଥିଲେ । ଯବାନ ମାନେ ସେହି ବାଟ ଦେଇଯାଉଥିବା ସମୟରେ ଆଉ ସେହି ଚକ୍ରବ୍ୟୁହ ମଧ୍ୟ ବାହାରକୁ ଆସିପାରିନଥିଲେ । ଅର୍ଥାତ ନକ୍ସଲ ମାନେ ରାସ୍ତା ତଳେ ଲୁଚେଇ ରଖିଥିବା ବିଶ୍ଫୋରକ ସାମଗ୍ରୀମାନ ଯୋଗୁ ଯବାନ ମାନେ ବସିଥିବ ଭ୍ୟାନଟି ବ୍ଳାଷ୍ଟ ହୋଇଯାଇଥିଲା । ତେବେ ସୂଚନା ମୁତାବିକ ନକ୍ସଲଙ୍କ ବିରୁଦ୍ଧରେ କାର୍ଯ୍ୟରତ ଥିବା ଯବାନ ଅର୍ଥାତ DRG ବା ଡିଶଟ୍ରିକ୍ଟ ରିଜର୍ଭ ଗାର୍ଡର ଗୋଟିଏ ଟିମ ଉପରେ ନକ୍ସଲ ମାନେ ନିଜର ହାମାଳା ଦେଖାଇଦେଇଛନ୍ତି ।

ଡିଶଟ୍ରିକ୍ଟ ରିଜର୍ଭ ଗାର୍ଡର ଗୋଟିଏ ଟିମ ଆରନପୁର ବାଟ ଦେଇ ଆସୁଥିବା ବେଳେ ଏପରି ଏକ ଦୁର୍ବିସହ ଘଟଣାର ଶିକାର ହୋଇଯାଇଥିଲେ । ର୍ତେବେ ସୂଚନା ମୁତାବିକ ନକ୍ସଲ ମାନଙ୍କର ପୂର୍ବ ଯୋଜନା ମୁତାବିକ ଯବାନଙ୍କର ଭ୍ୟାନଟିକୁ ସ୍ପଟ ଉପରେ ବୋମା ଦ୍ଵାରା ଉଡାଇ ଦିଆଯାଇଥିଲା । ଯାହା ଫଳରେ ୧୦ ଯବାନଙ୍କ ସହିତ ଡ୍ରାଇଭରଙ୍କର ମଧ୍ୟ ଘଟଣା ସ୍ତଳରେ ଦେହାନ୍ତ ଘଟିଯାଇଛି ।

ସହିଦ ଯବାନ ହେଉଛନ୍ତି ଯୋଗୀ ସେଢୀ, ମୁନ୍ନା ରାମ କଡତୀ, ସନ୍ତୋଷ ତାମୋ, ଦୁଲଗୋ ମଣ୍ଡାବୀ, ଲଖ୍ମୁ ମରକାମ, ଯୋଗା କବାସୀ,  ହରିରାମ ମଣ୍ଡାବୀ, ରାଜୁରାମ କର୍ଟମ, ଜୟରାମ ପୋଡିୟମ ଓ ଜଗଦୀଶ କବାସୀ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *