ଖୋଲିଲା ସବ୍ୟାର୍ଚ୍ଚିତା ଙ୍କ ପ୍ରେମର ଗୁମର, ଜାଣନ୍ତୁ କିଏ କରିଥିଲା ପ୍ରଥମେ ପ୍ରପୋଜ

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଅଲିଉଡ ଅଭିନେତା ସବ୍ୟ ଓ ଅର୍ଚିତା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣ କଳାକାରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଏହି ଦୁଇଜଣ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଏମାନଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣ ଏକା ସହ ମଧ୍ୟ କିଛି ଫିଲ୍ମରେ ନଜର ଆସିଛନ୍ତି ।

ଏମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଗତ ମଙ୍ଗଳବାର ଦିନ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ଏମାନେ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନରେ ହୋଇଛି ।

ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରୁ ପ୍ରଥମେ କିଏ କାହାକୁ ପ୍ରପୋଜ କରିଥିଲା ଆପଣ ମାନେ କଣ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ ସୋମବାର ଦିନ ସବ୍ୟ ଓ ଅର୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପୂର୍ବ ଦିନ ଏହି ଦୁଇଜଣ ନିଜ ରିଲେସନର ଖବର ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଗତ କିଛି ଦିନ ହେବ ଏହି ଦୁଇଜଣଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ବିବାହଟି ରାଜସ୍ଥାନରେ ହୋଇଥିଲେ ମଧ୍ୟ ଏହା ଓଡିଆ ଘର ରୀତିନୀତିରେ ସମ୍ପନ୍ନ ହୋଇଥିଲା । ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ସବ୍ୟଙ୍କର ଏହା ହେଉଛି ଦୁତୀୟ ବିବାହ । କାରଣ ଅର୍ଚିତାଙ୍କ ପୂର୍ବରୁ ସବ୍ୟ ସୀମାନାମକ ଝିଅ ସହ ପ୍ରେମ ବିବାହ କରିଥିଲେ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣ ତଲାକ ନେଇଥିଲେ । କିନ୍ତୁ ବର୍ତ୍ତମାନ ସବ୍ୟ ଓ ଅର୍ଚିତା ବହୁତ ଖୁସିରେ ଅଛନ୍ତି ।

ବନ୍ଧୁଗଣ ଗତକାଲି ସବ୍ୟ ଓ ଅର୍ଚିତା ମିଡିଆ ସାମ୍ନାକୁ ଆସି ଜନସାଧାରଣ ମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଗତକାଲିର ଇଣ୍ଟର୍ବ୍ୟୁରେ ଏହି ଦୁଇଜଣ ସମସ୍ତ ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କ ଭଲ ପାଇବା ଓ ସ୍ନେହକୁ ପାଇ ଏହି ଦୁଇଜଣ ବହୁତ ଖୁସି ହୋଇଛନ୍ତି । ବନ୍ଧୁଗଣ ମିଡିଆ ଇପୋର୍ଟ ଅନୁସାରେ ଏହି ଦୁଇଜଣଙ୍କୁ ଏକ ପ୍ରଶ୍ନ ପଚରା ହୋଇଥିଲା ଯେ, ଏହି ଦୁଇଜଣଙ୍କ ମଧ୍ୟରେ ପ୍ରଥମେ କିଏ କାହାକୁ ପ୍ରପୋଜ କରିଥିଲା ।

ସେତେବେଳେ ସବ୍ୟ ଅର୍ଚିତାଙ୍କ ଆଡକୁ ଆଙ୍ଗୁଠି ଦେଖାଇଥିଲେ ଓ ଅର୍ଚିତା ମଧ୍ୟ ଲାଜେଇ ଯାଇଥିଲେ । ତେଣୁ ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରୁ ପ୍ରଥମେ ଅର୍ଚିତା ସବ୍ୟଙ୍କୁ ପ୍ରପୋଜ କରିଥିଲେ ହେଲେ ସବ୍ୟ ତାଙ୍କ ପ୍ରପୋଜାଲକୁ ସ୍ଵୀକାର କରିବା ପାଇଁ ବହୁତ ସମୟ ନେଇଥିଲେ । କିନ୍ତୁ ଆଜି ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବହୁତ ଖୁସିରେ ଅଛନ୍ତି ଓ ସମସ୍ତ ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *