Sabya ଙ୍କ ଶୋ ରେ କୋଭିଡ ବେଳର ଦୁଃଖ କହି କାନ୍ଦି ପକେଇଲେ ସିରିଏଲ ‘ମଙ୍ଗଳାଚରଣ’ ର ମଙ୍ଗଳା, ସେ ଯାହା କହିଲେ ନା, ଶୁଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନେ ବହୁତ ସଂଘର୍ଷ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୁଶ୍ରୀ ସୁଭାସିନୀ ପଣ୍ଡା । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘ମଙ୍ଗଳା ଚରଣ’ରେ ସୁଶ୍ରୀଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ସୁଶ୍ରୀ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ପର୍ଶନାଲ ଲାଇଫ ଓ ସିରିଏଲ ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ସେ ଅନ୍ୟ କିଛି କାରଣ ପାଇଁ ଚର୍ଚାକୁ ଆସିଛନ୍ତି । ବନ୍ଧୁଗଣ ସୁଶ୍ରୀ ଗତ କିଛି ଦିନ ତଳେ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ରିଆଲିଟି ସୋ ‘ଜିତିବ ଓଡିଶା’କୁ ଯାଇଥିଲେ ।

ସେହି ସୋରେ ସୁଶ୍ରୀ ଭାବ ବହୁଳ ହୋଇ ଏମିତି କିଛି କଥା କହିଲେ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସବ୍ୟ ସୁଶ୍ରୀଙ୍କୁ ପଚାରିଲେ-‘ଆପଣ ଗତ ଦୁଇ ବର୍ଷରେ ହୋଇଥିବା କରୋନା ମହାମାରୀ ସମୟରେ ଏମିତି କଣ ଫେସ କରିଛନ୍ତି ଯାହା କେବେ ଭୁଲି ପାରିବେ ନାହିଁ ? ଏହାର ଉତ୍ତର ଦେଇ ସୁଶ୍ରୀ କହିଲେ-‘ମୁ ଏମିତି ଏକ ସମୟ ଫେସ କରିଛି ଯାହା ମୁ କେବେବି ଭୁଲି ପାରିବି ନାହିଁ ଆଉ ସେଇଟା ହେଉଛି ମୁ ଖାଇବାକୁ ପାଇ ନାହିଁ ।

କରୋନା ଆରମ୍ଭ ହେବା ସମୟରେ ମୁ କଲେଜରେ ଥିଲି ଓ ସେତେବେଳେ ମୁ ସଂଘର୍ଷ କରୁଥିଲି । ମୋ ପାଖରେ ସେହି ସମୟରେ ଟଙ୍କା ନଥିଲା କି ଘରେ ବି ନଥିଲା । ବାପାଙ୍କ ଚାକିରି ଯିବା ସହ ତାଙ୍କ ଦେହ ଖରାପ ହୋଇଗଲା । ଆଗକୁ ସୁଶ୍ରୀ କହିଛନ୍ତି-‘ମୋ ପର୍ସରେ ଥିଲା ୨୫୦ ଟଙ୍କା ଯେତେବେଳେ ପରିସ୍ଥିତି ଜଟିଳ ହେବ ସେତେବେଳେ ସେହି ଟଙ୍କା ବ୍ୟବହାର କରି ମୁ ଘରକୁ ଯିବାର ନିଷ୍ପତ୍ତି ନେଇଥିଲି ।

ବେଳେବେଳେ ମୁ ଉପବାସ ରାହିଜାଏ ହେଲେ ଦିନକୁ ମୁ ଥରେ ଖାଉ ଥିଲି ଓ ଘରେ ମଧ୍ୟ କିଛି କହୁ ନଥିଲି । ବାପା ଟଙ୍କା ପଠାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ମୁ ମନା କରୁଥିଲି’ । ଏଭଳି ଭାବରେ ସୁଶ୍ରୀ ତାଙ୍କ ଦୁଃଖ ସମୟ ବିଷୟରେ କହିଛନ୍ତି । ଆପଣ ମାନଙ୍କୁ ସୁଶ୍ରୀ କେମିତି ଲାଗଣି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *