Exclusive: ଅର୍ଚନାଙ୍କୁ ଦୁନିଆର ସବୁଠୁ ମହଙ୍ଗା ଭ୍ୟାନିଟି ଗିଫ୍ଟ ଦେଇଛନ୍ତି ଏହି ବିବାଦୀୟ କ୍ୟାପଟେନ, ଯାହାର ଦାମ ଆପଣଙ୍କ ହୋସ ଉଡେଇଦେବ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁନ୍ନର୍ବାର ବିବାଦରେ କ୍ୟାପଟେନ । ସୁନ୍ଦରୀ ଅର୍ଚ୍ଚନା ଙ୍କ ସାନିଧ୍ୟ ଲାଭ କରିବା ପାଇଁ ଦେଇଛନ୍ତି ସାଢେ ୩ ଲକ୍ଷ ଟଙ୍କାର ଭ୍ୟାନିଟି ବ୍ୟାଗ । ଆଉ ଆପଣ ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଭ୍ୟାନିଟି କୁ ଯିଏ ବ୍ୟବହାର କରୁଥିଲେ ସେ ହେଉଛନ୍ତି ଦିବଙ୍ଗତ ପ୍ରିନ୍ସସେସ ଡାଇନା । ଆଉ ରାଣୀ ଡାଇନା ଙ୍କ ହାତରେ ଦେଖିବାକୁ ମିଳିଥିଲା ଏହି ଏଲଇଭି ଭ୍ୟାନିଟି । ଏହାର ମୂଲ୍ୟ ରହିଅଛି ସାଢେ ୩ ଲକ୍ଷ ଟଙ୍କା । ଆଉ ଏହାକୁ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ଉପହାର ସ୍ୱରୂପ ଦିଆ ଯାଇଅଛି ।

ଆଉ ଯିଏ ଏହାକୁ ଦେଇଛନ୍ତି ସେ ଏମିତି ସେମିତି ବ୍ୟକ୍ତି ନୁହଁନ୍ତି, ସେ ହେଉଛନ୍ତି ବିବାଦୀୟ କ୍ୟାପଟେନ । ତେବେ ସୁନ୍ଦରୀ ଅର୍ଚ୍ଚନା ନିଜର ମାୟାଜାଲରେ ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତରେ ରଖିଥିଲେ । ଯାହା ଇଚ୍ଛା ସେ ତାହା କରୁଥିଲେ । ତେବେ ଏହା ଭିତରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି । ପୋଲିସ ଯେତେବେଳେ ଅର୍ଚ୍ଚନା ଘରେ ଚଢାଉ କରିଥିଲା ଠିକ ସେତିକି ବେଳେ ଅର୍ଚ୍ଚନା ଭ୍ୟାନିଟିରୁ ଏକ ପେନଡ୍ରାଇଭ ଜବତ ହୋଇଥିଲା ।

ଏହି ସମୟରେ ପୋଲିସ ର ନଜର ଏହି ଭ୍ୟାନିଟି ବ୍ୟାଗ ଉପରେ ପଡିଥିଲା । ଆଉ ଏହି ବ୍ୟାଗଥିଲା ବିଶ୍ଵର ଟପ ବ୍ରାଣ୍ଡ ଭିତରୁ ଗୋଟିଏ ବ୍ରାଣ୍ଡ । ଏହାର ନାମ ହେଉଛି ଏଲଇଭି ଭ୍ୟାନିଟି । ଆଉ ଏହି ବ୍ୟାଗ କୁ ପୋଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହାପରେ ଏହି ଭ୍ୟାନିଟି ବ୍ୟାଗ ବିଷୟରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ ଜଣେ ବିବାଦୀୟ କ୍ୟାପଟେନ ଏହାକୁ ତାଙ୍କ ଜନ୍ମ ଦିନରେ ଉପହାର ଦେଇଥିଲେ । ଅର୍ଥାତ ସୁନ୍ଦରୀ ଅର୍ଚନା ନାଗ ଙ୍କ ଜନ୍ମ ଦିନରେ ଉପହାର ଦେଇଥିଲେ ଏହି ବ୍ୟାଗଟିକୁ ।

ଆଉ ସେହି ବିବାଦୀୟ କ୍ୟାପଟେନ ଙ୍କ ର ଏହି ସାଢେ ୩ ଲକ୍ଷ ଟଙ୍କାର ଦାମୀ ଉପହାର ପାଇ ଅର୍ଚ୍ଚନା ଖୁସି ହୋଇଯାଇଥିଲେ । ଆଉ ସେହି ଭ୍ୟାନିଟି ବ୍ୟାଗ ସହିତ ଏକ ସେଲଫି ଉଠାଇ ସେହି ବିବାଦୀୟ କ୍ୟାପଟେନ ଙ୍କୁ ଦେଇଥିଲେ । ଏହା ସହିତ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ବୋଲି ପୋଲିସ ଙ୍କ ହାତରେ ସୂଚନା ଲାଗିଛି ।

ତେବେ ବର୍ତ୍ତମାନ ଗୋଟେ ପରେ ଗୋଟେ କଥା ଅର୍ଚ୍ଚନା ଙ୍କ ବିରୁଦ୍ଧରେ ବାହାରିବାକୁ ଲାଗିଛି । ଆଉ କେତେ କଣ ବିଶେଷ ତଥ୍ୟ ର ଖୁଲାସା ହେବ ତାହା ଅପେକ୍ଷାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *