ଏମାନେ ହେଲେ ଭାରତର Top 10 ଧନୀ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କାହା ପାଖରେ ଅଛି କେତେ ସମ୍ପତି ଓ କେତେ ନମ୍ବରରେ ଅଛନ୍ତି CM Naveen Patnaik ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ଧନୀ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜଣାଇବୁ । ଯେଉଁମାନନକ ପାଖରେ ଅଜସ୍ର ଧନ ସମ୍ପତ୍ତି ରହିଛି । ତେବେ ଆସନ୍ତୁ ଜାଣିନେବା ସେହି ତାଲିକା ବିଷୟରେ ଆଲୋଚନା କରିବା ।

୧- ପ୍ରଥମରେ ହେଉଛି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସେ ୱାଇଏସଆର କଂଗ୍ରେସ ପାର୍ଟିର ସଦସ୍ୟ ଅଟନ୍ତି । ତାଙ୍କ ମୋଟ ସମ୍ପତ୍ତି ହେଉଛି ୫୧୦ କୋଟି ଟଙ୍କା । ଏହାଛଡା ତାଙ୍କ ପାଖେ ୧୦କେଜି ସୁନା ଓ ୩.୫ କେଜି ସୁନା ଓ ହୀରା ଗହଣା ଅଛି ।

୨- ଦ୍ଵିତୀୟ ରେ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ତଥା ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୭୭ କୋଟି ଟଙ୍କା ।

୩- ତୃତୀୟ ରେ ହେଉଛନ୍ତି ଅରୁଣାଚଳ ପ୍ରଦେଶର ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୬୩ କୋଟି ଟଙ୍କା । ପେମା ଖାଣ୍ଡୁଙ୍କ ବାପା ଦୋର୍ଜି ଖାଣ୍ଡୁ ମଧ୍ୟ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ମହାରାଷ୍ଟ୍ର ଶିବସେନା ପାର୍ଟିର ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୭୬.୫ କୋଟି ଟଙ୍କା । ଏହା ଛଡା ସ୍ତ୍ରୀଙ୍କ ନାମରେ ବି ୬୫.୯ କୋଟି ଟଙ୍କା ରହିଛି ।

୫- ପଞ୍ଚମ ରେ ହେଉଛନ୍ତି ବିଜୁ ଜନତା ଦଳର ମୁଖ୍ୟ ନେତା ତଥା ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଶିରଯୁକ୍ତ ନବୀନ ପଟ୍ଟନାୟକ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୩.୮ କୋଟି ଟଙ୍କା । ଏହା ବ୍ଯତୀତ ହରିୟାନାର ଫରିଦାବାଦରେ ୨୨.୭ ଏକର ଜମି ଓ ଗୋଟିଏ ଘର ମଧ୍ୟ ଅଛି ।


୬- ଷଷ୍ଠ ରେ ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂ । ସେ ପଞ୍ଜାବ ଲୋକ କଂଗ୍ରେସର ବରିଷ୍ଠ ନେତା । ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୮ କୋଟି ଟଙ୍କା ଓ ଦୁବାଇରେ ଗୋଟିଏ ଫ୍ଲାଟ ମଧ୍ୟ ଅଛି ।

୭- ସପ୍ତମ ରେ ହେଉଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୨୩ କୋଟି ଟଙ୍କା । ତାଙ୍କ ନାମରେ ୫୪ ଏକର ଜମି ଅଛି ଓ ୮ କୋଟି ଟଙ୍କାର ଋଣ ଅଛି ।

୮- ଅଷ୍ଟମ ରେ ହେଉଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପାର୍ଟିର ନେତା ମୁକୁଲ ସାଙ୍ଗମା । ତାଙ୍କ ମୋଟ ସମ୍ପତ୍ତି ହେଉଛି ୧୪ କୋଟି ଟଙ୍କା ।


୯- ନବମ ରେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଶିଦ୍ଦାରମିଆ । ତାଙ୍କ ମୋଟ ସମ୍ପତ୍ତି ହେଉଛି ୧୩ କୋଟି ଟଙ୍କା ।

୧୦- ଦଶମ ରେ ହେଉଛନ୍ତି ସିକିମ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସିକିମ ଡେମୋକ୍ରାଟିକ ଫ୍ରଣ୍ଟ ପାର୍ଟିର ନେତା ପବନ କୁମାର ଚାମ୍ଲିଙ୍ଗ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦ କୋଟି ଟଙ୍କା ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *