ସ୍ତ୍ରୀ ଓ ପୁରୁଷଙ୍କ ମିଳନ ସମୟରେ ସବୁଠୁ ଅଧିକ ସୁଖ କାହାକୁ ମିଳିଥାଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏଭଳି ଏକ ପୌରାଣିକ ବିଷୟ ଆଣିଛୁ ଯାହାକୁ ଶୁଣିବା ପରେ ଆପଣଙ୍କୁ ଏଭଳି ଏକ ପ୍ରଶ୍ନ ର ଉତ୍ତର ମିଳିଯିବ ଯାହାକୁ ସମସ୍ତ ପୁରୁଷ ଏବଂ ସ୍ତ୍ରୀ ଜାଣିବାକୁ ଚାହିଁଥାନ୍ତି। ସେହି ପ୍ରଶ୍ନ ଟି ହେଉଛି ସ୍ତ୍ରୀ ଓ ପୁରୁଷ ର ମିଳନ ସମୟରେ କାହାକୁ ଅଧିକ ସୁଖ ପ୍ରାପ୍ତ ହୋଇଥାଏ ? କାହାକୁ ସ୍ୱର୍ଗ ସୁଖ ମିଳିଥାଏ? ଦିନେ ଯୁଧିଷ୍ଠିର ଭୀଷ୍ମ ଙ୍କୁ କହିଲେ ଯେ, ବହୁତ ଦିନ ହେଲା ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି, ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମୋତେ ମିଳିଲା ନାହିଁ। ସେହି ପ୍ରଶ୍ନ ହେଉଛି, ସ୍ତ୍ରୀ ଓ ପୁରୁଷ ଙ୍କ ମିଳନ ସମୟରେ କାହାକୁ ଆନନ୍ଦ ମିଳିଥାଏ? ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଯୁଧିଷ୍ଠିର ଙ୍କ ପ୍ରଶ୍ନ ଶୁଣି ଏହାର ଉତ୍ତର ରେ ଭୀଷ୍ମ ତାଙ୍କୁ ଏକ କାହାଣୀ ଶୁଣାଇଲେ, ବହୁତ ଦିନ ପୂର୍ବେ ଭଙ୍ଗସ୍ମନା ନାମକ ଜଣେ ବୀର ଓ ନାମୀ ରାଜା ଥିଲେ। ତାଙ୍କର କୌଣସି ପୁତ୍ର ନଥିଲେ। ପୁତ୍ର ପ୍ରାପ୍ତି ନିମନ୍ତେ ରାଜା ଅଗ୍ନିଷ୍ଟାମା ଯଜ୍ଞ କରିଲେ। ଯେଉଁଥିରେ କେବଳ ଅଗ୍ନି ଦେବତା କୁ ହିଁ ଆହ୍ୱାନ କରାଯାଇ ପରିବ।ତେଣୁ ରାଜା ଅଗ୍ନି ଦେବତା ଙ୍କୁ ଆହ୍ୱାନ କରିଥିଲେ।ଏହାଦ୍ୱାରା ଇନ୍ଦ୍ର ଦେବ ଙ୍କୁ ଆପମାନ ହୋଇଥିଲା ଏବଂ ସେ ଭଙ୍ଗସ୍ମନା ରାଜକୁ ବୁଦ୍ଧି ଶିଖାଇବା ନିମନ୍ତେ ଯୋଜନା କରିଲେ ଏବଂ ମଉକା ଖୋଜିଲେ।

ଥରେ ରାଜା ଭଙ୍ଗସ୍ମନା ରାଜା ଶିକାର ନିମନ୍ତେ ଯାଉଥିଲେ। ଏହି ସମୟରେ ଇନ୍ଦ୍ରଦେବ ଭଙ୍ଗସ୍ମନା ରାଜା ଙ୍କୁ ସମୋହିତ କରିଦେଲେ। ସମୋହିତ ହୋଇ ରାଜା ନିଜର ହୋସ୍ ହରାଇ ବସିଲେ ଏବଂ ଜଙ୍ଗଲରେ ଘୁରି ବୁଲିଲେ। ଭୋକ ଶୋଷ ରେ ବ୍ୟାକୁଳ ହୋଇ ରାଜା ଏକ ନଈ ପାଖରେ ଯାଇ ପହଁଚିଲେ। ସେଠାରେ ପାଣି ପିଇଲେ। ଏହାପରେ ଗାଧୋଇବା ସମ୍ବନ୍ଧରେ ଚିନ୍ତା କରି ରାଜା ଯେତେବେଳେ ନଈ ଭିତରକୁ ଗଲେ ସେତେବେଳେ ସେ ଦେଖିଲେ ଯେ, ସେ ପରିବର୍ତ୍ତନ ହେବାରେ ଲାଗିଛନ୍ତି। ଧୀରେ ଧୀରେ ସେ ଏକ ସ୍ତ୍ରୀ ରୂପରେ ବଦଳି ଗଲେ।

ନଈ ରେ ନିଜର ଛବି ଦେଖିବା ପରେ ରାଜା ଜୋରରେ ଜଙ୍ଗଲରେ କାନ୍ଦିବାକୁ ଲାଗିଲେ। ସେ ଭାବିଲେ ଯେ, ସେ କିପରି ନିଜ ପ୍ରଜା ଏବଂ ରାଣୀ ମାନଙ୍କୁ ନିଜର ମୁହଁ ଦେଖାଇବେ। ଅଗ୍ନିଷ୍ଟାମା ଯଜ୍ଞ ରୁ ଶହେ ଟି ପୁତ୍ର ଜନ୍ମ ହେଲେ। କିନ୍ତୁ ବର୍ତ୍ତମାନ ମୁଁ ସେମାନଙ୍କୁ କିପରି ଦେଖିବି। ସମୋହନ ଘଟିବା ପରେ ରାଜା ସ୍ତ୍ରୀ ରୂପରେ ନିଜ ରାଜ୍ୟରେ ଯାଇ ପହଂଚିଲେ।ସ୍ତ୍ରୀ ସାଜିଥିବା ରାଜା ଙ୍କୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ।

ମନ୍ତ୍ରୀ, ରାଣୀ ଓ ନିଜ ପୁଅ ମାନଙ୍କୁ ରାଜା କହିଲେ ଯେ, ସେ ରାଜ୍ୟଭାର ସମ୍ଭାଳିବା ନିମନ୍ତେ ସକ୍ଷମ ନୁହଁନ୍ତି। ସେ ଜଙ୍ଗଲ କୁ ଫେରି ଯାଉଛନ୍ତି ଏବଂ ବାକି ଜୀବନ ସେ ସେହିଠାରେ କଟାଇବେ।ରାଜ୍ୟ କଥା ତୁମେ ସବୁ ବୁଝିବ। ଏହା କହି ରାଜା ଜଙ୍ଗଲ କୁ ଚାଲିଗଲେ। ସେଠାରେ ସେ ଏକ ତପସ୍ୱୀ ଙ୍କ ଆଶ୍ରମରେ ରହିଲେ। ତପସ୍ୱୀ ସ୍ତ୍ରୀ ରୂପରେ ରାଜା ଙ୍କ ରୂପକୁ ଦେଖି ମୋହିତ ହୋଇଥିଲେ ଏବଂ ଉଭୟ ଙ୍କ ମିଳନ ହୋଇଥିଲା। ରାଜା ସ୍ତ୍ରୀ ରୂପରେ ପୁଅ ମାନଙ୍କୁ ଜନ୍ମ ଦେଇଥିଲେ।

ଦିନେ ରାଜା ଆଶ୍ରମ ରେ ଜନ୍ମ ହୋଇଥିବା ପୁଅ ମାନଙ୍କୁ ମହଲରେ ଥିବା ପୁଅ ମାନଙ୍କ ସହିତ ଭେଟ କରାଇଲେ ଏବଂ ପରସ୍ପର ଙ୍କ ସହିତ ମିଳିମିଶି ରହିବା ନିମନ୍ତେ ଆଦେଶ ଦେଇଥିଲେ। ଏହା ହିଁ ହୋଇଥିଲା। କିନ୍ତୁ ଇନ୍ଦ୍ରଦେବ ଏହା ଦେଖି ମଧ୍ୟ ସହ୍ୟ କରି ପାରିଲେ ନାହିଁ ଏବଂ ରାଜା ଙ୍କ ପୁଅ ମାନଙ୍କ ମଧ୍ୟରେ କଳହ ସୃଷ୍ଟି କରାଇଲେ। ସେମାନେ ପରସ୍ପର ଙ୍କ ସହିତ ଯୁଦ୍ଧ କରି ହତୟା କରିଥିଲେ। ଏହା ଶୁଣି ରାଜା ଭଙ୍ଗସ୍ମନା ଦୁଃଖ ରେ କାନ୍ଦିବାକୁ ଲାଗିଲେ।

ଏହାପରେ ଇନ୍ଦ୍ରଦେବ ରାଜାଙ୍କ ପାଖକୁ ଛଦ୍ମ ବେଶରେ ଆସିଥିଲେ ଏବଂ ସେ ପଚାରିବାକୁ ରାଜା ତାଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ଇନ୍ଦ୍ରଦେବ ନିଜ ଅସଲି ରୂପ ଧାରଣ କରି କହିଥିଲେ ଯେ, ଏହି ସବୁ ର ରଚୟିତା ସେ ସ୍ୱୟଂ।ନିଜର ଅପମାନ କାରଣରୁ ସେ ଏହି ସବୁ କରାଇଥିଲେ। ଏହା ଶୁଣି ରାଜା ଇନ୍ଦ୍ରଦେବ ଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରିଥିଲେ।

ଏହାପରେ ଇନ୍ଦ୍ରଦେବ ରାଜା ଙ୍କୁ କହିଲେ ଯେ, ମୁଁ କେବଳ ତୁମର ଗୋଟିଏ ରୂପ ବଦଳରେ ତୁମ ପୁତ୍ର ମାନଙ୍କୁ ଜୀବିତ କରାଇ ପାରିବି। ଏହା ଶୁଣି ରାଜା ଉତ୍ତର ରେ ସ୍ତ୍ରୀ ରୂପ କୁ ବାଛିଥିଲେ। କାରଣ ପୁତ୍ର ମାନଙ୍କ ପ୍ରେମ ମାଆ ମାନଙ୍କୁ ଅଧିକ ପ୍ରାପ୍ତ ହୋଇଥାଏ। ଇନ୍ଦ୍ରଦେବ ଏହା ଶୁଣି ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କୁ ପୁରୁଷ ରୂପ ଫେରାଇ ଦେବେ ବୋଲି କହିଲେ। କିନ୍ତୁ ରାଜା ଏହାକୁ ପ୍ରତ୍ୟଖାନ କରି କହିଲେ ଯେ, ସେ ସ୍ତ୍ରୀ ରୂପରେ ହିଁ ରହିବାକୁ ଚାହୁଁଛନ୍ତି।

କାରଣ ପୁରୁଷ ଏବଂ ସ୍ତ୍ରୀ ର ମିଳନ ସମୟରେ ସ୍ତ୍ରୀ କୁ ଅଧିକ ସୁଖ ପ୍ରାପ୍ତ ହୋଇଥାଏ। ପୁରୁଷ ରୂପରେ ସେହି ସୁଖ ପ୍ରାପ୍ତ ହୋଇନଥାଏ।ଏହି କାହାଣୀ ଶୁଣାଇବା ପରେ ଭୀଷ୍ମ ଯୁଧିଷ୍ଠିର ଙ୍କୁ କହିଥିଲେ ଯେ, ଆଶା କରୁଅଛି ତୁମକୁ ତୁମ ପ୍ରଶ୍ନ ର ସଠିକ ଉତ୍ତର ବର୍ତ୍ତମାନ ମିଳି ଯାଇଥିବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *