ଶେଷରେ ସବୁ ସତ ମାନିଲେ Rajveer ଙ୍କ ବାପା, କହିଲେ ଗୋଟି ଗୋଟି କରି ସବୁ ସତ କଥା ! ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସାରା ରାଜ୍ୟବାସୀ ସମସ୍ତେ ରାଜବୀରଙ୍କ ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି । ରାଜବୀର ରଣା ହେଉଛନ୍ତି ମାତ୍ର ୧୮ ମାସର ଶିଶୁ । ତାଙ୍କର ଦେହ ବହୁତ ଅସୁସ୍ଥ ଅଛି । ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କଳାକାର, ନେତା ମନ୍ତ୍ରୀ ସାହାଯ୍ୟର ହାତ ବଢାଇଛନ୍ତି । ଓଡ଼ିଶାର ଲୋକ ମାନେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ସାହାଯ୍ୟ କଲେଣି । ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କଳାକାର ସୋସିଆଲ ମିଡିଆରେ ଅନୁରୋଧ ମଧ୍ୟ କରୁଛନ୍ତି ।


ରାଜବୀରଙ୍କ ମା ଆଉ ବାପା ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି କି ତାଙ୍କ ପୁଅକୁ ବଞ୍ଚାଇ ଦିଅନ୍ତୁ । ତେବେ ସାରା ଓଡ଼ିଶାରେ ଥିବା ଅନେକ କଲେଜ, ସ୍କୁଲ ଛାତ୍ରଛାତ୍ରୀ ମାନେ ରାଜବୀରଙ୍କୁ ବଞ୍ଚାଇବା ପାଇଁ ଦୋକାନ, ବଜାର ବୁଲି ପଇସା କଲେକ୍ଟ କରୁଛନ୍ତି । ଆଉ ଅନେକ ଲୋକ ମଧ୍ୟ ରାଜବୀରଙ୍କୁ ବହୁତ ସାହାଯ୍ୟ କରିଲେଣି ।

ତେବେ ଦିନ ରାତି ରାଜବିରଙ୍କ ପାଇଁ ପଇସା ଯୋଗାଡ କରିବା ପାଇଁ ଆମେ ସମସ୍ତେ ଲାଗି ପଡ଼ିଥିବା ବେଳେ ସାମ୍ନାକୁ ଆସୁଛି ରାଜବିର ବାପାଙ୍କ ପଇସା ନଷ୍ଟ କରିବାର ଘଟଣା ପୁଅର ଯେମିତି ଚିନ୍ତା ନାହିଁ ତାଙ୍କର । ଏ ପୁଣି ପୁଅ ପାଇଁ କାନ୍ଦୁଛନ୍ତି ଆଉ ମାସେ ପୁଅ ପାଇଁ ଇଞ୍ଜେକସନ ନନେଲେ ପୁଅ ଚାଲିଯିବ ଆର ପାରିକୁ କିନ୍ତୁ ବାପର ମଅଦ ପିଇବା ବନ୍ଦ ହେଉନି ।

ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାଜବୀର ଙ୍କ ବାପା ମଅଦ ପିଉଛନ୍ତି ଏବଂ ଅଣ୍ଡା ରୋଲ ଖାଉଛନ୍ତି ଏବଂ କାହା ସହ ଯୁକ୍ତି ତର୍କ କରୁଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ରାଜବୀର ଙ୍କ ବାପା ମିଡ଼ିଆ ଆଗରେ କହିଛନ୍ତି କି ସେମାନେ କିଛି ଦିନ ତଳେ ହରିୟାଣା ଯାଇଥିଲେ । ସେଠାରେ ଏକ ହୋଟେଲ ରେ ରହିଥିଲେ । ତେବେ ଭାଇରଲ ହେଉଥିବା ଭିଡ଼ିଓ ସେହି ହୋଟେଲ ର ବୋଲି ରାଜବୀର ଙ୍କ ବାପା କହିଛନ୍ତି ।


ତେବେ ସେ କହିଛନ୍ତି କି ସେ ଟେନ୍ସନ ରେ ଡ୍ରିଙ୍କ କରିଥିଲେ । ତେବେ ସେ କହିଛନ୍ତି ଯେ ସେଠାକାର କିଛି ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କୁ ହାରାସ କରିଛନ୍ତି । ଏହା ସହ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି । ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣା ର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମିଡ଼ିଆ ତାଙ୍କୁ ଟଙ୍କା ମାଗି ନାହାଁନ୍ତି ।

ତେଣୁ ରାଜବୀର ଙ୍କ ପିତା ମାତା ଙ୍କ ଦ୍ଵାରା ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଯୋଗାଡ଼ ହୋଇଥିଲେ ହେଁ ଯଥେଷ୍ଟ ରାଶି ଯୋଗାଡ଼ କରିବାକୁ ସୋସିଆଲ ମିଡ଼ିଆ ଜରିଆରେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସେ କହିଛନ୍ତି କି ମୋ ର ଏହି ଭୁଲ ପାଇଁ ମୋ ପୁଅ ର ଜୀଵନ କୁ ଖତରା ରେ ପକାନ୍ତୁ ନାହିଁ ତାକୁ ଦଣ୍ଡ ଦିଅନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *