ସ୍ତ୍ରୀ ତୃପ୍ତି ଭୁଲିଗଲେ ସବୁ ରାଗ ଆଉ ଅଭିମାନ, ସିଧା ଗଲେ ଡାକ୍ତରଖାନା ଆଉ ନେଲେ ବାବୁସାନଙ୍କ କେୟାର…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ଙ୍କ ଧର୍ମପତ୍ନୀ ତୃପ୍ତି ଙ୍କର ଆଉ ନାହିଁ ରାଗ କି ଅଭିମାନ । ମାତ୍ର କିଭଳି ରହିବ ଯେତେବେଳେ ତାଙ୍କ ସ୍ତ୍ରୀ ତୃପ୍ତି ଶୁଣିଲେ ଯେ ତାଙ୍କ ସ୍ଵାମୀ ବାବୁସାନ ଙ୍କ ଦେହ ବହୁତ ଖରାପ ଅଛି । ସେ ସବୁ ରାଗ ଆଉ ଅଭିମାନ ଭୁଲି ସେ ସିଧା ଯାଇ ପହଞ୍ଚିଲେ ହସ୍ପିଟାଲରେ । ଯେଉଁ ହସ୍ପିଟାଲ ରେ ତାଙ୍କ ସ୍ଵାମୀ ସୁପର ଷ୍ଟାର ବାବୁସାନ ଚିକିତ୍ସିତ ହେଉଥିଲେ । ଆଉ ହସ୍ପିଟାଲ ବେଡରେ ଓଲିଉଡ ର ସୁପରଷ୍ଟାର ଅଭିନେତା ବାବୁସାନ ଥିବା ବେଳେ ତାଙ୍କ ସ୍ତ୍ରୀ ସବୁ ରାଗ ଆଉ ଅଭିମାନ କୁ ଭୁଲି ବାବୁସାନ ଙ୍କ ପାଖରେ ଅଛନ୍ତି ।

ତେବେ ପତି ପତ୍ନୀ ଏବଂ ପ୍ରକୃତି ଙ୍କ ବିବାଦ ପରେ ବାପାଙ୍କ ପାଖରେ ରହିଥିଲେ ତୃପ୍ତି । ଏଭଳିକି ତାଙ୍କ ପୁଅ ଗୁଆନ ଙ୍କୁ ମଧ୍ୟ ସେ ନିଜ ପାଖରେ ରଖିଥିଲେ । ତେବେ ବୋହୂ କେବେ ଘରକୁ ଫେରିବେ ଏବଂ ତାଙ୍କ ନାତି ସହିତ ସେ କେବେ ଖେଳିବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଚିନ୍ତାରେ ବାଟ ଚାହିଁ ରହିଥିଲେ । ଏହା ସହିତ ଏଭଳି ଅନେକ ଚର୍ଚ୍ଚା ଲାଗି ରହିଥିଲା । ଯେଉଁ ଚର୍ଚ୍ଚା ଆଜିଠାରୁ ବନ୍ଦ ହୋଇଛି ।

ବାବୁସାନ ଙ୍କ ପାଖରେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ତୃପ୍ତି ଅଛନ୍ତି । ଆଉ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସୁପର ଷ୍ଟାର ବାବୁସାନଙ୍କ ସଂପୂର୍ଣ୍ଣ ଯତ୍ନ ନେଉଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି । ବାବୁସାନ ଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ଏକା ନାହାଁନ୍ତି ତାଙ୍କ ପରିବାର ଲୋକେ ଏବଂ ବନ୍ଧୁ ବାନ୍ଧବ ସମସ୍ତେ ବାବୁସାନ ଙ୍କ ପାଖରେ ଅଛନ୍ତି ।

ଓଡିଆ ଚଳଚିତ୍ରର ର ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ବର୍ତ୍ତମାନ ଅସୁସ୍ଥ ହୋଇପଡିଛନ୍ତି । କୁହାଯାଉଅଛି ଯେ କିଛି ଦିନ ପୂର୍ବରୁ ବାବୁସାନ ଦମନ ପାଇଁ ଲଦାକ ଯାଇଥିଲେ ଏବଂ ସେଠାରେ ବାଇକ ଚଳାଇଲା ସମୟରେ ତାଙ୍କର ଅକ୍ସିଜେନ ଲେବଲ କମିଯାଇଥିଲା । ଆଉ ଲଦାକରେ ପ୍ରାଥମିକ ଚିକିତ୍ସ୍ୟା ପରେ ସେ ଭୁବନେଶ୍ଵର ଫେରିଥିଲେ । ମାତ୍ର ଏଠାରେ ପୁଣି ସେ ନିଜକୁ ଅସୁସ୍ଥ ମନେ କରିଥିଲେ ।

ଆଉ ସିଧା ତାଙ୍କୁ ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ଦୀର୍ଘ ୫ ଦିନ ହେବ ବର୍ତ୍ତମାନ ବାବୁସାନ ଚିକିତ୍ସ୍ୟାଧୀନ ଅବସ୍ଥାରେ ଅଛନ୍ତି । ତାଙ୍କ ପାଖରେ ତାଙ୍କ ପତ୍ନୀ ତୃପ୍ତି ଅଛନ୍ତି ବୋଲି ସୂଚନା ମିଳିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *