‘ମୁଁ ମନାକରୁଥିଲି ବର୍ଷା ମତେ ଟାଣିନେଲା, ମତେ ସେ…’ ସବୁ ଗୁମର ଖୋଲି କହିଦେଲେ ଟୁଙ୍ଗୁରୁ ଭୋଳ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବର୍ଷା ଏବଂ ଟୁଙ୍ଗୁରୁ ଭୋଳ ପ୍ରେମ କାହାଣୀକୁ ନେଇ ସବୁଆଡ଼େ ଚର୍ଚ୍ଚା । କିଛିଦିନ ତଳେ ପ୍ରେମିକ ଟୁଙ୍ଗୁରୁ ଭୋଳଙ୍କୁ ବିବାହ କରିବା ଜିଦରେ ଭରତପୁର ଥାନା ଆଗରେ ଧାରଣା ଦେଇଥିଲେ ବର୍ଷା ନାମକ ଜଣେ ବିବାହିତା ମହିଳା । ଦୁଇ ସନ୍ତାନର ମାଆ ବର୍ଷା ନିଜ ସ୍ୱାମୀ ପରିବାରକୁ ଛାଡି ଟୁଙ୍ଗୁରୁଙ୍କ ସାହିତ ସଂସାର ଗଢିବାକୁ ଆଗେଇ ଆସିଥିଲେ । କିନ୍ତୁ, ଟୁଙ୍ଗୁରୁ ଅନ୍ୟତ୍ର ବିବାହ କରିବା ଖବର ପାଇ ସେ ଆଇନର ଆଶ୍ରୟ ନେଇଥିଲେ ।

ତେବେ ଗଣମାଧ୍ୟମରେ ଏହି ଖବର ଖୁବ ଭାଇରାଲ ହେଉଥିବା ବେଳେ ଗତକାଲି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ଜଣାଯାଇଛି । ଗୋଟିଏ ପଟେ ଟୁଙ୍ଗୁରୁଙ୍କୁ ସେ ବିବାହ କରିବେ ନାହିଁ କିନ୍ତୁ ସେମାନଙ୍କ ଭିତରେ ପୂର୍ବଭଳି ସମ୍ପର୍କ ରହିବ ବୋଲି ବର୍ଷା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଟୁଙ୍ଗୁରୁ । ପ୍ରଥମଥର ପାଇଁ ଗଣମାଧ୍ୟମ ଆଗକୁ ଆସିଥିବା ଟୁଙ୍ଗୁରୁ ଏହି ମାମଲାରେ ନିଜ ପକ୍ଷ ରଖିଛନ୍ତି ।

ତେବେ ସେ ବର୍ଷାଙ୍କୁ ଭଲ ପାଉନଥିବା ବରଂ ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିବା କଥା କହିଛନ୍ତି ଟୁଙ୍ଗୁରୁ । କରୋନା ମହାମାରୀ ସମୟରେ ବର୍ଷାଙ୍କୁ ଅଟୋରେ ଏମ୍ସ ନେଇ ଯାଉଥିବା ବେଳେ ସେମାନଙ୍କର ଦେଖା ହୋଇଥିଲା । ସେବେଠାରୁ ଫୋନ ନମ୍ବର ନେବା ସହିତ କିଛି ସେଲ୍ଫି ଉଠାଇ ସେ ତାଙ୍କୁ ବ୍ଲାକମେଲ୍ କରୁଥିବା ଟୁଙ୍ଗୁରୁ କହିଛି ।

କେବଳ ଏତିକି ନୁହେଁ ବର୍ଷା ଜୋରଜବରଦସ୍ତ କୋର୍ଟ ମ୍ୟାରେଜ କରିବାକୁ ଚେଷ୍ଟା କରିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି । ଏହି ମାମଲାରେ ଗାଁର କିଛି ଖଳ ପ୍ରକୃତିର ଗାଁ ଲୋକେ ବର୍ଷାଙ୍କୁ ପ୍ରବର୍ତ୍ତାଇଥିବା ଟୁଙ୍ଗୁରୁ ଅଭିଯୋଗ କରିଛନ୍ତି । ଆଉ କହିଛନ୍ତି କି ତା ଖୁସି ପାଇଁ ମୁଁ କରେ ମୁଁ କିଛି ବି କରିନି ।

ତେବେ ସେ କହିଥିଲେ କି ମୁଁ ହେଉଛି ଗୋଟିଏ ଅଟୋ ଵାଲା ମୁଁ କାହିଁକି ତାକୁ ବାହା ହେବା ପାଇଁ କହିଁବି, ଆଉ ପୁଣି ମୋର ବୟସ ହେଉଛି ୨୧ ଓ ତାର ବୟସ ୪୦ ତାର ସ୍ୱାମୀ, ଦୁଇ ପୁଅ ଶାଶୂ ଶଶୂର ସମସ୍ତେ ଅଛନ୍ତି ତ ମୁଁ ତାକୁ କଣ ପାଇଁ ବାହାହେବି । ମତେ ଓ ମୋ ବାପାଙ୍କର ନାଁ କୁ ବଦନାମ କରିବା ପାଇଁ ସିଏ ଏମିଟି ମିଛ ଅଭିଯୋଗ ସବୁ ଅନୁଛି ।

ଯେହେତୁ ମୁଁ ଗୋଟିଏ ଅଟୋ ଵାଲା ତ ସିଏ ମୋର ଫୋନ ନମ୍ବର ରଖିଥିଲା ଆଉ ଯୋଉଠିକି ଡାକିଲେ ଭଡା ଭାବରେ ମୁଁ ନେଇଯାଉଥିଲି ଆଉ ସେ ମୋ ସହିତ ଏମିତି ଖୁସି ପାଇଁ ସେଲ୍ଫି ଉଠଉଛନ୍ତି ବୋଲି କହି ପରେ ମୋତେ ସେହି ଫୋଟ କୁ ଦେଖାଇ ବ୍ଲାକମେଲିଙ୍ଗ ମଧ୍ୟ କରୁଛନ୍ତି ।

ତେବେ ଶେଷରେ ସେ କହିଛନ୍ତି କି ବର୍ଷା ମୋ ଚାରିଟା ଫୋନ ଭାଙ୍ଗି ଦେଇଛି ତେବେ ଏହା ପୋଲିସ ଆଗରେ କହିବା ପରେ ସେ ମୋତେ ଗୋଟିଏ ନୂଆ ଫୋନ ଆଣିକି ଦେଇଛନ୍ତି କାଲି ରାତିରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *