ପରଟାରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ ! ଭାବ ବିହ୍ଵଳ ହେଲେ ଭକ୍ତ, ଆଖିରୁ ଝରିଲା ଲୁହ, ଯୋଡିଲେ ହାତ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକ ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଲୋକମାନେ ଯେକୌଣସି ସ୍ଥାନରେ ରହି କେଉଁ ଦେଶରେ କଣ ଘଟୁଛି ଯାହା ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମାନେ ଦୂର ଦୁରନ୍ତାରୁ ଲୋକମାନେ ଶ୍ରୀମନ୍ଦିର ଯାଇଥାନ୍ତି ।

ହେଲେ ଜଗନ୍ନାଥଙ୍କ ସହ ଜଡିତ ଏକ ଅଲୌକିକ ଘଟଣା ଜଗତପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ପ୍ରଭୁ ଜଗନ୍ନାଥ ଏକ ଭିନ୍ନ ରୂପରେ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳ ଖରଖିଆ ମହାଦେବ ପାର୍ଶ୍ଵ ଚିତ୍ତରଞ୍ଜନ ବେହେରାଙ୍କ ଘରେ । ବୋହୂ ଶ୍ରୀମତୀ ବେହେରା ରାତିରେ ତାଙ୍କ ଝିଅକୁ ପରଟା ଖାଇବାକୁ ଦେବା ବେଳେ ସେହି ପରଟାରେ ମହାପ୍ରଭୁଙ୍କ ପ୍ରତିମା ଛବି ଦେଖିବାକୁ ମିଳିଥିଲା ।

ଆଉ ଏହାପରେ ସଙ୍ଗେ ସଙ୍ଗେ ଶ୍ରୀମତୀ ବେହେରା ଏହି ଘଟଣା ବାବଦରେ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଦେଲେ । ତା ପରେ ପରିବାର ମଧ୍ୟରେ ଭକ୍ତିପୂର୍ଣ୍ଣ ବାତାବରଣ ଖେଳି ଯାଇଥିଲା ଏହି ଖବର ପ୍ରଘଟ ହେବାପରେ ଅଲୌକିକ ଘଟଣା ଦେଖିବାକୁ ଶ୍ରୀ ବେହେରାଙ୍କ ଘରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମି ଥିଲା । ସମସ୍ତ ଲୋକ ବେହେରା ବାବୁଙ୍କ ଘରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିଛବିର ଦର୍ଶନ କରିଥିଲେ ।

ବନ୍ଧୁଗଣ ଭଲ ଭାବରେ ଏହି ପରାଟାକୁ ଦେଖନ୍ତୁ । ଏହି ପରାଟାରେ ଜଗନ୍ନାଥଙ୍କ ପ୍ରତିଛବି ଦେଖା ଯାଉଛି । ସ୍ପଷ୍ଟ ଭାବରେ ଜଗନ୍ନାଥଙ୍କ ଦୁଇ ଆଖି ମୁଖ ମଣ୍ଡଳର ପ୍ରତିଛବି ଦିଶୁଛି । ସେହି ପରାଟାକୁ ପରିବାର ଲୋକେ ଏକ ଥାଳି ଉପରେ ରଖି ପୂଜା ଅର୍ଚ୍ଚନା କରିଛନ୍ତି । ଏହି ଘଟଣାକୁ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *