ରୁଷକୁ ଚେକ ଦେବ ନାଟୋ ସେନା, କଣ ଆରମ୍ଭ ହେଇଯିବ ତୃତୀୟ ବିଶ୍ଵଯୁଦ୍ଧ ?

ନମସ୍କାର ବନ୍ଧୁଗଣ ତେବେ ଏକ ମାସରୁ ଅଧିକ ସମୟ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ମଧ୍ୟ ସାହସର କଡ଼ା ଜବାବ ଦେଉଛି । ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍‌ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି । ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ବ୍ରିଟିସ୍‌ ନିର୍ମିତ ଏହି ମିସାଇଲକୁ ରୁଷ ବିରୋଧରେ ବ୍ୟବହାର କରିଛି ୟୁକ୍ରେନ୍‌ । ମଝି ଆକାଶରେ ଏମଆଇ୨୮ଏନ ଯୁଦ୍ଧ ବିମାନଟି ଦୁଇ ଖଣ୍ଡ ହୋଇଥିବା ଭିଡିଓ  ଅନଲାଇନ୍‌ରେ ପ୍ରସାରିତ ହେଉଛି । ତେବେ ବର୍ତ୍ତମାନ ରୁଷ ଠାରୁ ବିପଦ ଆଶଙ୍କା ରେ ସଜାଗ ରହିଛି ନାଟୋ । ଜଳ,ସ୍ଥଳ ଓ ଆକାଶ ରେ ନିଜ ସୌନ୍ୟ ମାନଂକୁ ଜଗାଇ ରଖିଛି । ତେବେ ନରୱେ ଠାରେ ଚାଲିଥିଲା ଅପରେସେନ କୋଲଡ଼ ରେପନ୍ସ । ତେବେ ଏଥିରେ ୨୭ ଟି ଦେଶ ର ୩୦ ହଜାର ଯବାନ ଅଭ୍ୟାସ କରୁଥିଲେ ।

ତେବେ ରୁଷ ଉପରେ ତୀକ୍ଷଣ ନଜର ରଖିଛି ଏହି ପ୍ରତିରକ୍ଷା ମେଣ୍ଟ । ତେବେ ସେହିପରି ପୋଲାଣ୍ଡ ଏବଂ ସ୍ଲୋଭାକିଆ ରେ ଅପରେସନ ଶବର ଷ୍ଟ୍ରାଇକ କରିଥିଲା ନାଟୋ ସେନା । ତେବେ ଏଥିରେ ସାମିଲ ହୋଇଥିଲା ଆମେରିକାର ସିଏଚ୪୭ ହେଲିକ୍ୟାପ୍ଟର । ତେବେ ନାଟୋ ସେନା ବର୍ତ୍ତମାନ ଖୁବ ଆଲର୍ଟ ରେ ଅଛନ୍ତି । ତେବେ ଏହା ଭିତରେ ନାଟୋ କୁ ୭୩ ବର୍ଷ ପୁରିଛି ଆଜିର ଦିନରେ ହିଁ ଏହି ନାଟୋ ଗଠିତ ହୋଇଥିଲା ତେବେ ବର୍ତ୍ତମାନ ଏଥିରେ ସ୍ଵିଡେନ ଏବଂ ଫିନଲ୍ୟାଣ୍ଡ ଯୋଗଦାନ ଦେଇ ପାରନ୍ତି ।


ତେବେ ଏହା ହେଲେ ରୁଷ ର କ୍ରୋଧ ୟୁରୋପ ଉପରେ ଆହୁରି ବଢିଯିବ । ତେବେ ବର୍ତ୍ତମାନ ସୂଚନାଯୋଗ୍ୟ ଯେ ରୁଷ ସୈନ୍ୟଙ୍କୁ ଖାଦ୍ୟରେ ବିଷ ଦେଇଛନ୍ତି ୟୁକ୍ରେନ୍‌ର ନାଗରିକ । ଫଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୨୮ ଜଣ ଗୁରୁତର ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାର୍‌କିଭ୍‌ ସହର ନିକଟସ୍ଥ ଇଜିୟମ୍‌ ସହରରେ ଏହି ଘଟଣା ଘଟିଛି ।

ସୈନ୍ୟମାନଙ୍କୁ ଲୋକମାନେ ଉପହାର ସ୍ୱରୂପ ପାଉଁରୁଟି ଖାଇବାକୁ ଦେଇଥିଲେ । ଭୋକିଲା ସୈନ୍ୟମାନେ କିଛି ଜାଣି ନ ପାରି ଏହାକୁ ଖାଇଥିଲେ । ଏହାପରେ ରୁଷର ତୃତୀୟ ମୋଟର ରାଇଫଲ୍‌ ଡିଭିଜନ୍‌ର ଦୁଇଜଣ ସୈନ୍ୟ ପ୍ରାଣ ହରାଇଥିଲେ । ଖାର୍‌କିଭ୍‌ ନିକଟବର୍ତ୍ତୀ ଇଜିୟମ୍‌ ସହରର ନାଗରିକଙ୍କ ଦ୍ୱାରା ଏହି ପାଉଁରୁଟି ଦିଆଯାଇଥିବା ୟୁକ୍ରେନ୍‌ର ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।


ନିର୍ଦ୍ଦେଶାଳୟ ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛି ଯେ ୨୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଏହା ପୂର୍ବରୁ ୫୦୦ ରୁଷୀ ସୈନ୍ୟ ବିଷମିଶ୍ରିତ ମଦ୍ୟପାନ କରିବା ପରେ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ସାଧାରଣ ଜନତା ମଦ୍ୟପାନ ପାଇଁ ସୁଯୋଗ ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *