ଏବେ କଣ କରିବେ PM Modi ? ଋଷ ପରେ ଏବେ ଆମେରିକା ଦେଉଛି ଏହି ବଡ ଅଫର, କଣ ଭାରତ ଋଷକୁ ଦେବ ଧୋକା ?

ବନ୍ଧୁଗଣ ଆମେରିକା ଏକେ ଋଷ ଠାରୁ ଅଧିକ ଋଷକୁ ସପୋର୍ଟ କରୁଥିବା ଭାରତ ପାଇଁ ଚିନ୍ତାରେ ଅଛି । ଭାରତ ପ୍ରତ୍ୟକ ଥର ଋଷ ବିରୋଧରେ ହୋଇଥିବା ଭୋଟିଙ୍ଗରୁ ଦୂରେଇ ରହିଲା । ଋଷ ଓ ଭାରତ ବନ୍ଧୁତାକୁ ନେଇ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଏମିତି କି ନାଟୋର କେତେକ ଦେଶ ଗୁଡିକ ଭାରତର ନ୍ୟୁଟ୍ରଲ ଷ୍ଟାଣ୍ଡକୁ ସମର୍ଥନ କରିଛନ୍ତି । ଏବେ ଏହି କଥା ଆମେରିକାକୁ ପସନ୍ଦ ଆସୁ ନାହିଁ ।

ଋଷ ସହ ସମ୍ପର୍କ ରଖିବା କାରଣରୁ ଭାରତକୁ ଅନେକ ଥର ଆମେରିକା ଚେତାବନୀ ଦେଇଛି । ହେଲେ ଭାରତ ଉପରେ ଆମେରିକାର କୌଣସି ପ୍ରଭାବ ପଡିଲା ନାହିଁ । ଆମେରିକା ଏସ400 ଏୟାର ଡିଫେନସ ସିଷ୍ଟମକୁ ନେଇ ମଧ୍ୟ ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଧମକ ଦେଇଥିଲା । ଏହା ପରେ ବି ଭାରତ ପଛକୁ ହଟି ନଥିଲା । ଭାରତ ଆମେରିକାର ପ୍ରତିବନ୍ଧକକୁ ଏଡାଇ ଋଷ ଠାରୁ ତେଲ ମଧ୍ୟ କିଣିବା ପାଇଁ ନିଷ୍ପତ୍ତି ନେଇଛି ।

ଏଥିପାଇଁ ଆମେରିକା ଏବେ ଚିନ୍ତାରେ ପଡିଯାଇଛି । ଏତେ ଚେତାବନୀ ଦେଇ ମଧ୍ୟ ଭାରତ ଉପରେ କିଛି ପ୍ରଭାବ ପଡି ନଥିବାରୁ ଆମେରିକା ଏବେ ଭାରତକୁ ଏକ ବଡ ଅଫର ଦେଇଛି । ଆମେରିକା ଜାଣିଛି ଏହି ସମୟରେ ଋଷ ଭାରତ ଉପରେ ନିର୍ଭର ଅଛି ଆଉ ଭାରତ ମଧ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଉପରେ ଭରସା କରେ । ସେଥିପାଇଁ ଆମେରିକା

ଏବେ ରୁଷି ହତିଆର ଗୁଡିକୁ ଆଲୋଚନାରେ ଆଣି କହିଛି, ଆମେରିକା ଏବେ ଭାରତକୁ ରକ୍ଷା କ୍ଷେତ୍ରରେ ସହଯୋଗ କରିବା ପାଇଁ ଉତ୍ସୁକ ଅଛି । ଆମେରିକା କହିଛି, ଭାରତକୁ ଏହା ଭାବିବା ନିହାତି ଆବଶ୍ୟକ ଯେ କଣ କେବଳ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଉପରେ ନିର୍ଭର ରହିବା ଉଚିତ । ଆମେରିକା କହିଛି, ଋଷର ପ୍ରାୟ 60 ପ୍ରତିଶତ ଅସ୍ତ୍ରଶସ୍ତ୍ର କାମ କରିବା ସ୍ଥିତିରେ ନାହିଁ ।

ଭାରତ ନିଜେ ଦେଖୁ ଋଷର ଅସ୍ତ୍ର ଶସ୍ତ୍ର ଯୁଦ୍ଧ କ୍ଷେତ୍ରରେ କେତେ ଖରାପ ପଦର୍ଶନ କରୁଛି । ଆମେ ଯଦି ଋଷ ସହ ଲଢିବା ପାଇଁ ୟୁକ୍ରେନକୁ ଅସ୍ତ୍ର ଶସ୍ତ୍ର ଦେଇ ପାରୁଛୁ ତା ହେଲେ ଭାରତକୁ କାହିଁକି ଦେବୁ ନାହିଁ । ଆମେରିକା ଭାରତକୁ କହିଛି, କଣ ଆପଣ ପୁଟିନ ଭଳିଆ ମଣିଷ ଉପରେ ଭରସା ରଖିବାକୁ ଚାହୁଁ ଛନ୍ତି । ହେଲେ ଏବେ ଆମେରିକାର ଏହି ବୟାନକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ।

Leave a Reply

Your email address will not be published. Required fields are marked *