ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ବାଣ୍ଟିଲେ Rudra Maharathy, ଲୋକେ ଦେଲେ ଆଶୀର୍ବାଦ, କହିଲେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଉପକୂଳ ଓଡ଼ିଶାରେ ବନ୍ୟା ବିପତ୍ତି ଦୂର ହୋଇନି । ଏବେ ବି ୬୪୨ଟି ଗାଁ ପାଣି ଘେରରେ । ୩ ଲକ୍ଷ ୯୧ ହଜାର ୫୨୮ ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏ ବିପଦ ଦୂର ହୋଇନଥିବାବେଳେ ଉତ୍ତର ଓଡ଼ିଶାକୁ ଡରାଇଲାଣି ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ବନ୍ୟା । ଯଦିଓ ସନ୍ଧ୍ୟାରେ ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ପାଖରେ (ବାଲେଶ୍ୱରରୁ ସାଗର ଦ୍ୱୀପ ମଧ୍ୟରେ) ସ୍ଥଳଭାଗ ଛୁଇଁଛି, ତଥାପି ଓଡ଼ିଶାରୁ ବିପଦ ପୂରା ଟଳିଯାଇନି ।


ଉତ୍ତର ଓଡ଼ିଶାରେ ଯେଉଁଭଳି ବର୍ଷା ଆଶଙ୍କା କରାଯାଉଛି, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ସହ ସାଳନ୍ଦୀ, ଇବ ଫୁଲିପାରେ । ଏସବୁ ନଦୀର ସ୍ଥିତି ଉପରେ ସରକାର ସତର୍କ ନଜର ରଖିଛନ୍ତି । ସନ୍ଧ୍ୟାରୁ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି । କ୍ରମଶଃ ବଢ଼ି ଚାଲିବ । ବାରିପଦା ସମେତ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବି ବର୍ଷା ହୋଇଛି ।

ଶନିବାର ସକାଳ ଭିତରେ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା (୭୦ରୁ ୨୦୦ ମିଲିମିଟର) ବର୍ଷା ଅଜାଡ଼ିପାରେ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଓ ପବନର ଝଟକା ୭୦ କିମିକୁ ଛୁଇଁପାରେ । ଶନିବାର ବି ଅନେକ ଜିଲ୍ଲାରେ ଲଗାଣ ବର୍ଷା ସହ ପବନ ଆଶଙ୍କା ଅଛି । ଜଳକା ବିପଦ ସଙ୍କେତ ଡେଇଁସାରିଛି ।

ମଥାନିରେ ଜଳସ୍ତର ୬.୦୩ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ଏଠି ବିପଦ ସଙ୍କେତ ସ୍ତର ୫.୫୦ ମିଟର । ସୁବର୍ଣ୍ଣରେଖା ରାଜଘାଟରେ ବଢ଼ୁଥିବାବେଳେ ବୈତରଣୀ ଆନନ୍ଦପୁରରେ ବୃଦ୍ଧି ପାଉଛି । ବ୍ରାହ୍ମଣୀ ନଦୀ ପାନପୋଷରେ ଫୁଲୁଛି । ଲଗାଣ ବର୍ଷା ଆଶଙ୍କା ଥିବା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଅପିଲ କରିଛନ୍ତି । କେହି ଭୟଭୀତ ନ ହେବାକୁ ଅନୁରୋଧ କରିବା ସହ ସଜାଗ ଓ ସତର୍କ ରହି ପ୍ରଶାସନକୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ସ୍ଥିତିକୁ ନେଇ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ କରିଦିଆଯାଇଛି । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜକୁ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ଟିମ୍‌ ପଠାଯାଇଛି । ବାଲେଶ୍ୱରରେ ରାତି ୯ଟା ସୁଦ୍ଧା ୩ ହଜାର ଲୋକଙ୍କୁ ତଳି ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆବଶ୍ୟକ ସ୍ଥଳେ ଆହୁରି ଲୋକଙ୍କୁ ସ୍ଥାନାନ୍ତର କରାଯିବ ।


ଗଭୀର ଅବପାତ ବର୍ତ୍ତମାନ ସ୍ଥଳଭାଗରେ ପ୍ରବେଶ କରିଥିବାବେଳେ ଏହା ଝାଡ଼ଖଣ୍ଡ ହୋଇ ଉତ୍ତର ଛତିଶଗଡ଼କୁ ଯିବ । ତେବେ ବନ୍ୟା ଜଳ ରେ ଲୋକ ମାନେ ନିଜ ଅସୁବିଧା କୁ ନିଜ ମନ ରେ ରଖୁଛନ୍ତି କାରଣ ଅସୁବିଧା ଶୁଣିବା ପାଇଁ ତାଙ୍କ ପାଖ ରେ କେହି ନାହାଁନ୍ତି କିନ୍ତୁ ପିପିଲି ର ବିଧାୟକ ଆମ ପ୍ରିୟ ରୁଦ୍ର ମହାରଥୀ ବର୍ତ୍ତମାନ ସେ ବନ୍ୟା ବିପନ୍ନ ଅଞ୍ଚଳ ରେ ରୁଦ୍ର ମହାରଥୀ ଆସି ସେହି ମାନଂକୁ ଚୁଡା ଏବଂ ଗୁଡ଼ ପ୍ରଦାନ କରିଥିଲେ । ତେବେ

ତେବେ ସେମାନଙ୍କର ଖାଇବା ପିଇବାର ଧ୍ୟାନ ମଧ୍ୟ ନେଉଛନ୍ତି ମେଡ଼ିସିନ ଆଣି ଯୋଗେଇ ଦେଉଛନ୍ତି ଏବଂ ସୁବିଧାରେ ବସ ବାସ କରିବା ପାଇଁ କହୁଛନ୍ତି । ତେବେ ଏପରି ବିଧାୟକ ଙ୍କୁ ପାଇଁ ସମସ୍ତେ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ ମଧ୍ୟ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *