T20 World Cup 2022 ସେମିଫାଇନାଲ ହାରିବା ପରେ କାଠ ଗଡାରେ ରୋହିତ୍ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ କ୍ରିକେଟ ମ୍ଯାଚରେ ଭାରତର ପରାଜୟକୁ ନେଇ ସବୁଆଡେ ଅଶାନ୍ତିର ମାହୋଲ ସୃଷ୍ଟି ହୋଇଛି । ପୂର୍ବତନ କ୍ରିକେଟ ଖେଳାଳୀ ତଥା କ୍ରିକେଟରେ ବଡ ବଡ ବୁଦ୍ଧିଜୀବୀଙ୍କ ମତରେ T-20 ବିଶ୍ଵ କପ ସେମି ଫାଇନାଲ ମ୍ଯାଚରେ ଭାରତର ଏହି ହାରକୁ ନେଇ ମ୍ଯାଚରେ ଖେଳୁଥିବା କ୍ରିକେଟ ଖେଳାଳୀଙ୍କୁ ନେଇ ଏବେ ଜୋର ସୋରରେ ସମାଲୋଚନା ଚାଲିଛି । କ୍ରିକେଟର ରାହୁଲ ଓ ରୋହିତଙ୍କୁ ନେଇ ଅନେକ ପ୍ରଶ୍ନ  ଉଠୁଛି ।

କ୍ରିକେଟ ଦଳରେ ପରିବର୍ତ୍ତନ ହେବା ଦରକାର ବୋଲି ଦାବି ହେବାର ସୂଚନା ମିଳୁଛି । ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପଦର୍ଶନ କରୁଥିବା ଭାରତୀୟ ଦଳ ସେମି ଫାଇନାଲରେ ଏପରି ହତାଶଜନକ ଖେଳ ଖେଳି ପରାଜୟର ଶିକାର ହୋଇଥିବାରୁ ସବୁଠି ଏହା ଲଜ୍ୟାଜନକ ଚର୍ଚାର ବିଷୟ ପାଲଟିଛି । ଖେଳରେ ବୋଲିଂ ନା ବାଟିଙ୍ଗ କୌଣସି ପରିସ୍ଥିତିରେ ମଧ୍ୟ ଭଲ ପଦର୍ଶନ ଭାରତୀୟ କ୍ରିକେଟ ଟିମ୍ କରିନଥିବାରୁ ଏଥିପ୍ରତି କ୍ରିକେଟ ପ୍ରେମୀ ମଧ୍ୟ ନିରାଶ ହୋଇଯାଇଛନ୍ତି ।

ସେମି ଫାଇନାଲ ମ୍ଯାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳ ଅବନ୍ନତି ମୂଳକ ପଦର୍ଶନ କରିଛି ବୋଲି କ୍ରିକେଟ ବୁଦ୍ଧିଜୀବୀଙ୍କର ମତ ରହୁଛି । ଖେଳରେ ଏପରି ଲଜ୍ୟାଜନକ ପରାଜୟକୁ ନେଇ କ୍ରିକେଟ ଖେଳାଳୀଙ୍କ ଠୁ ନେଇ ଟିମ୍ ଲିଡର ଓ କୋଚଙ୍କ ଉପରେ ମଧ୍ୟ ପ୍ରେସର ପଡୁଛି ।

ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କର ମାତ୍ରେ ଅଶ୍ଵନୀ ଓ ଅକ୍ଶର ଲଗାତର ଖେଳରେ ଫେଲ ମାରୁଥିବା ସତ୍ବେ ଖେଳରେ କାହିଁକି ସୁଯୋଗ ମିଳିଥିଲା । କ୍ରିକେଟ କିମ୍ବଦନ୍ତୀ କପିଲଙ୍କ ମତରେ ଏହିଭଳି ନିରାଶଜନକ ଖେଳକୁ ନେଇ ତୀବ୍ର ସମାଲୋଚନା ହୋଇବା ଦରକାର । କ୍ରିକେଟ ମ୍ଯାଚରେ ଊନତି ଭାରତୀୟ କ୍ରିକେଟ ଟିମ୍ ରେ ଦଳର ପରିବର୍ତ୍ତନ ହୋଇବା ଆବଶ୍ୟକ ।

କ୍ରିକେଟ ସମୀକ୍ଷକ ମାନେ ଦଳର ରଣନୀତିକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠାଉଛନ୍ତି । ପୂର୍ବତନ କ୍ରିକେଟର ଅତୁଲଙ୍କ ମତରେ ଖେଳର ଭଲ ପଦର୍ଶନ ହୋଇନଥିବା ଯୋଗୁ ଏଥିପ୍ରତି ଖେଳର କୋଚଙ୍କୁ ଦାୟୀ କରିଯିବା ସହିତ କୋଚ ପରିବର୍ତ୍ତନ ପାଇଁ ମଧ୍ୟ ମତ ରଖୁଛନ୍ତି । ତାଙ୍କ ମତରେ ୩ ଫର୍ମାଟରେ ଗୋଟିଏ ଖେଳ କୋଚକୁ ରଖିବା ଅପେକ୍ଷା ସବୁ ଫର୍ମାଟରେ ଭିନ୍ନ ଭିନ୍ନ ପ୍ରକାର ଏକ୍ସପର୍ଟ କୋଚକୁ ଖେଳର ଦାୟିତ୍ଵ ଦେବା ଉଚିତ ।

T- 20 ଫର୍ମାଟ ପାଇଁ ରାହୁଲ ଦ୍ରାବିଡ ହୋଇନଥିବା ସତ୍ବେ ମଧ୍ୟ ତାଙ୍କୁ ଏହି ଏହି ଖେଳ ଦାୟିତ୍ଵକୁ ଦିଆଯାଇଥିବା କଥାକୁ ନେଇ ପ୍ରଶ୍ନ ଉଠୁଛି । ଏହା ସହିତ କ୍ରିକେଟବିତଙ୍କ ମତ ଅନୁସାରେ ଆହୁରି ମଧ୍ୟ ଅନେକ ପ୍ରତିଭାବାନ କ୍ରିକେଟ ମ୍ଯାଚରେ ହେଳିବାକୁ ସୁଯୋଗ ଦିଆଯାଉନଥିବାରୁ ଏହା ପ୍ରତି ଘୋର ସମାଲୋଚନା କ୍ରିକେଟ ସ୍ତରରେ ଦେଖାଦେଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍ କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *