Kalahandi ରେ ଡାକ୍ତରଙ୍କ ଏମିତି କାଣ୍ଡ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହେଇଯିବ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ସାଧାରଣତଃ ଡାକ୍ତର ମାନଙ୍କୁ ଭଗବାନ ବୋଲି କୁହାଯାଏ । କାରଣ ଗୋଟେ ଭକ୍ତ ଡାକ୍ତର ରୋଗୀକୁ ମୃତ୍ୟୁ ମୁଖରୁ ନେଇ ଆସେ । ଡାକ୍ତର ମାନେ ସବୁବେଳେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଗୁରୁତ୍ଵ ଦେଇଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ରୋଗୀକୁ ଗୋଇଠା, ବିଧା ମାରୁଛନ୍ତି । ଆଉ କେତେବେଳେ ବାଡି ଧରି ଆକ୍ରମଣ କରୁଛନ୍ତି ।

ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଉ ଏହି ଘଟଣାଟି ଆମ ଓଡିଶାରେ ଘଟିଛି । ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଘଟଣା ସମୟ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଡାକ୍ତର ଜଣକ ଏତେ ଉତ୍ତପ୍ତ ହୋଇଯାଇଥିଲେ ଯେ, ସୁରକ୍ଷା କର୍ମୀଙ୍କ ବାରଣ ସତ୍ବେ ରୋଗୀକୁ ବିଧା ଗୋଇଠାରେ ଆକ୍ରମଣ କରି ଚାଲିଥିଲେ । ତେବେ ଏହାର କାରଣ ବିଷୟରେ ଜଣା ପଡିଥିବା ବେଳେ ଉଭୟ ପକ୍ଷ ଥାନାରେ ଏତାଲା ଦେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ରୋଗୀ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲକୁ ଆସିଥିଲେ ।

ମେଡ଼ିସିନ ଖାଇବା ପରେ ବି ଯନ୍ତ୍ରଣା କମି ନଥିଲା ଯାହାଫଳରେ ସେ ଡାକ୍ତର ଖାନା ପରିସରରେ ବସି ରହିଥିଲେ । ସେହି ସମୟରେ ହଠାତ ଡାକ୍ତର ଜଣକ ପହଞ୍ଚି କାହିଁକି ଚିତ୍କାର କରୁଛ ବୋଲି କହି ଆକ୍ରମଣ କରି ଚାଲିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ରାତି ୧୧ଟା ବେଳେ ଧର୍ମଗଡର ଜଣେ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଧର୍ମଗଡ ହସ୍ପିଟାଲକୁ ଯାଇଥିଲେ । ଏହି ଘଟଣାଟି କଳାହାଣ୍ଡିରେ ଘଟିଛି ।

ଯୁବକଙ୍କ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ସେ ସୁରକ୍ଷା କର୍ମୀଙ୍କୁ ଡାକ୍ତରଙ୍କୁ ଡାକିବା ପାଇଁ କହିଥିଲେ । ଭୀଷଣ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କୁ ଶୀଘ୍ର ଡାକିବା ପାଇଁ କହିଥିଲେ । ଡାକ୍ତର ଆସିବା ପରେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଯୁକ୍ତି ତରକ ହୋଇଥିଲା । ଏହା ପରେ ଡାକ୍ତର ଜଣକ ରୋଗୀଙ୍କୁ ଗୋଇଠା ବିଧାରେ ଆକ୍ରମଣ କରିଦେଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *