Vastu Shastra- ରୋଷେଇଘର ଓ ତାୱା ଅଟେ ମା’ ଲକ୍ଷ୍ମୀଙ୍କ ବାସ ସ୍ଥାନ, ଜାଣନ୍ତୁ ତାୱା ରଖିବାର ସଠିକ ନିୟମ, ମା’ ଲକ୍ଷ୍ମୀ କରିବେ କୃପା

ବନ୍ଧୁଗଣ କୁହାଯାଏ ଯେ ରୋଷେଇଘର ହେଉଛି ମା ଲଷ୍ମୀଙ୍କ ବାସସ୍ଥାନ।ସେଥିପାଇଁ ରୋଷେଇଘର ର ସ୍ଵଛତା ଓ ବାସ୍ତୁ ଉପରେ ଧ୍ୟାନ ଦେବା ଉଚିତ ଏଵଂ ବିଶେଷକରି ତାୱା ଓ କଢେ଼ଇ କୁ କେଉଁ ସ୍ଥାନ ରେ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ତା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ରୋଷେଇଘରେ ରଖାଯାଇଥିବା ସବୁ ଵସ୍ତୁ ର ଅଲଗା ଅଲଗା ମହତ୍ତ୍ୱ ଥାଏ। ତାୱାଓ କଢେଇ ରାହୁ ଙ୍କ ପ୍ରତିନିଧିତ୍ୱ କରିଥାଏ। ସେଥିପାଇଁ ସବୁ ବାସନ ଠାରୁ ଏହି ଦୁଇ ଟି ଜିନିଷ ସମ୍ମାନ ର ଅଧିକାରୀ ଅଟନ୍ତି। ବନ୍ଧୁଗଣ ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖାଯାଏ କି ଓଲଟାଇ ରଖାଯାଏ। ତେବେ ଚାଲନ୍ତୁ ଜାଣିବା ଏହି ସବୁ ବିଷୟରେ-

୧- ବନ୍ଧୁଗଣ ରୋଷେଇଘର ହେଉଛି ମା ଲଷ୍ମୀଙ୍କ ର ବାସସ୍ଥାନ ତେଣୁ ଏହି ସ୍ଥାନ କୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ। ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସଫା କରିଦିଅନ୍ତୁ। ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନ କୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି। ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ।ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ।
ବିଶେଷକରି ତାୱା ଓ କଢେ଼ଇ କୁ ନ ଧୋଇ ସକାଳ ପଯ୍ୟନ୍ତ ଛାଡିବା ଉଚିତ ନୁହେଁ।

୨-ବେଳେ ବେଳେ ଘରର ସଦସ୍ୟ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝଗଡା ହୋଇଥାଏ ,ଏହା ରାହୁ ଙ୍କ ପ୍ରଭାଵ ଯୋଗୁ ହୋଇଥାଏ। ତେଣୁ ଆପଣ ସକାଳୁ ତାୱା ଗରମ କରି ସେଥିରେ ଟିକେ ପାଣି ପକାନ୍ତୁ, ଏହା ଦ୍ୱାରା ଘର ର ସଦସ୍ୟଙ୍କ ମନରେ କ୍ରୋଧି ଶାନ୍ତ ହୋଇଥାଏ, ଏଵଂ ସକାଳ ଖାଇବା ବନେଇବା ପୂର୍ବରୁ ଘରେ ବ୍ୟବହୃତ ଲୁଣ କୁ ଟିକେ ତାୱା ପକାଇଦିଅନ୍ତୁ,ପରେ ଗୋଟେ ଛୋଟ ରୁଟି ତିଆରି କରି ଗୋଟେ ଘରେ ରଖିଦିଅନ୍ତୁ। ଯେପରି କି ସେ ରୁଟି କୁ ପଶୁ କିମ୍ଵା ପକ୍ଷୀ ନିଜ ଭୋଜନ ଭାବେ ଗ୍ରହଣ କରିବେ। ଘର ର ପ୍ରଥମ ରୁଟି ଗାଈ ଙ୍କୁ ଦିଆଯାଏ,କିନ୍ତୁ ଆପଣ କାଉ କି ପାରା କିମ୍ବା ମାଛ କୁ ରୁଟି ଖୁଆଇପାରିବେ।

୩- ଘରେ ଯେତେବେଳେ ତାୱାର ବ୍ୟବହାର କରାଯାଉନଥିବ ,ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ,ଏବଂ ଖାଇବା ରନ୍ଧା ପରେ ତାୱା କୁ ସେମିତି ଖୋଲା ରେ ରଖନ୍ତୁ ନାହିଁ। କଢେ଼ଇ ଓ ତାୱା କୁ ଆପଣ ଙ୍କ ଚୁଲା ର ଡାହାଣ ପଟେ ରଖନ୍ତୁ। ଏହି ଦୁଇ ବସ୍ତୁ କୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ରଖନ୍ତୁ ନାହିଁ।

*ଏବେ ଜାଣିବା ରୋଷେଇ ଘର ର ବାସ୍ତୁ ବିଷୟରେ- ବାସ୍ତୁ ବିଜ୍ଞାନ ଅନୁସାରେ ଦକ୍ଷିଣପୂର୍ବ ରେ ରୋଷେଇଘର ତିଆରି କରିବା ଉଚିତ। ଯେଉଁ ଘରେ ରୋଷେଇଘର ଦକ୍ଷିଣପୂର୍ବ ଅଥବା ଆଗ୍ନେୟ କୋଣ ରେ ତିଆରି ହୋଇନଥାଏ , ସେହି ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ। ଏହି ଦୋଷ କୁ ଦୁର କରିବା ପାଇଁ ଏକ ସରଳ ଉପାୟ ରହିଅଛି।
ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ଉପାୟ- ରୋଷେଇଘର ର ଉତ୍ତରପୂର୍ଵ କୋଣ ରେ ସିନ୍ଦୁରିଗଣେଶଙ୍କ ର ଫଟୋ ସହ ହୋମ କରନ୍ତୁ।ଏହି ଉପାୟ ଟି କଲେ ଆପଣ ରୋଷେଇଘର ର ବାସ୍ତୁ ଦୋଷ ରୁ ମୁକ୍ତି ପାଇବେ।

*ରୋଷେଇ ଘରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇଘର ର ଚୁଲି ଆଗ୍ନେୟ କୋଣ ରେ ହବା ସହ ପୂର୍ବ ବତ୍ତ ଦକ୍ଷିଣ କୁ ଘେରି ରହିବା ଉଚିତ ତାହା ସହ ରୋଷେଇ କରିବା ସମୟରେ ମୁହଁ ପୂର୍ଵ ଦିଗକୁ ରହିବା ଉଚିତ। ରୋଷେଇଘରେ ପିଇବା ପାଣି ଉତ୍ତରପୂର୍ଵ କୋଣ ରେ ରଖନ୍ତୁ,ଏଵଂ ପାଣି ଓ ନିଆଁ କୁ ଆଖପାଖ ରେ ରଖନ୍ତୁ ନାହିଁ। ଖାଇବା ସମୟରେ ଉତ୍ତରପୂର୍ଵ ଆଡକୁ ମୁହଁ କରି ଭୋଜନ କରନ୍ତୁ।

ଏବେ ଅନ୍ତିମ ଏଵଂ ଏକ ମହତ୍ୱପୂର୍ଣ୍ଣ ତଥ୍ୟ- ଭୋଜନ ଗ୍ରହଣ କରିବା ପୂର୍ବରୁ ଭୋଜନକୁ ଅଗ୍ନି ଦେବତାଙ୍କୁ ଅର୍ପଣ କରନ୍ତୁ। କାରଣ ଅଗ୍ନିଙ୍କ ଦ୍ୱାରା ତିଆରି ହୋଇଥିବା ଭୋଜନ ରେ ପ୍ରଥମ ଅଧିକାର ଅଗ୍ନିଙ୍କର ହିଁ ଥାଏ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *