RI ବାବୁ ଅଫିସ୍‌ ଭିତରେ ଏ କଣ କଲ, ନିଲମ୍ବିତ ହେଲ…Video ହେଲା ଭାଇରାଲ

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଏହି ସୋସିଆଲ ମିଡ଼ିଆ ଉପସ୍ଥିତ ଥିବେ । ଏହା ସହ ସୋସିଆଲ ମିଡିଆ ର ପାୱାର ବିଷୟ ରେ ମଧ୍ୟ ଜାଣିଥିବେ । ତେବେ ଫେସବୁକ, ଇଂଷ୍ଟାଗ୍ରାମ, ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଏହି ଭାଇରାଲ ଭିଡିଓ ରେ ଅନେକ ସରକାରୀ କର୍ମଚାରୀ ଙ୍କ ର ମଧ୍ୟ ଗୁମର ଖୋଲି ଯାଉଛି । ସେହି ଭଳି ଜଣେ ଆରଆଇ ବାବୁ ଙ୍କ ର ଗୁମର ଖୋଲି ଯାଇଛି ଏଵଂ ତାଙ୍କର କଳା କର୍ମ ର ସବୁ ଚିଠା ମଧ୍ୟ ଖୋଲି ଯାଇଛି ତା ସହ ଏହି ଭିଡିଓ ସୋସିଆଲ ମିଡିଆ ରେ ମଧ୍ୟ ଖୁବ ଭାଇରାଲ ହେଉଛି ।

ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲାର ଓଡ଼ପଡା ତହସିଲ ଅନ୍ତର୍ଗତ ଗଦାଶିଳା ଆର ଆଇ ଅଫିସ । ତେବେ ସେହି ଅଫିସ ଟି କୌଣସି ବାର ଠାରୁ ମଧ୍ୟ କମ ନୁହେଁ । ଆର ଆଇ ରଞ୍ଜନ ପାଣିଗ୍ରାହୀ କିଛି ଲୋକ ଙ୍କୁ ନେଇ ସେହି ଅଫିସରେ ଅନୈତିକ କାର୍ଯ୍ୟ କରୁଥିଲେ । ଅଫିସ ଭିତରେ ଭରା ଭରା ମଦ ପେଟି ରଖା ଯାଇଛି ଏବଂ ପଛପଟେ ମଦ ଏବଂ ପାଣି ବୋତଲ ପଡି ରହିଛି ।

ତେବେ ଦିନ ଦିପହର ରେ ଆର ଆଇ ବାବୁ ଜଣକ ମଦ ପିଇ ଏକ ଖଟ ଉପରେ ଶୋଇ ରହିଛନ୍ତି । ଫ୍ୟାନ, ଝରକା, କବାଟ ସବୁ ଖୋଲା ଅଛି ଏବଂ କ୍ୟାମେରା ମଧ୍ୟ ବୁଲୁଛି କିନ୍ତୁ ଆର ଆଇ ବାବୁ ହୋସ୍ ରେ ହିଁ ନାହାନ୍ତି । ସେହି ଆର ଆଇ ବାବୁ ଙ୍କ ପାଖରେ ଜଣେ ମହିଳା ମଧ୍ୟ ଅଛନ୍ତି । ତେବେ ବୋଧ ହୁଏ ଏହି ଅନୈତିକ କାର୍ଯ୍ୟ ପାଇଁ ସରକାର ତାଙ୍କୁ ଦରମା ପ୍ରଦାନ କରୁଛି ।

ଏହି ଭିଡିଓ ଦେଖି ଲାଗୁଛି ଏଠାରେ ସରକାରୀ କମ ଏବଂ ଅନୈତିକ କାର୍ଯ୍ୟ ଅଧିକ ହେଉଛି । ତେବେ ଆର ଆଇ ବାବୁ ଜଣକ ଏପରି ଶୋଇଛନ୍ତି ଯେପରି ସେଇଟା ଅଫିସ ନୁହେଁ ବରଂ ତାଙ୍କ ବେଡ଼ ରୁମ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଆର ଆଇ ବାବୁ ଙ୍କୁ ନିଲମ୍ବିତ କରାଯାଇଛି ଏବଂ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଆର ଆଇ ଙ୍କୁ ନିଲମ୍ବିତ କରିବା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଛଡା ଏହି ବିଷୟ ରେ ଅଧିକ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ ଆର ଆଇ ଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦଣ୍ଡିତ କରିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *