ପ୍ରଥମ ଥର ପାଇଁ Stage ଉପରେ ରାବଣ ଚଳଚିତ୍ରର ହିନ୍ଦୀ ଡାଇଲାଗ୍ କହିଲେ Anubhav, କରତାଳି ଶବ୍ଦରେ ଦୋହଲିଲା ମଞ୍ଚ…

ବନ୍ଧୁଗଣ, ଓଲିଉଡର କିଂଙ୍ଗ ଅନୁଭବ ମହାନ୍ତି ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ବହୁତ ଭଲପାଇବା ଦେଇ ଆସିଛନ୍ତି । ତାଙ୍କ ଅଭିନୟରେ ଲକ୍ଷାଧିକ ଫ୍ୟାନ୍ସ ଅନୁପ୍ରେଣିତ ଅଟନ୍ତି । ଆଲବମ ସଙ୍ଗ ରୁ ଖୁବ କମ ସମୟରେ ସଫଳତା ର ଶୀର୍ଷ ରେ ପହଞ୍ଚି ପାରିଛନ୍ତି ଅନୁଭବ ମହାନ୍ତି । ଏବଂ ବିଶେଷ ଭାବରେ ତାଙ୍କର ଅନେକ ଚଳଚିତ୍ର ସୁପର ଡୁପର ହିଟ ହୋଇଥାଏ । ତେବେ ଚଳଚିତ୍ର ଜଗତରେ ପାଦ ଥାପିଲା ପରେ ତାଙ୍କର ଭେଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ହୋଇଥିଲା ।

ଏବଂ ଉଭୟଙ୍କ ମଧ୍ୟରେ ଏକ ଉତ୍ତମ ବନ୍ଧୁତା ସ୍ଥାପନ ହେବା ସହିତ ଉଭୟ ନିଜ କ୍ୟାରିୟର କୁ ନେଇ ବହୁତ ଉତ୍ସାହିତ ଥିଲେ । ଏହାପରେ ବନ୍ଧୁତା ଧୀରେ ଧୀରେ ପ୍ରେଅମରେ ପରିଣତ ହୋଇ ତାହା ବିବାହ ବନ୍ଧନରେ ଆବଦ୍ଧ ହେଲା । କିଛି ବର୍ଷ ଦୁହେଁ ବେସ ହସଖୁସି ରେ ସମୟ ଅତିବାହିତ କରିଲେ । ମାତ୍ର ହଟାତ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଲା ଏବଂ ଉଭୟ ପରସ୍ପର ଙ୍କ ନାମରେ ଅଭିଯୋଗ ପରେ ଅଭିଯୋଗ କରିବାକୁ ଲାଗିଲେ ।

ଏହି ମାମଲା କୋର୍ଟ କୁ ଗଲା ଏବଂ ଉଭୟ ଅଲଗା ହୋଇଗଲେ । କିନ୍ତୁ ଏହି ଯୋଡି କୁ ଦେଖିବା ପାଇଁ ଦର୍ଶକେ ବେସ ଭଲ ପାଇଥାନ୍ତି । ଉଭୟଙ୍କ ବିଛେଦ ପରେ ଫ୍ୟାନ୍ସ ମାନଙ୍କ ମନରେ ଗଭୀର ଆଘାତ ଲାଗିଛି । ତଥାପି ଉଭୟ ନିଜ ନିଜ କ୍ୟାରିୟର କୁ ନେଇ ବେସ ବ୍ୟସ୍ତ ଥିବାର ନଜର ଆସିଛନ୍ତି ।

ଅନୁଭବ ମହାନ୍ତି କେନ୍ଦ୍ରାପଡା ର ସାଂସଦ ଥିବା ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଜଣେ ସମାଜସେବୀ ଅଟନ୍ତି । ତେବେ ସୂଚନା ଅନୁଯାୟୀ ଏକ ସମ୍ମିଳନୀ ରେ ଅବିନେତା ଅନୁଭବ ମହାନ୍ତି ରାବଣ ଚଳଚିତ୍ର ର ଏକ ଡାଇଲୋଗ କହିଥିଲେ । ଏହି ଡାଇଲୋଗ ଶୁଣି ତାଙ୍କ ଫ୍ୟାନ୍ସ ମାନଙ୍କ ହାତରୁ କରତାଳି ର ଶୁଅ ଛୁଟିଥିଲା ।

ଏହାକୁ ଦେଖି ଅନୁଭବ ବେସ ଖୁସି ହେବା ସହିତ ନିଜକୁ ଧନ୍ୟ ମନେ କରି କହିଥିଲେ ଯେ ସେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ଓଡିଶା ବାସୀ ଆନନ୍ଦମୟ ଜୀବନଜାପନ କରନ୍ତୁ । ତେବେ ରାବଣ ଚଳଚିତ୍ର ର ଡାଇଲୋଗ ଟି ସେ ସମାଜର କିଛି ଭୁଲ ଚିନ୍ତାଧାରା ରଖିଥିବା ଲୋକ ମାନଙ୍କ ପାଇଁ କହିଛନ୍ତି ବୋଲି ପ୍ରକାଶ କରିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *