ଯାତ୍ରା ଅଭିନେତ୍ରୀ Rani Panda ଙ୍କ କାର ଦୁର୍ଘଟଣା ! ବିଳମ୍ବିତ ରାତିରେ କିପରି ଘଟିଗଲା ଏଡେ ବଡ ଦୁର୍ଘଟଣା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ରେ ଜଣଙ୍କ ର ଜୀବନ ଯାଇଥିବା ଖବର ମିଳିଛି । ରାନୀ ଙ୍କ କାର ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ହେଉଛିଛନ୍ତି ରାଜନଗର ଗାଁ ର ଶ୍ରୀନିବାସ ବେହେରା ଙ୍କ ପୁଅ ସୁକାନ୍ତ ବେହେରା । ଗତକାଲି ଅନୁଗୁଳୁରୁ ଏକ ବିବାହ ଭୋଜିସାରି ଭୁବନେଶ୍ଵର ଫେରୁଥିଲେ ରାନୀପଣ୍ଡା ।

ରାତି ପ୍ରାୟ ୧୦.୩୦ରେ ଆଠଗଡ ମୁଣ୍ଡଳୀ ରାସ୍ତାରେ ଥିବା ଏକ ମନ୍ଦିର ନିକଟରେ ରାନୀ ଙ୍କ କାର ଏକ ବାଇକ କୁ ଧକ୍କା ଦେଇଥିଲା । ଏଥିରେ ଉଭୟ କାର ଏବଂ ବାଇକ ଭାଙ୍ଗିଯାଇଛି । ଗୁରୁତ୍ଵର ଅବସ୍ଥାରେ ପ୍ରଥମେ ସୁକାନ୍ତ ଙ୍କୁ ଆଠଗଡ ମେଡିକାଲ ନିଆଯାଇଥିଲା । ଏହାପରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଉଥିଲା ହେଲେ ସୁକାନ୍ତ ଙ୍କର ମୃ-ତ୍ୟୁ ଘଟିଥିବା ପୋଲିସ ପାଖରୁ ସୂଚନା ମିଳିଥିଲା ।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣାଟି ଡାଳଖାଇ ମନ୍ଦିର ନିକଟରେ ଘଟିଥିଲା । ଏହି ଦୁର୍ଘଟଣା ପରେ ଲୋକେ ଉତ୍ତେଜିତ ହୋଇ ପ୍ରାୟ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ରାସ୍ତାରୋକ କରିଥିଲେ । ପୋଲିସ ଉଭୟ ପକ୍ଷକୁ ବୁଝାଇ ଥାନା କୁ ନେଇ ଯାଇଥିଲା । ରାନୀପଣ୍ଡା ଙ୍କ ଡ୍ରାଇଭର ବର୍ତ୍ତମାନ ଥାନାରେ ଅଟକ ରହିଛନ୍ତି ।

ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଏ ନେଇ ତଦନ୍ତ ମଧ୍ୟ ପୋଲିସ ଆରମ୍ଭ କରିଛି । ରାନୀପଣ୍ଡା କିଛି ପ୍ରତିକ୍ରିୟା ରଖିନଥିଲେ । ବାଇକ ଆରୋହି ଙ୍କୁ ଯେତେବେଳେ କଟକ ସ୍ଥାନାନ୍ତରିତ କରାଯାଇଥିଲା ସେତେବେଳେ ରାନୀ ପଣ୍ଡା ଙ୍କୁ ମଧ୍ୟ ଆଠଗଡ ମେଡିକାଲରୁ ଆଠଗଡ ଥାନାକୁ ନେଇ ଯାଇଥିଲେ ପୋଲିସ ଅଧିକାରୀ ।

ରାନୀ ପଣ୍ଡା ଏ ଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ମୃତକଙ୍କ ପରିବାର କେଉଁ କେଉଁ ଦାବୀ ରଖିଛନ୍ତି ତାହା ତଦନ୍ତ ପରେ ଥାନା ଅଧିକାରୀ ଜଣାଇବେ ବୋଲି କହିଛନ୍ତି । ଦୁର୍ଘଟଣା ଘଟିଥିବା ଦୁଇ ଗାଡି କୁ ପୋଲିସ ବର୍ତ୍ତମାନ ଥାନାରେ ଅଟକ ରଖିଛି । ରାନୀ ପଣ୍ଡା ଙ୍କ ଡ୍ରାଇଭର କୁ ଅଟକ ରଖାଯାଇଥିବା ବେଳେ ରାନୀ ପଣ୍ଡା ଙ୍କୁ ରାତିରେ ଛାଡି ଦିଆଯାଇଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *