ରାତି ଅଧରେ ସରପ୍ରାଇଜ ଦେଲେ ଅଭିନେତା Sabyasachi, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସରପ୍ରାଇଜ ଦେଲେ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ । କିଛି ନୂଆ ଯୋଜନା ରହିଅଛି ବୋଲି କହିଛନ୍ତି । ସବ୍ୟସାଚୀ କହିଛନ୍ତି ଯେ ପ୍ରମୋଶନ ପାଇଁ ତରଙ୍ଗପ୍ଲସର ଟିମ ଆମେରିକା ଗସ୍ତରେ ବାହାରିଛନ୍ତି । ଏହି ସମୟରେ ଦିଲ୍ଲୀ ବିମାନ ବନ୍ଦନରେ ଥାଇ ସବ୍ୟ ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡିଛନ୍ତି । ଏଥିରେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ ଅର୍ଥାତ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା, ଅଭିନେତ୍ରୀ ଏଲିନା, କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଏବଂ ସତ୍ୟଜିତ, ସମେତ ଓଡିଶା କୃଏତିଭ ହେଡ ରଞ୍ଜନ ଶତପଥି ମଧ୍ୟ ନଜର ଆସୁଛନ୍ତି ।

ସବ୍ୟସାଚୀ ଭିଡିଓ ରେ ନିଜ ଫ୍ୟାନ୍ସ ମାନଙ୍କୁ  କହିଛନ୍ତି ଯେ ବର୍ତ୍ତମାନ ରାତି ୧୨ ତା ବାଜି ଯାଇଛି ଏବଂ ଆମ୍ଭେ ସବୁ ଦିଲ୍ଲୀ ଏୟାରପୋର୍ଟ ରେ ଅଛୁ । ଆମ୍ଭେ ମାନେ ଅର୍ଥାତ ସେ ଏକୁଟିଆ ନୁହନ୍ତି ବୋଲି କହି ନିଜ ଆଖପାଖରେ ଥିବା ଅଭିନେତ୍ରୀ ନିଜ ଧର୍ମପତ୍ନୀ ଏବଂ କଣ୍ଠଶିଳ୍ପୀ ତଥା ଏଣ୍ଟାୟାର ଟିମ କୁ ଦେଖାଇଥିଲେ । ଏହା ପରେ ଜଣେ ଜଣେ କରି ନିଜର ପରିଚୟ ଦେଇଥିଲେ । କଣ୍ଠଶିଳ୍ପୀ ଉତ୍କଣ୍ଠାର ସହିତ ବିମାନ ବନ୍ଦରରେ ଗୋଟିଏ ସୁନ୍ଦର ଗୀତ ଟିଏ ଗାଇଥିଲେ ।

ଏହା ସହିତ କଣ୍ଠଶିଳ୍ପୀ ସତ୍ୟଜିତ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଗୀତ “ଛାଡିକି ପାରିବି ତତେ” ଗାଇଥିଲେ । ହାସ୍ୟ ଅଭିନେତା ଯୋଜ ସେଠାରେ କହିଥିଲେ ଯେ ବର୍ତ୍ତମାନ ମୁଁ ଟିକିଏ ବ୍ୟସ୍ତ ଅଛି କାରଣ ମୋର ଭ୍ୟାକ୍ସିନ ସାର୍ଟିଫିକେଟ ବର୍ତ୍ତମାନ ମିଳୁନାହିଁ । ଏବଂ ଯଦି ତାହା ନ ମିଳିବ ତେବେ ମୁଁ ଆମେରିକା ଯାଇପାରିବି ନାହିଁ ।

ସେଠାରେ ସବ୍ୟସାଚୀ ହସି ହସି କହିଲେ ଯେ କିଛି ନାହିଁ, ନ ମିଳିଲେ ଏଠାରେ ଯେଉଁ ପୋଲିସ ଭାଇ ମାନେ ଅଛନ୍ତି ତାଙ୍କ ବନ୍ଧୁକ ମୁନରେ ତୁମେ ଭାକ୍ସିନ ନେଇଯିବ । ଏହାପରେ ତେବେ ମ୍ୟୁଜିକ ଡାଇରେକ୍ଟର ଶାନ୍ତନୁ କହିଥିଲେ ଯେ ଆମ୍ଭେ ସମସ୍ତେ କାରଲିଫର୍ଣ୍ଣିୟା ୟୁଏସଏ ଯାଉଅଛୁ । ତରଙ୍ଗପ୍ଲସ ଗୋଟିଏ ଧମାକାଦାର ସନ୍ଧ୍ୟା ଆୟୋଜନ କରୁଛି ।

ଯେଉଁ ଓଡିଆ ଭାଇଭଉଣୀ ଅଛନ୍ତି ଆମେରିକା ରେ ତାଙ୍କ ନିମନ୍ତେ । ଏବଂ ଆଶାନ୍ତ ୨ ତାରିଖ ଦିନ ଓଡିଶା ସୋସାଇଟି ଅଫ ଆମେରିକାର ଉଷା କନଭେସନ ରେ ଯାଇ ପହଞ୍ଚିବେ । ଏବଂ ପ୍ରୋଗ୍ରାମ ର ନାମ ହେଉଛି ରଙ୍ଗ ତରଙ୍ଗ ଯାହା ହେଉଛି ବୁଷ୍ଟର ଡୋଜ ଏଣ୍ଟଟେରମେଣ୍ଟ ର । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *